ଦାୟିତ୍ୱ ନେଲେ ନୂଆ ଡିଜିପି:

ଦାୟିତ୍ୱ ନେଲେ ନୂଆ ଡିଜିପି:

ଭୁବନେଶ୍ୱର: କଟକ, ୯ା୧୨ : ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ କାର୍ଯ୍ୟ କରିଥିଲେ । ସିଆରପିଏଫର ଅତିରିକ୍ତ ଡିଜି(ତାଲିମ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେତିକି ନୁହେଁ ସିବିଆଇରେ ମଧ୍ୟ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର ।ସେ ଆଗରୁ ହାଇଦ୍ରାବାଦ ଜାତୀୟ ପୋଲିସ ଏକାଡ଼େମିର ନିର୍ଦ୍ଦେଶକ ଓ କେନ୍ଦ୍ର ଡ଼େପୁଟେସନରେ ନୂଆ ପୋଲିସ ପୋଲିସ ଡିଜି ଭାବେ କାର୍ଯ୍ୟରତ ଥିଲେ । ଏନେଇ ଅଭୟଙ୍କୁ ଦାୟିତ୍ୱମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଅନୁରୋଧ କରିଥିଲେ । ଅଭୟଙ୍କ ପୂର୍ବରୁ ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ତୁଲାଉଥିଲେ ।

Leave a Reply

Your email address will not be published. Required fields are marked *