ଶିବସେନା ପରେ ଏବେ ଏନସିପି ପାଳି

ଶିବସେନା ପରେ ଏବେ ଏନସିପି ପାଳି

ଭୁବନେଶ୍ୱର: ମହାରାଷ୍ଟ୍ର : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପ୍ରଥମେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଗଠନ ନେଇ ପଛଘୁଞ୍ଚା ଦେବାପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଏନେଇ ଶିବସେନା ୨୪ଘଣ୍ଟା ମଧ୍ୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲାନାହିଁ। ଶିବସେନା ରାଜ୍ୟପାଳଙ୍କୁ ଆଉ ୨ ଦିନ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ କରିନାହାନ୍ତି । ରାଜ୍ୟପାଳ ସରକାର ଗଠନ ଦାବିକୁ ଅସ୍ୱୀକାର କରିନଥିଲେ ମଧ୍ୟ ଅଧିକ ସମୟ ଦେଇନାହାନ୍ତି ବୋଲି ଆଦିତ୍ୟ ଠାକରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।
ତେଣୁ ବର୍ତ୍ତମାନ ପରିସ୍ଥିତିରେ ସୋମବାର ସନ୍ଧ୍ୟା ୮ଟା ୩୦ସମୟରେ ତୃତୀୟ ସର୍ବାଧିକ ଆସନ ଜିତିଥିବା ପାର୍ଟି ଏନସିପିକୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ଏନସିପିକୁ ୨୪ଘଣ୍ଟାର ମହଲତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *