ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନକାରୀ ରାଜଧାନୀ ଏକ୍ସେପ୍ରେସ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ

ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନକାରୀ ରାଜଧାନୀ ଏକ୍ସେପ୍ରେସ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ

ଇଂରାଜି ଓ ହିନ୍ଦୀ ସହିତ ଓଡ଼ିଆ ଲିପିରେ ମଧ୍ୟ ଅଣସଂରକ୍ଷିତ ଟିକଟର ପ୍ରଚଳନ
ଭୁବନେଶ୍ୱର: ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ସାଂସଦ (ଲୋକସଭା) ଅପରାଜିତା ଷଢ଼ଙ୍ଗୀ ଏବଂ ସାଂସଦ (ରାଜ୍ୟସଭା) ଡ. ରଘୁନାଥ ମହାପାତ୍ରଙ୍କ ଉପସ୍ଥିତିରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ପ୍ରଦର୍ଶନକାରୀ ଭୁବନେଶ୍ୱର-ନୂଆଦିଲ୍ଳୀ ରାଜଧାନୀ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ଇଂରାଜୀ ଓ ହିନ୍ଦୀ ସମେତ ଓଡ଼ିଆ ଲିପିରେ ଅଣସଂରକ୍ଷିତ ଟିକଟର ମଧ୍ୟ ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚଳନ ଶୁଭାରମ୍ଭ କରିଥିଲେ । ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏହି ଅବସରରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଖୋର୍ଦ୍ଧା ରୋଡ଼ର ଡିଆରଏମ୍ ଶଶିକାନ୍ତ ସିଂହ ଏବଂ ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ରଙ୍କ ସହିତ ପୂର୍ବ ତଟ ରେଳପଥର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟ ଏବେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ର ବାହାରପଟେ ପ୍ରଦର୍ଶିତ ହେଉଛି । ଏହା ନାଲ୍କୋ ଦ୍ୱାରା ପ୍ରାୟୋଜିତ ଏବଂ ପ୍ରତ୍ୟେକ କୋଚ୍ରେ ଭିନ୍ନ ଦୃଶ୍ୟ ଥାଇ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏହି ଡିଜାଇନ୍ଗୁଡ଼ିକ ବିଭିନ୍ନ ନୃତ୍ୟ, ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ଏବଂ ପ୍ରାଣୀ ଓ ଉଦ୍ଭିଦଗୁଡ଼ିକୁ ପ୍ରୋତ୍ସାହନ ଦେଉଛି । ଏହା ଓଡ଼ିଶାର ପାରମ୍ପରିକ କଳା ଏବଂ ପର୍ଯ୍ୟଟନ ଦକ୍ଷତାକୁ ସୁଦୂରପ୍ରସାରୀ କରିବ ।
ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆରେ ଅଣସଂରକ୍ଷିତ ଟିକଟର ଆରମ୍ଭ ହେବା ଦ୍ୱାରା ଇଂରାଜୀ ଓ ହିନ୍ଦୀ ଭାଷାରେ ମୁଦ୍ରିତ ରେଳ ଟିକଟ ସହିତ ଅସହଜ ମନେକରୁଥିବା ଓଡ଼ିଶାର ଲୋକମାନଙ୍କ ପାଇଁ ବିଶେଷ ଉପଦେୟ ହେବ । ଏଣିକି ସେମାନଙ୍କ ପାଖରେ ଉପଯୁକ୍ତ ଟିକଟ ଯେମିତିକି ଛାଡ଼ିବା ଏବଂ ଗନ୍ତବ୍ୟ ଷ୍ଟେସନ୍ ତଥା ଯାତ୍ରାର ଶ୍ରେଣୀ ସହିତ ରେଳର ପ୍ରକାର ଠିକ୍ ଅଛି କି ନାହିଁ ତାହା ଜାଣି ପାରିବେ ।

Leave a Reply

Your email address will not be published. Required fields are marked *