ଦେଶରେ ବଢୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଆଜି ଚରମ ସୀମାରେ ପହଂଚିଛି :ଏବିଭିପି

ଦେଶରେ ବଢୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଆଜି ଚରମ ସୀମାରେ ପହଂଚିଛି :ଏବିଭିପି

ଭୁବନଶ୍ୱେର : ସମ୍ପ୍ରତି ରାଜ୍ୟରେ ତଥା ଦେଶରେ ବଢୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଆଜି ଚରମ ସୀମାରେ ପହଂଚିଛି । ଡ଼ଃ ପ୍ରିୟଙ୍କା ରେଡ୍ଡି ଘଟଣା ହେଉ କିମ୍ବା ରାଜ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା, ପୁରୀ କିମ୍ବା ଏହିଭଳି ବିଭିନ୍ନ ଘଟଣା ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏହି ପରିପେକ୍ଷୀରେ ରାଜ୍ୟର ପୋଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନନେବା କିମ୍ବା ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବା ଘଟଣା ଏକ ସାଧାରଣ ଜନତା ମନରେ ଏ ସରକାର ନାରୀ ସୁରକ୍ଷାରେ କେତେ ବିଫଳ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଦାୟୀତ୍ୱବାନ ଛାତ୍ର ସଂଗଠନ ହିସାବରେ ନାରୀ ମାନଙ୍କ ବିରୁଦ୍ଧରେ ଏଭଳି ହେଉଥିବା ନିର୍ଯ୍ୟାତନା କିମ୍ବା ହିଂସା କୁ ଆଦୌ ସହ୍ୟ ନକରି ତା ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କ ପାଖରେ ଦାବି ରଖୁଛି । ଏହି ଦାବୀକୁ ନେଇ ଏବିଭିପି ଏକ ଆନ୍ଦୋଳନର ଡାକରା ଦେଇଥିଲା ଏବଂ ଆଜି ହଜାର ହଜାର ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ଆସି ଲୋୟର ପିଏମ୍ଜି ଠାରେ ଏକାଠି ହୋଇଥିଲେ । ର୍ବମାନ ହେଉଥିବା ନାରୀ ବିରୁଦ୍ଧରେ ହିଂସାକୁ ବିଭିନ୍ନ କ୍ୟାମ୍ପସରୁ ଆସିଥିବା ଛାତ୍ରୀ ମାନେ ଦୃଢ ନିନ୍ଦା କରିଛନ୍ତି । ଛାତ୍ରୀ ମାନେ ନିଜ କ୍ୟମ୍ପସରେ କିପରି ନିଜକୁ ସୁରକ୍ଷିତ ମଣୁନାହାନ୍ତି ସେ ବିଷୟରେ କ୍ଷୋଭ ପ୍ରକାଶ କରିଛନ୍ତି । ନ୍ୟାୟ ମିଳିବା ତ ଦୂରର କଥା ପୀଡିତା ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଅଧିକାରି ଘଟଣାକୁ ଚାପିଦେଇ ଦୋଷିକୁ ଛାଡିଦେବା ଘଟଣା ଛାତ୍ରୀ ମାନଙ୍କ ମନରେ ସରକାରଙ୍କ ପାରିବା ପଣିଆ ପ୍ରତି ସନ୍ଦେହ ସୃଷ୍ଟି କରିଛି । ସାରା ଦେଶରେ ସମସ୍ତ ବଳାକ୍ରାର ଘଟଣାକୁ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଶୁଣାଣୀ କରି ଦୋଷୀକୁ ୭ ଦିନ ମଧ୍ୟରେ ଫାସୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସଙ୍ଗଠନ ଦାବି କରୁଛି ।
ଯାଜପୁରର ସ୍ମୀତାରାଣୀଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ନ୍ୟାୟ ଦେବା ବଦଳରେ ଦୋଷୀ ମାନଙ୍କୁ ଘ ଘୋଡାଇ ରଖିବା ଅନ୍ୟନ୍ତ ନିନ୍ଦନୀୟ ବିଷୟ ବୋଲି ରାଜ୍ୟଯାଜପରର ଛାତ୍ରୀନେତ୍ରୀ ସଙ୍ଗୀତା ପଣ୍ଡା ବୋଲି ପ୍ରକାଶ କରିଥିଲେ, ରାଜ୍ୟ ସରକାର ୫ଟି କହି ମିଛ ପ୍ରଚାର କରୁଛନ୍ତି ନାରୀମାନଙ୍କୁ ନ୍ୟାୟ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସମ୍ବଲପୁରର ଛାତ୍ରୀନେତ୍ରୀ ତଥା ରାଜ୍ୟ ସହଛାତ୍ରୀ ପ୍ରମୂଖ ନନ୍ଦିତା ନାୟକ, ରାଇରଙ୍ଗପୁରର ଅଧ୍ୟାପିକା ନ୍ୟାୟ ଭିକ୍ଷା ପାଇଁ ଏକମାସ କାଳ ପୋଲିସ ପାଖକୁ ଦୈାଡିଥିଲେ କିନ୍ତୁ ପୋଲିସ ବିଭାଗ ଏହାକୁ କର୍ଣ୍ଣପାତ ନକରିବାଫଳରେ ଶେଷରେ ଅଧ୍ୟାପିକାଙ୍କୁ ନ୍ୟାୟ ନମିଳିବା କାରଣରୁ ଆତ୍ମହତ୍ୟା କରିବା ରାଜ୍ୟର ପୋଲିସର ଅସଲ ଚେହେରା ସର୍ବସମ୍ମୁଖକୁ ଆସିସାରିଛି ବୋଲି ରାଇରଙ୍ଗପୁରର ଛାତ୍ରୀନେତ୍ରୀ ପୂଜା ଭକ୍ତ ପ୍ରକାଶ କରିଥିଲେ, ହିଞିଳିକାଟୁ ହୋଇଥିବା ଗଣ ଦୁଷ୍କର୍ମ ଘଟଣାରେ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ହିଞିଳିକାଟୁର ଛାତ୍ରୀନେତ୍ରୀ ବିଭୁପ୍ରିୟା ପ୍ରକାଶ କରିଥିଲେ ପରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ ସରକାରକୁ କଡା ନିନ୍ଦା କରିଥିଲେ ଗୋଟିଏ ପଟେ ରାଜ୍ୟ ନାରୀ ନିର୍ଯାତନା ବଢିଚାଲୁଥିବା ବେଳେ ଅନ୍ୟ ପକ୍ଷରେ ପିଡିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହିଇଛି । ଏ ଅପାରଗ, ବଧିର

ସରକାର ସୁଣୁନାହାନ୍ତି ଚାଲ ସଚିବାଳୟରେ ତାଙ୍କୁ ଜବାବ ମାଗିବା ବୋଲି କହିଥିଲେ ଏହି ସମୟରେ ଧସ୍ତାଧସ୍ତି ବେଳେ ୩୦୦ ଜଣ ପୋଲିସ ଦ୍ୱାରା ଅଟକ ରଖାଯାଇଛି, ସେମାନଙ୍କ ମଧ୍ୟରେ ୧୦୩ ଛାତ୍ରୀ ଅଛନ୍ତି ଏବଂ ପୋଲିସ ସହ ଧସ୍ତାଧସ୍ତି ବେଳେ ୧୩ ଜଣ ଗୁରୁତର ଆଘାତ ହୋଇଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହସମ୍ପାଦକ ସଙ୍ଗୀତା ପଣ୍ଡା, ରାଜ୍ୟ ସହଛାତ୍ରୀ ପ୍ରମୂଖ ନନ୍ଦିତା ନାୟକ, ମିତାଲି ମୋହିନି ରଥ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ, ସଂଜୟ ମଲ୍ଲିକ, ରାଜ୍ୟ ସହସମ୍ପାଦକ ରତନ ଦିଗଲ, ବୁଦ୍ଧଦେବ ବାଗ, ଲକ୍ଷ୍ମୀନାରାୟଣ ନାୟକ, ଭବାନୀ ଶଙ୍କର ଦାସ, ପ୍ରମୂଖ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *