କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍ ପାଶ୍କୁ ବିରୋଧ କଲା କଂଗ୍ରେସ

କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍ ପାଶ୍କୁ ବିରୋଧ କଲା କଂଗ୍ରେସ


ଭୁବନେଶ୍ୱର ତା ୧୧.୧୨ – କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଧେୟକକୁ କଂଗ୍ରେସ ଦଳ ସଂସଦ ଭିତରେ ଓ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି । ଏହି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ନେତୃବୃନ୍ଦ କେନ୍ଦ୍ର ବିଜେପି ସରକାରକୁ ତୀବ୍ର ସମାଲୋଚନା କରି କହିଥିଲେ ଯେ ଏହି ବିଧେୟକ ଆଇନ୍ରେ ପରିଣତ ହେଲେ ଦେଶ ପ୍ରତି ବିପଦ ସୃଷ୍ଟି କରିବ । ଭାରତ ଏକ ସାର୍ବଭୌମ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଏହି ବିଧେୟକ ଗଣତନ୍ତ୍ରର ପରିପନ୍ଥୀ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ ।
ଆଜିର ଏହି ବୈଠକରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗୁରୁପଦ ନନ୍ଦ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍ଗୋ, ସସ୍ମିତା ବେହେରା, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ନକୁଳ ନାୟକ, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ୱାଧିନବାଳା ଦାସ, କନକଲତା ମଲ୍ଲିକ, ବିଶ୍ୱଭୂଷଣ ଦାସ, ମାନସ ଆଚାର୍ଯ୍ୟ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି, ମନୋଜ ମହାପାତ୍ର, ମନୋଜ ସାହୁ, ରସିକ ପଟ୍ଟନାୟକ, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ବେଣୁ ଭୋଇ, ତରୁଣ ମିଶ୍ର, ମାନସ ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ସଂଜୟ ମିଶ୍ର, ସଂଜୟ ତ୍ରିପାଠୀ, ଉର୍ବଶୀ ମିଶ୍ର, ସାଗର ପରିଡା, ତାପସ ସେଠୀ, ସୂର୍ଯ୍ୟକାନ୍ତି ବାଗ, ସୁଚନ୍ଦ୍ର ବାରିକ, ବୁନା ମହାନ୍ତି, ସରୋଜିନୀ ବାଙ୍କ୍ରା, ଦେଓ ପ୍ରସାଦ, ଦେବୀ ପ୍ରସନ୍ନ ବାହାଲିଆ, ଆତ୍ମାରାମ ପତି, ଆଲୋକ ଲେଙ୍କା, ନିରଞ୍ଜନ ନାୟକ, ନାସିର ଅହମ୍ମଦ ଖାନ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାର ପ୍ରମୁଖ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଯୋଗ ଦେଇ ବିଜେପି ଓ ବିଜେଡିର ଅନୈତିକ ସଂପର୍କକୁ ତୀବ୍ର ସମାଲୋଚନା କରିବା ସହ ବିଜେଡିର ଧର୍ମନିରପେକ୍ଷ ଛଦ୍ମବେଶ ପଦାରେ ପଡିଯାଇଛି ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *