ବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନଶନରେ ବସିବେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର

ବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଅନଶନରେ ବସିବେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର

ଭୁବନେଶ୍ୱର, ୨୪.୧୨ : ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉକ୍ରଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅତିଥି ଭାବେ ଯୋଗ ଦେଇ ନବୀନ ପଟ୍ଟନାୟକ ଯେଭଳି ନିର୍ବାଚନ ପୂର୍ବରୁ ୭୦ ଲକ୍ଷ ·ଷୀଙ୍କୁ ଖରିଫ ଓ ରବିରେ ୧୦ ହଜାର ଲେଖାଏଁ ଆର୍ଥିକ ଅନୁଦାନ ଦେବେ ବୋଲି ପ୍ରତିଶ୍ରୁତି ଦେଇ ସେଥିରୁ ଓହରିଗଲେ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ୭୦ ଭାଗ ·ଷୀଙ୍କୁ ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ବିଶ୍ୱାସଘାତକତା କରିବା ବା ଅସତ୍ୟ ହେବା ଏହା ବିରୁଦ୍ଧରେ ଆସନ୍ତା ୨୬ ତାରିଖରୁ ସେ ଅନଶନରୂପୀ ସତ୍ୟାଗ୍ରହରେ ବସିବେ ବୋଲି ନିଜ ତରଫରୁ ଘୋଷଣା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରସ୍ତାବ ଦେଇ କହିଥିଲେ ଯେ, ସଂଗଠନକୁ ସରକାରଙ୍କ ଠାରୁ ଦାବି ହାସଲ କରିବା ପାଇଁ ଜନଶକ୍ତିର ଯେତିକି ଆବଶ୍ୟକତା ଅଛି ସମପରିମାଣରେ ପାଣ୍ଠିର ଆବଶ୍ୟକତା ଅଛି ବୋଲି କହିଥିଲେ । ଏଣୁ ସର୍ବନିମ୍ନ ଗୋଟିଏ ମାସ ସମସ୍ତ ଛାମୁଆ କର୍ମୀ, ବ୍ଲକ ସଂଯୋଜକ ଓ ଜିଲ୍ଲା ସଂଯୋଜକ ପ୍ରତ୍ୟହ ପ୍ରତି ଗ୍ରାମର ପାଣ୍ଠି ସଂଗ୍ରହ କରି ମେ ମାସ ଆନ୍ଦୋଳନ ପାଇଁ ୨ କୋଟି ଟଙ୍କା ରାଜ୍ୟ କମିଟି ପାଖରେ ଠୁଳ କରିବାକୁ ପ୍ରସ୍ତାବ ରଖିଥିଲେ । ପ୍ରତିଦିନ ୧୦୦ ବ୍ଲକରେ ୧୦୦ଜଣ କର୍ମର୍କା ଏହି କାମ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ସଂଗଠନର ସ୍ଥାୟୀ ଉପଦେଷ୍ଟା ରବି ଦାସ ନବନିର୍ମାଣର କର୍ମର୍କା ନେତାମାନଙ୍କୁ ଭୂୟସୀ ପ୍ରଶଂସା କରି ନବୀନ ପଟ୍ଟନାୟକଙ୍କ ଏକତରଫା ମନୋମୁଖୀ ଶାସନ ବିରୁଦ୍ଧରେ ନବନିର୍ମାଣ କୃଷକ ସଂଗଠନ ·ଷୀମାନଙ୍କୁ ଏକାଠି କରି ଏକ ସଶକ୍ତ ସଂଗଠନ ସୃଷ୍ଟି କରି ଓଡ଼ିଶାରେ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ । ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ଦେଶର ସାମ୍ପ୍ରତିକ ପରିସ୍ଥିତିରେ ଏନ୍ଆରସି ଓ ସିଏଏକୁ ସମାଲୋଚନା କରି ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମୀୟ ଅଧାରରେ ·ଲିଥିବା ରାଜନୀତିକୁ କୃଷକ ସଂଗଠନ ବିରୋଧ କରୁଛି ବୋଲି କହିଥିଲେ । ଅନ୍ୟତମ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ସରକାର ଧାନ ସଂଗ୍ରହ କରିବାରେ କଟକଣା ନକରି ସମସ୍ତ ବଳକା ଧାନକୁ ସଂଗ୍ରହ କରିବା ପାଇଁ ଦାବି ଉଠାଇଥିଲେ । ସେହିଭଳି ଧାନ ସଂଗ୍ରହ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଏହା ବିରୁଦ୍ଧରେ କଟଣିଛଟଣି, ଲୋଡ଼ିଂ ଅନ୍ଲୋଡ଼ିଂ ଅର୍ଥ ହଡ଼ପ ଓ ପ୍ରତିବର୍ଷ ଆଳୁ, ପିଆଜ ସଙ୍କଟ ଲାଗି ରହିଥିବାରୁ ତୁରନ୍ତ ଓଡ଼ିଶା ସରକାର ଶୀତଳ ଭଣ୍ଡାର ଓ ·ଷୀଙ୍କୁ ଏହି ·ଷ କରିବାକୁ ପ୍ରୋତ୍ସାହନ ଦେଇ ଖାଦ୍ୟ ସଙ୍କଟର ସମାଧାନ ପାଇଁ ଆଳିକସ୍ତରରେ ·ଷୀମାନେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟତମ ରାଜ୍ୟ ସଂଯୋଜକ ନିମାଇଁ ରାୟ ପ୍ରସ୍ତାବ ଆଗତ କରି କହିଥିଲେ ଯେ, ନବୀନ ପଟ୍ଟନାୟକ ରାଜ୍ୟର ୭୦ଭାଗ ·ଷୀଙ୍କୁ ନିର୍ବାଚନରେ କାଳିଆ ଯୋଜନା ଦେବାକୁ କହି ଗଣଠକେଇ କରିଥିବାରୁ ତାଙ୍କ ବିରୁଦ୍ଧରେ ୪୧୫, ୪୨୦, ୪୦୬, ୪୦୯ ଦଫାରେ ସବୁ ଆରକ୍ଷୀ ଅଧିକ୍ଷକଙ୍କୁ ଏତଲା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ନବୀନଙ୍କ ବିରୁଦ୍ଧରେ ମକଦ୍ଦମା ଦିଆଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହିସବୁ ପ୍ରସ୍ତାବକୁ ଯଥାକ୍ରମେ ଜଗତସିଂହପୁର ଜିଲ୍ଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, କେନ୍ଦ୍ରାପଡ଼ା ସଂଯୋଜକ ଅକ୍ରୁର ପଲାଇ, ମୟୁରଭଞ୍ଜର ସଂଗଠକ ଜୟଦୀପ ସାହୁ, କଳାହାଣ୍ଡି ସଂଗଠକ ଅଖିଳ ଚନ୍ଦ୍ର ମେହେର, ଗଞ୍ଜାମ ସଂଗଠକ କାହ୍ନୁଚରଣ ବୈଦ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ପଶ୍ଚିମ ଓଡ଼ିଶା ନେତା ରାଜେନ୍ଦ୍ର ମିଶ୍ର, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରାସଦ ଦାସ, କେନ୍ଦୁଝର ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ମେ ମାସ ପର୍ଯ୍ୟନ୍ତ ସଂଗଠନକୁ ଜୋରଦାର କରିବା ପାଇଁ ନିଜ ନିଜ ବକ୍ତବ୍ୟରେ କହିଥିଲେ । ସଂଗଠନର ମହିଳା ସଂଯୋଜିକା ମମତା ନାଥ, ବିଳାସିନୀ ମହନ୍ତ ପ୍ରମୁଖ କାର୍ଯ୍ୟକାରିଣୀ ନିଷ୍ପି ଅନୁଯାୟୀ ଗାଁ ଗାଁରେ ପାଣ୍ଠି ସଂଗ୍ରହ ଓ ଅନ୍ୟାନ୍ୟ କାମକୁ ଗତିଶୀଳ କରିବାକୁ ସଂକଳ୍ପ ନେଇଥିଲେ । ଉଦ୍ଯାପନୀ ପର୍ବରେ ସମସ୍ତଙ୍କୁ ଆହ୍ୱାନ ଜଣାଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ମେ ମାସ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ଆନ୍ଦୋଳନ ହେବ । ବିଭିନ୍ନ ସମୟରେ ·ଷୀଙ୍କ ପାଇଁ ମଥ୍ୟା ଘୋଷଣା କରି ପରର୍ବୀ ସମୟରେ ·ଷୀଙ୍କୁ ଦେଖା ଦେଉଥିବା ନବୀନ ସରକାରଙ୍କ ଧୋକାଦାରୀକୁ ଆଉ ବରଦାସ୍ତ କରାଯିବ ନାହିଁ । ଆଗାମୀ ଦିନ ଲଢେଇରେ ଅତି କମ୍ରେ ୫ ଲକ୍ଷ ·ଷୀ ଅହିଂସାତ୍ମକ ଆନ୍ଦୋଳନରେ ଯୋଗ ଦେବେ । ୭୦ ଭାଗ ·ଷୀ ବନାମ ଭାଗେ କର୍ମ·ରୀ ରାଜନେତା ଲଢେଇ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେବ । ଏହି ସଂକଳ୍ପକୁ ସାକାର କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଜିର କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେନ୍ଦ୍ରନାଥ ମହାରଣା, ବଂଶୀଧର ପଟ୍ଟନାୟକ, ଭରତ ଚନ୍ଦ୍ର ସ୍ୱାଇଁ, ଅଶ୍ୱିନୀ ଜେନା, ରଞ୍ଜିତ ପଟ୍ଟନାୟକ, ପ୍ରଫୁଲ୍ଲ ଜେନା, ସୁରେଶଚନ୍ଦ୍ର ମାନସିଂ, କୁନି ମହାପାତ୍ର, ରଞ୍ଜନ ପଟେଲ ପ୍ରମୁଖ ଯୋଗ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ସଂଯୋଜକ ମହେଶ୍ୱର ଶେଷରେ ଧନ୍ୟବାଦ ଦେଇଥିଲେ । ଆଜି ହାଇକୋର୍ଟର ମୁଖ୍ୟ ବି·ରପତିଙ୍କ ନିକଟକୁ ଡ଼ାକ ଯୋଗେ ଜନସ୍ୱାର୍ଥ ମାମଲା ଦାୟର ପାଇଁ ଏତଲା ପଠାଯାଇଛି ।

Leave a Reply

Your email address will not be published. Required fields are marked *