ନବୀନ ନିବାସ ଆଡ଼କୁ ନବନିର୍ମାଣ ସଂଗଠନର ଧସେଇ ପଶିବା ଉଦ୍ୟମଟୋକନ କେନ୍ଦ୍ରୀକରଣ ଉଠାଅ, ·ଷୀଙ୍କ ସବୁ ଧାନ ନିଅ ·ଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ ଗିରଫ

ନବୀନ ନିବାସ ଆଡ଼କୁ ନବନିର୍ମାଣ ସଂଗଠନର ଧସେଇ ପଶିବା ଉଦ୍ୟମଟୋକନ କେନ୍ଦ୍ରୀକରଣ ଉଠାଅ, ·ଷୀଙ୍କ ସବୁ ଧାନ ନିଅ
·ଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦ ଗିରଫ


ଭୁବନେଶ୍ୱର, ୨୧.୧୧ : ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ନେଇ ମୂଳରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେବା ଓ ଟୋକନ କେନ୍ଦ୍ରୀକରଣ ନେଇ ·ଷୀମାନେ ସ୍ୱତର୍ସ୍ଫୂଭାବେ ଆନ୍ଦୋଳନକୁ ଓହ୍ଲାଇବା ପରେ ଆଜି ପଶ୍ଚିମ ଓଡ଼ିଶା ·ଷୀଙ୍କ ପାଇଁ ଆ ଭିଡ଼ିଛି ନବନିର୍ମାଣ କୃଷକ ସଂଗଠନ । ଟୋକନ କେନ୍ଦ୍ରୀକରଣ ଉଚ୍ଛେଦ କରି ପୂରଣା ବ୍ୟବସ୍ଥାକୁ ·ଲୁ କରିବା ଦାବିରେ ଆଜି ରେଳ ଷ୍ଟେସନରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ କର୍ମୀମାନେ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରାରେ ବାହାରି ଶିଶୁଭବନ ଛକପର୍ଯ୍ୟନ୍ତ ଯାଇଥିଲେ । କେନ୍ଦ୍ରୀକରଣ ଟୋକନ ବ୍ୟବସ୍ଥା ଉଚ୍ଛେଦ ଆମର ଦାବି, ·ଷୀଙ୍କ ଉପରେ ଶାସନତନ୍ତ୍ରର ଜୁଲୁମ୍ ଚଳିବ ନାହିଁ, ·ଷୀ ବିରୋଧୀ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ହାୟ ହାୟ, ନୂଆ ଟୋକନ ବ୍ୟବସ୍ଥା ଉଚ୍ଛେଦ ନହେଲେ ସଚିବାଳୟରେ ତାଲା ଝୁଲିବ ଆଦି ସ୍ଲୋଗାନରେ ସହରକୁ ପ୍ରକମ୍ପିତ କରିଥିଲେ । ଶିଶୁଭବନ ଛକରେ ବ୍ୟାପକ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଅଟକାଇବା ପରେ ପୋଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା । କୃଷକ ସଂଗଠନର ସହ ସଂଯୋଜକ ଉମାକାନ୍ତ ଭାରତ ଓ ଯୁବ ଛାତ୍ର ସଂଗଠନର ସଭାପତି ମନୱାର ଅଲ୍ଲୀ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରୁଥିଲା ବେଳେ ସେମାନଙ୍କୁ ପୋଲିସ୍ ଗିରଫ କରିବା ସହ ଅନ୍ୟ ଶତାଧିକ ·ଷୀ ଓ ·ଷୀ ନେତୃତ୍ୱଙ୍କୁ ଗିରଫ କରିଛି । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି କହିଥିଲେ ଯେ, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ହେଁ ଏଠାରେ ·ଷୀଙ୍କ ପ୍ରସ୍ତାବ ଓ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ନଦେଇ ପ୍ରଶାସନ ଉପରଆଡ଼ୁ ସବୁବେଳେ ଆଇନ୍କୁ ଥାପି ଦେବାକୁ ଉଦ୍ୟମ କରୁଛି । ·ଷୀ ବିରୋଧୀ କୌଣସି ଆଇନ୍କାନୁନ୍ ତିଳେମାତ୍ର ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ କୁମାର କହିଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମଣ୍ଡି ହ୍ୟାଣ୍ଡେଲିଙ୍ଗ ବାବଦରେ ଆସୁଥିବା କୋଟି କୋଟି ଟଙ୍କାକୁ ମିଲର, ଜିଲ୍ଲା ପ୍ରଶାସନ, ସମବାୟ ସମିତି ସମ୍ପାଦକ ଲୁଟ୍ କରୁଥିଲେ ହେଁ ଏହା ବିରୁଦ୍ଧରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି । ଜିଲ୍ଲା ପ୍ରଶାସନ ଠାରୁ ସଚିବାଳୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ମିଲରଙ୍କ ସପକ୍ଷରେ କାର୍ଯ୍ୟ କରି ଆସୁଛନ୍ତି, ଏହାକୁ ତୀବ୍ର ବିରୋଧ କରାଯିବ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହସଂଯୋଜକ ନିମାଇ ରାୟ, କେନ୍ଦୁଝର ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ସୁରେଶ ମାନସିଂହ, ସୁରେନ୍ଦ୍ରନାଥ ମହାରଣା, ସୁଧାକର ପରିଡ଼ା, ଦୁର୍ଗାପ୍ରସାଦ ଦାସ, ମହେଶ୍ୱର ଜେନା, ମମତା ନାଥ, ଦୀନେଶ ଦାସ, ମଧୁମିତା ସାମଲ, ଗୋବିନ୍ଦ ମହାପାତ୍ର, ସୁବାସ ପଣ୍ଡା, ଅଶ୍ୱିନୀ ଜେନା, ମୀନା କୁମାରୀ ସାହୁ, ଜୟନ୍ତୀ ତ୍ରିପାଠୀ, ଜଟାଧାରୀ ସ୍ୱାଇଁ, ନିରଞ୍ଜନ ପ୍ରଧାନ ପ୍ରମୁଖ ସାମିଲ୍ ଥିଲେ । ଆଗାମୀ ୭ ଦିନ ମଧ୍ୟରେ ଯଦି ସରକାର ତାଙ୍କର ପଦକ୍ଷେପରୁ ଓହରି ନ ଯାଆନ୍ତି ତେବେ ଭବିଷ୍ୟତରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *