ବାପାର ଠେଙ୍ଗା ମାଡରେ ପୁଅ ର ମୃତ୍ୟୁ ଅଭିଯୋଗ

ବାପାର ଠେଙ୍ଗା ମାଡରେ ପୁଅ ର ମୃତ୍ୟୁ ଅଭିଯୋଗ

ଆଙ୍କର – ବାପା ର ଠେଙ୍ଗା ମାଡରେ ପୁଅ ର ମୃତ୍ୟୁ ଅଭିଯୋଗ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଥାନା ଅନ୍ତର୍ଗତ ଗୋଡିଙ୍ଗା ରେ । ଗତକାଲି ରାତିରେ ଗୋଡିଙ୍ଗା ର ବାପା ମାଧବମାଝୀଙ୍କ ଘର ର ଅନ୍ୟ ସମସ୍ତ ସଦସ୍ୟ ଶୋଇବା ପାଇଁ ଚାଲିଯିବା ପରେ ବାପା ମାଧବ ମାଝୀ ଓ ପୁଅ କୃଷ୍ଣ ମାଝୀ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ପୁଅ ର ଚିତ୍କାର ଶୁଣି ଘଟଣା ସ୍ଥଳରେ ମା ଓ ତାଙ୍କ ଝିଅ ପହଞ୍ଚି ଥିଲେ । ସେହି ସମୟରେ ପୁଅ କୃଷ୍ଣ ମାଝୀ ଅଚେତ ହୋଇ ପଡ଼ିଥିଲେ ପରେ କୃଷ୍ଣ ଙ୍କୁ ପାଣି ପିଆଇ ମେଡିକାଲ କୁ ନେବା ବେଳେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ଗ୍ରାମବାସୀ ଙ୍କ କହିବା ଅନୁସାରେ ପୂର୍ବରୁ ମଧ୍ୟ ଉଭୟ ବାପା ଓ ପୁଅ ଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ଗ୍ରାମବାସୀ ଙ୍କ ତରଫରୁ ଅନେକ ଥର ଗଣ୍ଡଗୋଳ ସମାଧାନ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଗତକାଲି ରାତିରେ ମଦ୍ୟପାନ କରି ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପୁଅ କୁ ବାପା ହତ୍ୟା କରିଥିଲା ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କୃଷ୍ଣ ମଦ୍ୟପାନ କରି ତା ସ୍ତ୍ରୀ ସହିତ ଗଣ୍ଡଗୋଳ ହୋଇଥିଲା ଯାହାକୁ ନେଇ ପରିବାର ସଦସ୍ୟ ଚାଲିଯିବା ପରେ ପୁଅ ଓ ବାପା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ପରିବାର ଲୋକେ ଶୋଇବାକୁ ଚାଲିଯିବା ପରେ ବାପା ଏକ ଠେଙ୍ଗା ସାହାଯ୍ୟ ରେ ପୁଅକୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଇନ୍ଦ୍ରାବତୀ ପୋଲିସ ପହଞ୍ଚି ବାପା ମାଧବ ମାଝୀ ଙ୍କୁ ଥାନା ରେ ଅଟକ ରଖି ଘଟଣା ର ତଦନ୍ତ କରୁଛି ।
ବାଇଟ -୧- ତ୍ରିବେଣୀ ମାଝୀ-ମୃତକର ଭଉଣୀ
ବାଇଟ -୨- ପ୍ରଭୁଦାନ ଗଣ୍ଡା- ଗ୍ରାମବାସୀ । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *