ମୋବାଇଲ ଫାଟି ଗଲା ଜଣେ ଶ୍ରମିକର ଜୀବନ ।

ମୋବାଇଲ ଫାଟି ଗଲା ଜଣେ ଶ୍ରମିକର ଜୀବନ ।

ଭୁବନେଶ୍ୱର: ପାରାଦୀପ: ମୋବାଇଲା ହେଲା କାଳ । ମୋବାଇଲ ଫାଟି ଗଲା ଜଣେ ଶ୍ରମିକର ଜୀବନ । ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଜଣେ ଶ୍ରମିକ ଶୋଇଥିବାବେଳେ ମୋବାଇଲ ଫାଟି ତାଙ୍କର ମୃତ୍ୟୁ ହୋଇଛି ।ଗତ ରାତିରେ ମୋବାଇଲକୁ ଛାତି ଉପରେ ରଖି ଶୋଇଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ଘର ନୟାଗଡ ଜିଲ୍ଲାର ରଣପୁର ପଂଚାୟତରେ ଓ ତାଙ୍କ ନାଁ କୁନା ପ୍ରଧାନ ବୋଲି ଜଣାପଡିଛି । ସେ ଏକ ମନ୍ଦିରରେ ଶ୍ରମିକ ଭାବେ କାମ କରିବା ପାଇଁ ନୟାଗଡରୁ ଆସି ପାରାଦୀପରେ ରହୁଥିଲେ ।

Leave a Reply

Your email address will not be published. Required fields are marked *