ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ: ମନ୍ତ୍ରୀ ଶ୍ରୀ ଜେନା

ମୋ ସରକାର” କାର୍ଯ୍ୟକାରୀ ନିମନ୍ତେ ତାଲିମ୍‍ ଶିବିର
ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ: ମନ୍ତ୍ରୀ ଶ୍ରୀ ଜେନା

ଭୁବନେଶ୍ୱର,୭ା୧୨ ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ । ଗୃହ ଓ ନଗର ଉନ୍ନୟନ ବିଭାଗରେ ୫-ଟି କାର୍ଯ୍ୟକ୍ରମରେ “ମୋ ସରକାର” କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା ଜାନୁୟାରୀ ମାସ ପହିଲାରୁ ବିଭାଗ ଅଧୀନସ୍ଥ ୩୬୦କ୍ଷେତ୍ର କାର୍ଯ୍ୟାଳୟରେ ଏହା ଲାଗୁ ହେବ । ଏ ନେଇ ସଂପୃକ୍ତ ପଦାଧିକାରୀମାନଙ୍କର ଅଭିମୁଖୀକରଣ ବା ନୂତନ ପିସ୍ଥିତିରେ ନିଜକୁ ଅଭ୍ୟସ୍ତ କରିବା ନିମନ୍ତେ ଏକ ଦିନିକିଆ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଂଚାୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି କହିଛନ୍ତି ଯେ ଜନସାଧାର ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସସେମାନଙ୍କର ସେବା କରିବା ସରକାରଙ୍କର ପରମ କର୍ତବ୍ୟ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟି ସରକାରଙ୍କର ସମସ୍ତ କାର୍ଯ୍ୟ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସମ୍ପାଦିତ ହୋଇଥାଏ । ଏଣୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ ଦକ୍ଷତା ଏବଂ ପାରଦର୍ଶିତା ପ୍ରକାରନ୍ତରେ ସରକାରଙ୍କ ଦକ୍ଷତା ଓ ପାରଦର୍ଶିତା । ଯଦି ଆମେ ଜନସାଧାରଙ୍କୁ ଅକୁଣ୍ଠ ସେବା ଯୋଗାଇ ଦେଇପାରିଲେ ଲୋକମାନେ ସେହି ସବୁ ଯୋଜନାର ସୁଫଳ ପାଇ ପାରିବେ । ସରକାର ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ରାଜ୍ୟର ଅଭୂତ ବିକାଶ ସାଧିତ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।ମୋ ସରକାର” କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ସହିତ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରୁଛନ୍ତି । ସେମାନଙ୍କୁ ସରକାରୀ ଦପ୍ତରମାନଙ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା , ସେବା ପ୍ରଦାନ ନିମନ୍ତେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି କି ନାହିଁ ପଚାରି ବୁଝୁଛନ୍ତି । ଜନସାଧାରଣଙ୍କ ମତାମତ ଭିତିରେ ସରକାରକୁ ଅଧିକ ଉତରଦାୟୀ କରିବା “ମୋ ସରକାର”ର ମୂଳ ଲକ୍ଷ୍ୟ । ସରକାରୀ କାର୍ଯ୍ୟରେ ପାରଦର୍ଶିତା ଆଣିବା ଏବଂ ଭ୍ରଷ୍ଟାଚାରକୁ ସମୂଳେ ବିଲୋପ କରିବା ନିମନ୍ତେ ଗତ ଅକ୍ଟୋବର ୨ ତାରିଖରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆସନ୍ତା ଜାନୁୟାରୀ ପହିଲାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ୩୬୦ ଟି କ୍ଷେତ୍ର କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ଏବଂ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସ୍ୱତନ୍ତ୍ର କକ୍ଷ ଖୋଲାଯିବ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଆଦୃତ ହେବା ସହିତ ପ୍ରଶଂସିତ ହେଉଛି । ଏଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ଆମେ ସଫଳତାର ସହ କାର୍ଯ୍ୟକାରୀ କରି ବିଭାଗ ତଥା ସରକାରଙ୍କୁ ଅଧିକ ଲୋକାଭିମୁଖି କରିପାରିବା ଦିଗରେ ବ୍ରତୀ ହେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ୍‍ ବିଭାଗ ଅଧୀନସ୍ଥ ୩୬୦ କ୍ଷେତ୍ର କାର୍ଯ୍ୟାଳୟରେ ସ୍ୱତନ୍ତ୍ର କକ୍ଷ ଖୋଲାଯିବା ଓ ତାର ପରିଚାଳନା ଉପରେ ଆଲୋକପାତ କରି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସୁଥିବା ଜନସାଧାଣଙ୍କ ସଠିକ୍‍ ଡାଟା ବେସ୍‍ ନିର୍ଦ୍ଧିଷ୍ଟ ଫରମାଟରେ ପ୍ରସ୍ତୁତ କରିବେ । ସେହି ଡାଟାକୁ ନେଇ ମନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀମାନେ ଜନସାଧାରଙ୍କ ମତାମତ ସଂଗ୍ରହ କରିବା ସଂପର୍କରେ ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ , ସ୍ୱତନ୍ତ୍ର ସଚିବ ପ୍ରେମକୁମାର ଝା , ଯନ୍ତ୍ରୀ ମୁଖ୍ୟ ଜନ୍ମେଜୟ ସେଠୀ , ରାଜ୍ୟ ସହରାଂଚଳ ଗୃହ ନିର୍ମାଣ ମିଶନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ ଏବଂ ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ଉକ୍ତ ତାଲିମ୍‍ ଶିବିରେ ସମସ୍ତ ମହାନଗର ନିଗମର କମିଶନର , ପୌରପାଳିକା ଓ ଏନ୍‍.ଏ.ସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ େଇଥିଲେ ।

Leave a Reply

Your email address will not be published. Required fields are marked *