ମେ’ରେ ‘ମୁଁ ମିସ୍ ଓଡ଼ିଶା’ ପ୍ରତିଯୋଗିତା

ମେ’ରେ ‘ମୁଁ ମିସ୍ ଓଡ଼ିଶା’ ପ୍ରତିଯୋଗିତା

ଭୁବନେଶ୍ୱର: ଜ୍ୟୋସ୍ନା ରାଉତରାୟ ମେମୋରିଆଲ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୦୨୦ରେ ‘ମୁଁ ମିସ୍ ଓଡ଼ିଶା’ ପ୍ରତିଯୋଗିତା କରାଯିବାକୁ ସ୍ଥିର ହୋଇଛି । ଅଡ଼ିସନ୍, ମେଗାଅଡ଼ିସନ୍, ସେମିଫାଇନାଲ୍, ଗ୍ରାଣ୍ଡଫାଇନାଲ୍ ଏହିପରି ୪ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ହେବ । ୨୦୧୪ରେ ପ୍ରଥମେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସେତେବେଳେ ବଲିଉଡ୍ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଇଲିଆନା ଡ଼ିକ୍ରୁଜ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ା ୨୦୧୪ର ‘ମୁଁ ମିସ୍ ଓଡ଼ିଶା’ ପ୍ରତିଯୋଗିତାଟି ଜାତୀୟ ସ୍ତରର ପ୍ରତିଯୋଗିତା ପରି ହୋଇଥିବା ବେଳେ ଏହା ବେଶ୍ ଲୋକପ୍ରିୟ ହୋଇଥିଲା ା ଏହି ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ସୁପ୍ରିୟା ନାୟକ, ମୋନା ବ୍ୟାସ୍, ସୂର୍ଯ୍ୟମୟୀ ମହାପାତ୍ର ଏବେ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଖ୍ୟାତନାମା ଅଭିନେତ୍ରୀ ହୋଇଥିବା ବେଳେ ଜ୍ୟୋର୍ତିମୟୀ ବଳ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଲାଭ କରିଛନ୍ତି ା ୨୦୨୦ ‘ମୁଁ ମିସ୍ ଓଡ଼ିଶା’ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ମେ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ା ଗ୍ରାଣ୍ଡ ଫାଇନାଲ୍ରେ ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତ୍ରୀ ଯୋଗଦେବେ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ସୁବୋଧ ମହାପାତ୍ର (ବୁବୁ) କାର୍ଯ୍ୟକରିବା ସହିତ ଏହାର ସମସ୍ତ କାର୍ଯ୍ୟ ପରିଚାଳନା କରିବେ ବୋଲି ଜ୍ୟୋସ୍ନା ରାଉତରାୟ ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଜୀମୂତ ମଂଗରାଜ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *