କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେଗା ନିଯୁକ୍ତି ମେଳା ୭ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଁ ମନୋନୀତ

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେଗା ନିଯୁକ୍ତି ମେଳା
୭ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଁ ମନୋନୀତ

ଫୁଲବାଣୀ, ୧୦ ।୧: କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
କନ୍ଧମାଳ ସଂସଦୀୟ କ୍ଷେତ୍ରର ଯୁବକ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି
ଚାଲିଥିବା ମେଗା ନିଯୁକ୍ତି ମେଳା ଶେଷ ହୋଇଛି । ଏଥିରେ ସମଗ୍ର ଦେଶରୁ ୭୧ଟି କମ୍ପାନୀ ଯୋଗଦେଇଥିଲେ । ଏହି ୨
ଦିନିଆ ନିଯୁକ୍ତି ମେଳାରେ ବିଭିନ୍ନ କମ୍ପାନୀରେ ଚାକିରି ପାଇଁ ଜିଲ୍ଲାର ୭ହଜାର ଯୁବକ ଯୁବତୀ ମନୋନୀତ ହୋଇଛନ୍ତି । ଏହି
ଯୁବକ ଯୁବତୀଙ୍କ ସର୍ବନିମ୍ନ ମାସିକ ବେତନ ୧୦ ହଜାର ଟଙ୍କା ଥିବା ବେଳେ ସର୍ବାଧିକ ବେତନ ରହିଛି ୨୦ ହଜାର ଟଙ୍କା ।
ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ କମ୍ପାନୀମାନେ ପ୍ରଦାନ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି,
ନିଯୁକ୍ତି ପାଇଥିବା ଯୁବକଯୁବତୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀରୁ କମ୍‍ ହୋଇଥିବା ବେଳେ
ସମସ୍ତ ଯୁବକଯୁବତୀ ଗ୍ରାମାଞ୍ଚଳରୁ ଆସିଥିଲେ । ଏହି ନିଯୁକ୍ତି ମେଳାରେ ସଂସଦୀୟ କ୍ଷେତ୍ରର ସର୍ବାଧିକ ୧୪ ହଜାର ଯୁବକ
ଯୁବତୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ହଜାର ପିଲା ପଞ୍ଜୀକରଣ କରିଥିଲେ । ଗୁରୁବାର କନ୍ଧମାଳ ଜିଲ୍ଲା
ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ନିଯୁକ୍ତିମେଳାରେ ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା, ଜି.ଉଦୟଗିରି, ତୁମୁଡିବନ୍ଧ,
କେ.ନୂଆଗାଁ, ଦାରିଙ୍ଗବାଡି, ଟିକାବାଲି, ରାଇକିଆ, ଚକାପାଦ, ଫିରିଙ୍ଗିଆ, ଖଜୁରୀପଡା, କୋଟଗଡ ବ୍ଲକ ସମେତ ଫୁଲବାଣୀ
ପୌରାଞ୍ଚଳ, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଗଣିଆ ଓ ନୂଆଗାଁ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକ୍‍ର ୧୨
ହଜାର ଯୁବକ ଯୁବତୀ ଯୋଗଦେଇଥିବା ବେଳେ ସେଥିମଧ୍ୟରୁ ୧୦ ହଜାର ପଞ୍ଜୀକରଣ କରିଥିଲେ । ଏଥିରେ ୬ହଜାର
୩ଶହ ଯୁବକ ଯୁବତୀ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩ଶହ ପିଲା ତାଲିମ୍‍ ପରେ ନିଯୁକ୍ତି
ପାଇବା ଲାଗି ମନୋନୀତ ହୋଇଛନ୍ତି । ସେହିପରି ଆଜି ବୌଦ୍ଧଠାରେ ଅନୁଷ୍ଠିତ ନିଯୁକ୍ତିମେଳାରେ ବୌଦ୍ଧ ନିଯୁକ୍ତିମେଳାରେ
୨୦ ରୁ ଉଦ୍ଧ୍ୱର୍ କମ୍ପାନୀ ଯୋଗଦେଇଥିବା ବେଳେ ବୌଦ୍ଧ ଓ କଣ୍ଟାମାଳ ବ୍ଲକ୍‍ର ୨ହଜାର ପିଲା ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୭ଶହ ଯୁବକ ଯୁବତୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ ।ଏହି ମେଗା ନିଯୁକ୍ତିମେଳା ଆୟୋଜନ ପାଇଁ ସାଂସଦ ଶ୍ରୀ ସାମନ୍ତ ଦୀର୍ଘ ୬ମାସ ଧରି ଉଦ୍ୟମ କରିଆସୁଥିଲେ । ନିଯୁକ୍ତିମେଳାରେ କିପରି ଅଧିକ ସଂଖ୍ୟକ କମ୍ପାନୀ ଯୋଗଦେବେ ଏବଂ ଅଧିକରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇପାରିବେସେଥିପାଇଁ ସେ ପ୍ରୟାସ ଜାରି ରଖିଥିଲେ । ନିଯୁକ୍ତି ମେଳାର ବହୁ ପୂର୍ବରୁ ଯୋଗଦେବା ପାଇଁ କନ୍ଧମାଳ ସଂସଦୀୟ କ୍ଷେତ୍ରରଯୁବକ ଯୁବତୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ନିଯୁକ୍ତି ପାଇବାରେ ସଫଳ ହେବାପାଇଁ ମଧ୍ୟତାଲିମ୍‍ ପ୍ରଦାନ କରାଯାଇଥôଲ । । ଏଥତ୍ପ ।ଇଁ ସାଂସଦଙ୍କ କର୍ମଚାରୀଓ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରାଣରେ ଲାଗିଥିଲେ । ନିଯୁକ୍ତିମେଳାରେବିଭିନ୍ନ ବ୍ଲକ୍‍ରୁ ଯୁବକଯୁବତୀଙ୍କୁ ପହଞ୍ଚାଇବା ପାଇଁ ଶ୍ରୀ ସାମନ୍ତ ୧୨୦ଟି ବସ୍‍ର ବନ୍ଦୋବସ୍ତ କରିଥିଲେ । ଭାରତର ବିଭିନ୍ନସ୍ଥାନରୁ ଆସିଥିବା ଏହି ସବୁ କମ୍ପାନୀର ପ୍ଲେସ୍‍ମେଣ୍ଟ୍‍ ଟିମ୍‍ ଭୁବନେଶ୍ୱରରେ ପହଞ୍ôଚବା ପରେ ଶ୍ରୀ ସାମନ୍ତ ସେମାନଙ୍କୁ ଫଲୁ ବାଣୀରେପହଞ୍ଚାଇବାର ବନ୍ଦୋବସ୍ତ ମଧ୍ୟ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି ମେଗା ନିଯୁକ୍ତିମେଳାରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରଗ୍ରାମାଞ୍ଚଳର ଏତେ ସଂଖ୍ୟକ ବେକାର ଯୁବକ ଯୁବତୀ କର୍ମସଂସ୍ଥାନ ପାଇବା ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେଆଲୋଚନାର ବିଷୟ ପାଲଟିଛି । ଏବେ ଦେଶରେ ନିଯୁକ୍ତି ସମସ୍ୟା ଦେଖା ଦେଇଥିବାବେଳେ ସାଂସଦ ଶ୍ରୀ ସାମନ୍ତଙ୍କ ଉଦ୍ୟମ
କ୍ରମେ ବିଭିନ୍ନ କମ୍ପାନୀରେ ଏତେ ସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ପାଇବା ଜିଲ୍ଲା ପାଇଁ ଆନନ୍ଦର ବିଷୟ ବୋଲି ବୁଦ୍ଧିଜୀବୀ ଓ
ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଶ୍ରୀ ସାମନ୍ତଙ୍କ ଏଭଳି ଅନନ୍ୟ ପ୍ରୟାସକୁ ସେମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *