୨୩୬ତମ “ମିଟ୍ ଦ ଆର୍ଟିଷ୍ଟ କାର୍ଯ୍ୟକ୍ରମ ଓଡ଼ିଶାର ପ୍ରାଚୀନ ବୟନଶିଳ୍ପ”

୨୩୬ତମ “ମିଟ୍ ଦ ଆର୍ଟିଷ୍ଟ କାର୍ଯ୍ୟକ୍ରମ ଓଡ଼ିଶାର ପ୍ରାଚୀନ ବୟନଶିଳ୍ପ”

ଭୁବନେଶ୍ୱର, ୧୧/୦୧/୨୦୨୦ : ଜେଡି ସେଂଟର ଅଫ୍ ଆର୍ଟ, ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ (ମିଟ୍ ଦ ଆର୍ଟିଷ୍ଟ)ର ୨୩୬ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟାଳୟ, ଏ/୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥରର ବିଷୟବସ୍ତୁ ଥିଲା “ଓଡ଼ିଶାର ପ୍ରାଚୀନ ବୟନଶିଳ୍ପ ।ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ତଥା ଟେକ୍ସଟାଇଲ୍ ଡିଜାଇନର୍ ପଂକଜା ସେଠୀଙ୍କୁ କଳାକାର ପଦ୍ମଭୂଷଣ ଯତୀନ ଦାସ ଅନୁଷ୍ଠାନ ତରଫରୁ ପାରମ୍ପରିକ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପଂକଜା ସେଠୀ ପ୍ରାଚୀନ ବୟନଶିଳ୍ପ ବିଷୟରେ ନିଜର ଅନୁଭୂ୍ତି ର୍ବନା କରିଥିଲେ । ପ୍ରଥମେ ପଂକଜା ସେଠୀ ଆଦିବାସୀ ସାନ୍ତାଳମାନଙ୍କ ସହିତ ରହି କାମ କରିଥିଲେ । ସାନ୍ତାଳମାନଙ୍କର କାନ୍ଥରେ କରୁଥିବା ଡିଜାଇନ୍କୁ ସେମାନେ କିପରି ଟେକ୍ସଟାଇଲ୍କୁ ଆଣିପାରିଛନ୍ତି ତାହା ଦେଖି ସେ ବିସ୍ମିତ ହୋଇଥିଲେ । ତାପରେ ସେ ଡଙ୍ଗରିଆ କନ୍ଧଙ୍କ ଏମ୍ର୍ରୟଡରୀ କପଡ଼ା ଉପରେ ଗବେଷଣା କରିଥିଲେ । ଆଦିବାସୀମାନଙ୍କ କଳାକୁ ଭଲ ଭାବରେ ବୁଝିବା ପାଇଁ ସେ ପୁଣି ଆନ୍ଥ୍ରୋପୋଲୋଜି ପଢ଼ିଥିଲେ । ପରେ ଟେକ୍ସଟାଇଲ୍ ଡିଜାଇନ୍ ଜ୍ଞାନ ସହ ଆନ୍ଥ୍ରୋପୋଲୋଜିର ଜ୍ଞାନକୁ ମିଶାଇ ଗଦବା ଆଦିବାସୀଙ୍କର କୋଟପାଡ଼ କପଡ଼ା ଉପରେ ଗବେଷଣା କରି ଡିଜାଇନ୍ କରିଥିଲେ । ତାଙ୍କର ଏ ଡିଜାଇନ୍ ଲଂଡନର ପୃଥିବୀ ପ୍ରସିଦ୍ଧ ଭିକ୍ଟୋରିଆ ଆଲବର୍ଟ ମ୍ୟୁଜିୟମ୍ରେ ପ୍ରଦର୍ଶିତ ହେଉଛି । ତାଙ୍କର ଏ ଆଲୋଚନା ପରେ ତାଙ୍କ ର୍ନିେଶିତ ଦୁଇଟି ଡକୁମେଂଟାରୀ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରିଥିଲେ । ଏହି ସଭାରେ ଶ୍ରୀ ଲଳିତ ମାନସିଂହ, ପ୍ରଫେସର ପି.କେ.ମିଶ୍ର, ପଦ୍ମଶ୍ରୀ ଦେବୀପ୍ରସନ୍ନ ମିଶ୍ର, ନିବେଦିତା ସ୍କୁଡର, ଧିରେନ୍ ଦାସ, ବୀରେନ୍ ଦାସ, ନନ୍ଦିତା ଦାସ, ସିିାର୍ଥ ଦାସ, ଅବସର ବେଉରିଆ, ଶ୍ୟାମହରି ଚକ୍ର, ଶ୍ରୀବ ସାମଲ, ଶାନ୍ତନୁ ମହାପାତ୍ର, ବିପିନ ମହାନ୍ତି, ମଙ୍ଗଳା ପ୍ରସାଦ ମହାନ୍ତି, ଦେବଦାସ ଛୋଟରାୟ, ବିୟତ୍ପ୍ରଜ୍ଞା ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମହାପାତ୍ର, ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱଜିତ ରାଉତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *