ଡିଜିପି ଅଭୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ।

ଡିଜିପି ଅଭୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ।

ଭୁବନେଶ୍ୱର ୧୧ା୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନବନିଯୁକ୍ତ ଡିଜିପି ଅଭୟ । ଲୋକକୈନ୍ଦ୍ରିକ ସେବା ପ୍ରଦାନକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ମୋ ସରକାର ଓ ୫ଟି କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ ଡିଜିପିଙ୍କୁ କହିଛନ୍ତି । ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି । ଗତ ୯ତାରିଖ ଦିନ ଆଇପିଏସ ଅଭୟ ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ଥିଲେ ।

Leave a Reply

Your email address will not be published. Required fields are marked *