କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ
 ରାଜ୍ୟରେ ତୈଳ ଏବଂ ଗ୍ୟାସ ଭିତିଭିମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ
 ସିଜିଡି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୦ – ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜଏରାମ ଠାକୁର
ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଉଭୟେ ହିମାଚଳ
ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତିଭିମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସେହିପରି ରାଜ୍ୟର ବିକାଶ ପାଇଁ ଅନନ୍ୟ ପ୍ରସଙ୍ଗରେ ମଧ୍ୟ ଉଭୟ ଆଲୋଚନା କରିଥିବା ଟ୍ୱିଟ୍ କରି ଶ୍ରୀ
ପ୍ରଧାନ ଜଣାଇଛନ୍ତି ।
ଏହି ଆଲୋଚନା କାଳରେ ଉଭୟ ମନ୍ତ୍ରୀ ହିମାଚଳ ପ୍ରଦେଶର ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର
ଅଗ୍ରଗତି ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ । ଏହି ପ୍ରକଳ୍ପ ଗୁଡିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ରାଜ୍ୟର ସମସ୍ତ
ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଗୁଡିକୁ ସ୍ୱଚ୍ଛ ପ୍ରାକୃତିକ ଇନ୍ଧନ ଯୋଗାଯାଇପାରିବ । ଏହି ପ୍ରକଳ୍ପ ସ୍ୱଚ୍ଛ
ଇନ୍ଧନ ବିକାଶରେ ଅଗ୍ରସର ହେବ ତଥା ହିମାଚଳ ପ୍ରଦେଶକୁ କମ୍ ଅଙ୍ଗାରକାମ୍ଳଯୁକ୍ତ ଅର୍ଥବ୍ୟବସ୍ଥା ବନାଇବା
ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *