ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ।

ଭୁବନେଶ୍ୱର ୧୧/୦୭/୨୦୨୦- ପ୍ରାରମ୍ଭ ଭାରତ ସାମାଜିକ ଅନୁଷ୍ଠାନ ତରଫରୁ ୟୁନିଟ୍-୩ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ କରାଯାଇଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦେହଜୀବୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ଙ୍କୁ ଏଥିରେ ସାମିଲ କରାଯାଇଥିଲା। ୧୫୦ରୁ ଅଧିକ ଲୋକଙ୍କୁ ମାସ୍କ ଦିଆଯାଇଥିଲା। ଦେହଜୀବୀ ମାନଙ୍କର ମୁଖ୍ୟ ନାଗାମଣୀ ରାଓ ନିଜ ବର୍ଗର ଲୋକଙ୍କ ପାଇଁ ମାସ୍କ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ପ୍ରଭାତୀ ରାୟ ସିଂ ସହଯୋଗ କରିଥିଲେ ଏବଂ ପ୍ରାରମ୍ଭ ଭାରତ ଅନୁଷ୍ଠାନ ତରଫରୁ ହିମାଂଶୁ ଶେଖର ମହାନ୍ତି ଏବଂ ପୁଷ୍ପିତା ପ୍ରିୟଦର୍ଶିନୀ ଏହାକୁ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *