ମନ୍ତ୍ରୀ ପ୍ରତାପ ଜେନାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ-ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ!

ମନ୍ତ୍ରୀ ପ୍ରତାପ ଜେନାଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ-ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ!


ଭୁବନେଶ୍ୱର :ପଚାଂୟତିରାଜ , ପାନୀୟଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏହି ଗସ୍ତ କାଳରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ , ଆଶ୍ରୟସ୍ଥଳୀ ଉଦ୍ଘାଟନ , ଭୂମିହୀନଙ୍କୁ ଜମିପଟ୍ଟା ବଂଟନ କରିଥିଲେ ।
ପୂର୍ବାହ୍ନରେ ଗୋଲମୁଣ୍ଡା ବ୍ଲକ୍ ମାହାଲିଙ୍ଗ କଲେଜର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ସ୍ଥିତି ପରଖି ଥିଲେ । ଡାକ୍ତର ଏବଂ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଭବାନୀପାଟଣା ପୌରପରିଷଦ ତରଫରୁ ପୁରୁଣାପଡା ଠାରେ ୪୦ ଲକ୍ଷ ଟଙ୍କା ବ୍ୟରେ ନିର୍ମିତ ଆଶ୍ରସ୍ଥଳୀକୁ ଉଦ୍ଘାଟନ କରିଥିଲେ । ଏହି ଆଶ୍ରୟ ସ୍ଥଳୀରେ ସାଧାରଣ ଲୋକମାନେ ନିଃଶୁଳ୍କ ଭାବେ ରାତ୍ରୀ ଯାପନ କରିପାରିବେ । ଏତଦ୍ବ୍ୟତିତ ବସ୍ ଷ୍ଟାଣ୍ଡ , ରେଳ ଷ୍ଟେସନ , ଡାକ୍ତରଖାନା ଆଦିରେ ଅପେକ୍ଷାରତ ଲୋକମାନେ ମଧ୍ୟ ଉକ୍ତ ଆଶ୍ରୟସ୍ଥଳୀରେ ରାତ୍ରୀ ଯାପନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ ଭୂମିହୀନଙ୍କୁ ଜମି ପଟ୍ଟା ବଂଟନ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି , ଶିଳ୍ପ , ଏମ୍.ଏସ୍.ଏମ୍.ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର , ସଂସ୍କୃତି ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ , ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ , ସାଂସଦ ବସ୍ତନ୍ତ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।
ଏହା ପରେ ମନ୍ତ୍ରୀ ଶ୍ରୀ ଜେନା କେସିଙ୍ଗା ଗସ୍ତକରି ସେଠାରେ ଚାଲିଥିବା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବୁଢାଡଙ୍ଗର ଉତ୍ସବରେ ଯୋଗ ଦେବା ସହିତ ଜୁନାଗଡ ଠାରେ ଆୟୋଜିତ ଶୀତ ମହୋତ୍ସବରେ ସାମିଲ ହେଇଥିଲେ

Leave a Reply

Your email address will not be published. Required fields are marked *