ଧାଡ଼ିରେ ଠିଆ ହୋଇ ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ

ଧାଡ଼ିରେ ଠିଆ ହୋଇ ଚିକିତ୍ସା କରାଇଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ

ଭୁବେନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଉ ତାଙ୍କ ଦଳର ମନ୍ତ୍ରୀଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଲାଣି । ଯାହାର ଉଦାହରଣ ଅନେକ ଥର ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ କହିଥିବା କଥା ଲୋକଙ୍କ ନିକଟତର ହେବା କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ। ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସାଧାରଣ ରୋଗୀଙ୍କ ପରି ମେଡିକାଲରେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ନିୟମ ଅନୁସାରେ ନିଜ ନାମ ପଞ୍ଜୀକରଣ ସହ ଆହତ ସମସ୍ୟା ନେଇ ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ମନ୍ତ୍ରୀ ଧାଡ଼ିରେ ଠିଆ ହୋଇଥିବାର ଏକ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ବୁଧବାର ଅଚାନକ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରହୀ । କେହି କିଛି ଭାବିବା ପୂର୍ବରୁ ସେ ମେଡିକାଲରେ ପହଞ୍ଚି ଯାଇଥିଲା । ଆସିବାର କାରଣ କେହି ଜାଣିନଥିଲେ । ମାତ୍ର ସମସ୍ତଙ୍କୁ ଚକିତ କରିଥିଲା ମନ୍ତ୍ରୀଙ୍କ ଗସ୍ତ । ଅନ୍ୟ କୌଣସି କାମ ପାଇଁ ନୁହେଁ, ବରଂ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିଲେ ଶ୍ରୀ ପାଣିଗ୍ରାହୀ । ମେଡିକାଲରେ ନାମ ରେଜିଷ୍ଟ୍ରେସନ କରିବା ସହ ନିଜର ଆହତ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ମୁଖ୍ୟ କଥା ହେଲା ସାଧାରଣ ରୋଗୀଙ୍କ ପରି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଲାଇନ୍‌ରେ ଠିଆ ହେବା ସହ ମେଡିକାଲର ସମସ୍ତ ନିୟମକୁ ପାଳନ କରିଥିଲେ । ମନ୍ତ୍ରୀଙ୍କ ଏଭଳି ଆଚରଣଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି । ମନ୍ତ୍ରୀ ମଧ୍ୟ ସାଧାରଣ ଲୋକଙ୍କ ସହ ଛିଡା ହୋଇ ଲୋକଙ୍କ ସମସ୍ୟା ବୁଝିପାରିଥିଲେ ।

Leave a Reply

Your email address will not be published. Required fields are marked *