ବ୍ୟକ୍ତିଗତ ସିଦ୍ଧି ପାଇଁ   ଭାଗବତ କଥାରୁ ମନ୍ତ୍ର ନିଅନ୍ତୁ : ସାଧ୍ୱୀ କ୍ରିଷ୍ଣାନନ୍ଦ!

ବ୍ୟକ୍ତିଗତ ସିଦ୍ଧି ପାଇଁ   ଭାଗବତ କଥାରୁ ମନ୍ତ୍ର ନିଅନ୍ତୁ : ସାଧ୍ୱୀ କ୍ରିଷ୍ଣାନନ୍ଦ!

ଭୁବନେଶ୍ୱର, ୧୧.୧୨ : ନୂଆଗାଁସ୍ଥିତ ଆଧ୍ୟାତ୍ମିକ ବିଦ୍ୟାପୀଠରେ ଆଗାମୀ କାଲିଠାରୁ ୭ ଦିନିଆ ଭାଗବତ ପ୍ରବଚନ ବୃନ୍ଦାବନର ପ୍ରସିଦ୍ଧ ଭାଗବତ କଥାକାର ସାଧ୍ୱୀ କ୍ରିଷ୍ଣାନନ୍ଦ ସରସ୍ୱତୀ ପ୍ରବଚନ ଦେବେ । ଏହି ପ୍ରବଚନ ମହୋତ୍ସବକୁ ଉଦ୍ଘାଟନ କରିବେ ବିଶିଷ୍ଟ ସନ୍ଥ ସ୍ୱାମୀ ଦିବ୍ୟାନନ୍ଦ ଗିରି ଏବଂ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ । ଆଗାମୀ କାଲି ସନ୍ଧ୍ୟା ୬ ଘଟିକା ସମୟରେ ନୂଆଗାଁ ପେଟ୍ରୋଲ ପମ୍ପ ପଛପଟ ଶ୍ରୀହରି କଲ୍ୟାଣ ମଣ୍ଡପଠାରେ ଏହି ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାଧ୍ୱୀ କ୍ରିଷ୍ଣାନନ୍ଦ ମାନବ ଜୀବନ କିଭଳି ସୁଖମୟ ହୋଇପାରିବ ଏବଂ ଶରୀର, ମନ ଏବଂ ସମାଜ କିପରି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, ସେ ସମ୍ପର୍କରେ ଭାଗବତ କଥାରୁ ବ୍ୟାଖାନ କରିବେ । ର୍ବମାନ ସମାଜ ବିଦେଶୀ ସଭ୍ୟତାରେ ଅନୁପ୍ରାଣିତ ହୋଇଥିବା ବେଳେ ଭାରତୀୟ ସଭ୍ୟତାରେ କିଭଳି ଅନୁପ୍ରାଣିତ ହେଲେ ଦିବ୍ୟ ଜୀବନର ସୁଖ ମିଳିପାରିବ, ସେ ସମ୍ପର୍କରେ ସାଧ୍ୱୀ କ୍ରିଷ୍ଣାନନ୍ଦ ଆଲୋକପାତ କରିବେ । ସାଧ୍ୱୀ କ୍ରିଷ୍ଣାନନ୍ଦଜୀଙ୍କ ରାଜସ୍ଥାନ ଓ ଗୁଜୁରାଟରେ ବହୁଳ ଭକ୍ତ ଥିବା ବେଳେ ପ୍ରଥମଥର ପାଇଁ ମାତାଜୀ ଶ୍ରୀ ଜଗନ୍ନାଥ ଧାମରେ ତାଙ୍କର ଭକ୍ତ ସୃଷ୍ଟି କରିବା ପାଇଁ ଆଗେଇ ଆସିଛନ୍ତି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ପ୍ରାପ୍ତି ପାଇଁ ପ୍ରାର୍ଥନା କରିବାକୁ ଆସିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଭାଗବତ କଥାର ଆବାହକ ଶ୍ରୀ ପରେଶନାଥ ନାୟକ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଆଧ୍ୟାତ୍ମିକ ବିଦ୍ୟାପୀଠର ସଦସ୍ୟମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *