୧୦ମ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତାମାଳା ଫଟୋରେ ଗାନ୍ଧୀଙ୍କୁ ସୀମିତ ରଖାନଯାଇ ଜୀବନ୍ତ ମଣିଷ ଭାବରେ ଉପସ୍ଥାପନ କରାଯାଉ : ମନୀଷା ଚୌଧୁରୀ

୧୦ମ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତାମାଳା
ଫଟୋରେ ଗାନ୍ଧୀଙ୍କୁ ସୀମିତ ରଖାନଯାଇ ଜୀବନ୍ତ ମଣିଷ ଭାବରେ ଉପସ୍ଥାପନ କରାଯାଉ : ମନୀଷା ଚୌଧୁରୀ

ଭୁବନେଶ୍ୱର, ୪.୧ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଓ ଉପଦେଶର ପ୍ରାସଙ୍ଗିକତା ଆଧୁନିକ ବିଶ୍ୱରେ ରହିଛି । ଏହି କାରଣରୁ ତାଙ୍କୁ ଆଉ ଫଟୋରେ ସୀମିତ ରଖାନଯାଉ ବରଂ ଜଣେ ଜୀବନ୍ତ ମଣିଷ ଭାବରେ ଉପସ୍ଥାପନ କରାଯାଉ । ଏହାଦ୍ୱାରା ନୂତନ ପୀଢିର କିଶୋର କିଶୋରୀ ଓ ମହିଳାମାନେ ନୂତନ ଭାବନାରେ ଉଦ୍ଭାସିତ ହେବେ ବୋଲି ପ୍ରଖ୍ୟାତ ଗାନ୍ଧିବାଦୀ, ଲେଖିକା ଓ ପ୍ରକାଶିକା ମନୀଷା ଚୌଧୁରୀ ମତ ଦେଇଛନ୍ତି ।ଶନିବାର ଦିନ ସ୍ଥାନୀୟ ଜୟଦେବ ଭବନଠାରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୦ମ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା । ପାଟକୁରା ଗାନ୍ଧୀ ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ପୂଣ୍ୟତିଥିରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ମନୀଷା ଚୌଧୁରୀ କହିଥିଲେ ଯେ, ଆମ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଗାନ୍ଧୀବାଦ ପ୍ରାୟତଃ ନାହିଁ କହିଲେ ଚଳେ । ଯାହାଫଳରେ ସମଗ୍ର ବିଶ୍ୱରେ ଆଦୃତ ଲାଭ କରିଥିବା ଏବଂ ପ୍ରସାର ଘଟୁଥିବା ଗାନ୍ଧୀବାଦ ସମ୍ପର୍କରେ ନୂତନ ପୀଢିର ଛାତ୍ରସମାଜ ଅବଗତ ହୋଇପାରୁ ନାହାଁନ୍ତି । ସେମାନଙ୍କୁ ଗାନ୍ଧୀ ଦର୍ଶନ ପ୍ରଭାବିତ କରିପାରୁ ନାହିଁ ଯାହାଫଳରେ ସାଧୁତା ଓ ଅହିଂସା ପରାୟଣତା ଠାରୁ ଆଧୁନିକ ଛାତ୍ର ସମାଜ ଦୂରରେ ରହୁଛି । ଏକଥା ସତ୍ୟ ଯେ, ମହାତ୍ମା ଗାନ୍ଧୀ ଦୋଷ କରିବା ଏବଂ ଦୋଷକୁ ଲୁ·ଇବା ଭଳି କାର୍ଯ୍ୟ ଠାରୁ ଦୂରରେ ରହୁଥିଲେ । ଏପରିକି ସମଗ୍ର ବିଶ୍ୱକୁ ସେ ଯେପରି ଦେଖୁଥିଲେ ତାହାଠାରୁ ନିଜକୁ ଏ ପ୍ରସଙ୍ଗରେ ଅଧିକ ପରଖୁଥିଲେ ।ସେ ଆହୁରି କହିଥିଲେ ଯେ, ପଶ୍ଚିମ କାର୍ଯ୍ୟଧାରାକୁ ଗାନ୍ଧୀ ବିରୋଧ କରିବାର ପ୍ରାସଙ୍ଗିକତା ଅତୀତରେ ଥିଲା । କାରଣ ସେ ଦେଶର ସମ୍ବଳ ବିନିଯୋଗ କରି ଦେଶକୁ ସ୍ୱାବଲମ୍ବୀ କରିବାକୁ ·ହୁଁଥିଲେ । ପରିବର୍ଦ୍ଧିତ ପରିସ୍ଥିତିରେ ଗାନ୍ଧୀଙ୍କର ସେହି ଦର୍ଶନର ତର୍ଜମା ଜରୁରୀ ହୋଇପଡ଼ିଛି । ଇତିମଧ୍ୟରେ ବିଶ୍ୱରେ ବହୁ ପରିର୍ବନ ଘଟିଲାଣି ଓ ସମୟ ବଦଳି ଗଲାଣି ବୋଲି ସେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ଦାସ ବେନୁହୁର କହିଥିଲେ ଯେ, ଗାନ୍ଧୀଙ୍କ ବି·ରଧାରା ହେଉଛି ସର୍ବକାଳୀନ ବି·ରଧାରା, ମୂଲ୍ୟବୋଧ ହେଉଛି ଚିରନ୍ତନ, ନୀତି ହେଉଛି ଶାନ୍ତି ଓ ପ୍ରଗତିର ପ୍ରତୀକ । ସମଗ୍ର ପୃଥିବୀ ଜାଣିସାରିଲାଣି ଯେ, ଗାନ୍ଧୀ ଦର୍ଶନ ହିଁ ଆଗାମୀ ସମୟ ପାଇଁ ଶାନ୍ତି ଓ ପ୍ରଗତିର ମାର୍ଗଦର୍ଶକ । ଗାନ୍ଧୀଙ୍କର ଯେତେସବୁ ଶିଷ୍ୟ ଦେଶରେ ସୃଷ୍ଟି ହୋଇଛନ୍ତି ତନ୍ମଧ୍ୟରୁ ସ୍ୱର୍ଗତ ରାଜକିଶୋର ନାୟକ ହେଉଛନ୍ତି ଜଣେ ବରିଳ ଦୃଷ୍ଟାନ୍ତ । କାରଣ ମହାତ୍ମା ଗାନ୍ଧୀ ପାରିବାରିକ ଜୀବନରେ ବିଶେଷ ସଫଳ ନଥିଲେ କିମ୍ବା ତାଙ୍କର ପୁଅଝିଅମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ନଥିଲେ । ମାତ୍ର ରାଜୁବାବୁଙ୍କର ପୁଅଝିଅମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ଜନସେବା ସହିତ ପ୍ରାଣିଜଗତର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଅଧ୍ୟାପକ ଅଭିରାମ ବିଶ୍ୱାଳ କହିଥିଲେ ଯେ, ଦେଶର ବିଭିନ୍ନ ସ୍ଥାନରେ ପ୍ରାନ୍ତୀୟ ଗାନ୍ଧୀମାନେ ସୃଷ୍ଟି ହେବା ଯୋଗୁ ଜାତୀୟସ୍ତରରେ ମହାତ୍ମା ଗାନ୍ଧୀ ଜନମାନସରେ ଉଜ୍ଜିବୀତ ହୋଇ ରହିଛନ୍ତି । ସ୍ୱର୍ଗତ ରାଜକିଶୋର ନାୟକ ହେଉଛନ୍ତି ପାଟକୁରା ଗାନ୍ଧୀ ଏବଂ ମାଟିର ଗାନ୍ଧୀ । ଜୀବନବ୍ୟାପୀ ସେ ଗାନ୍ଧୀଙ୍କ ବାଣିରୁ ଓହରି ନାହାଁନ୍ତି କିମ୍ବା ତାଙ୍କର ପରିବାରକୁ ଯିବାକୁ ଦେଇନାହାଁନ୍ତି । ପରିବେଶ ସୁରକ୍ଷା ସହିତ ଜୀବଜଗତ ଓ କୃଷିର ଉନ୍ନତି ତାଙ୍କ ଜୀବନର ବ୍ରତ ଥିଲା ବୋଲି ସେ କହିଥିଲେ ।ସ୍ୱର୍ଗତ ନାୟକଙ୍କର ଛାତ୍ର ପର୍ଶୁରାମ ଦ୍ୱିବେଦୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ।

Leave a Reply

Your email address will not be published. Required fields are marked *