ଶ୍ରାବଣମାସର ସୋମବାର, ଚାଲ ପାଣି ନେଇଯିବା ଶିବମନ୍ଦିର

ଶ୍ରାବଣମାସର ସୋମବାର, ଚାଲ ପାଣି ନେଇଯିବା ଶିବମନ୍ଦିର
ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪

ପ୍ରତିବର୍ଷ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ କାଉଡ଼ିଆମାନେ ପାଣି ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି ନିଜର ମାନସିକ ପୂରଣ କରିବା ପାଇଁ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରାରେ ରୋକ ଲଗାଯାଇଛି । ଯାହାଫଳରେ ଗତ ସୋମବାର ଦିନ ପ୍ରତ୍ୟେକ ଶୈବପୀଠ ଖାଁ ଖାଁ ଲାଗୁଥିଲା । ପୂର୍ବରୁ ଏହି କାଉଡ଼ିଆମାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା ଏବଂ ଗତ କିଛିବର୍ଷ ହେବ ଏହି କାଉଡ଼ିଆଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଖୁବ୍ କମ୍ କାଉଡ଼ିଆ ନିଜର ମାନସିକ ଲାଗି ବୋଲବମ୍‌ରେ ଯାଉଥିବା ବେଳେ ଅଧିକାଂଶ କିନ୍ତୁ ଏହାକୁ ଫେସନରେ ପରିଣତ କରିଦେଇଛନ୍ତି । ଫଳରେ ଶ୍ରାବଣମାସର ପ୍ରତ୍ୟେକ ସୋମବାର ହଜାର ହଜାର କାଉଡ଼ିଆ ସମାଗମ ହୋଇ ଶୈବପୀଠ ଯାତ୍ରା କରି ଏକ ପ୍ରକାର ଆନନ୍ଦ ପାଇଥାନ୍ତି ।
ପିତୃଭକ୍ତ ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କ ତୀର୍ଥ ଭ୍ରମଣର ସ୍ୱପ୍ନକୁ ସାକାର କରିବାକୁ ଯାଇ ନିଜ କାନ୍ଧରେ ବାହୁଙ୍ଗି ସାହାଯ୍ୟରେ ଦୁଇ ଭାରରେ ପିତାମାତାଙ୍କୁ ବସାଇ ଖାଲି ପାଦରେ ଚାଲି ଚାଲି ଗୟା, କାଶୀ, ପ୍ରୟାଗ ଓ ଅଯୋଧ୍ୟା ଆଦି ପ୍ରମୁଖ ତୀର୍ଥ ସ୍ଥାନ ଭ୍ରମଣ କରି ନିଜ ଭକ୍ତିର ପରିଚୟ ଦେଇଥିଲେ । ରାଣୀ କୈକେଇଙ୍କ ପ୍ରରୋଚନାରେ ପିତା ଦଶରଥଙ୍କ ନିର୍ଦ୍ଦେଶରେ ପ୍ରଭୁ ରାମଚନ୍ଦ୍ର ରାଜପ୍ରାସାଦ ପରିତ୍ୟାଗ କରି ନିଜର ସାନଭାଇ ଲକ୍ଷ୍ମଣ, ପତ୍ନୀ ସୀତାଙ୍କ ସହିତ ୧୪ ବର୍ଷ ବନବାସ ଯାଇ ପିତାଙ୍କ ସତ୍ୟ ରକ୍ଷା କରିଥିଲେ । ୧୨ ବର୍ଷର ବାଳକ ଧର୍ମପଦ ୧୨ ଶହ ବଢେଇଙ୍କ ଜୀବନ ବାଇବାକୁ ଯାଇ ନିଜେ ପ୍ରାଣବଳୀ ଦେଇଥିଲେ । ସତୀ ସାବିତ୍ରୀ ସତୀତ୍ୱ ବଳରେ ଯମରାଜଙ୍କୁ ପ୍ରସନ୍ନ କରି ନିଜ ସ୍ୱାମୀଙ୍କ ଜୀବନ ଫେରି ପାଇଥିଲେ । ଦାନବୀର ହରିଶ୍ଚନ୍ଦ୍ର ସତ୍ୟରକ୍ଷା କରିବାକୁ ଯାଇ ନିଜର ସବୁ ସମ୍ପି ଦାନ କରି ଶେଷରେ ଶ୍ମଶାନରେ ରାତ୍ରୀ ଜଗୁଆଳୀ ହୋଇ ଶବ ସତ୍କାର ପାଇଁ ନିଜ ସ୍ତ୍ରୀଙ୍କ ଠାରୁ ପାଉଣା ଦାବି କରିଥିଲେ । ଦେବ ଦେବ ମହାଦେବ ଶିବ ନିଜର ଦୁଇପୁତ୍ର ଗଣେଶ ଓ ର୍କାିକଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଯାଇ ଉଭୟଙ୍କୁ ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଆଦେଶ ଦେଇଥିଲେ । ଏ କଥା ଶୁଣି ସଙ୍ଗେ ସଙ୍ଗେ ର୍କାିକ ମୟୂର ପିଠିରେ ବସି ବିଶ୍ୱ ଭ୍ରମଣରେ ବାହାରିଲେ, କିନ୍ତୁ ଚତୁର ଗଣେଶ ନିଜର ପିତା ଶିବ ତ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ର୍ହା ର୍କା । ତେଣୁ ବିଶ୍ୱ ଭ୍ରମଣ ନକରି ପିତାଙ୍କ ଚାରିପଟେ ଘୂରିଆସି ନିଜ ବିଚକ୍ଷଣ ବୁଦ୍ଧିର ପରିଚୟ ଦେଇ ପିତାଙ୍କୁ ଖୁସି କରିପାରିଥିଲେ । ଭକ୍ତ ପ୍ରହ୍ଲାଦ ଭକ୍ତି ବଳରେ ନିଜର ପିତା ହିରଣ୍ୟକଶ୍ୟପଙ୍କ ଚକ୍ରାନ୍ତରେ ହତ୍ୟାର ଷଡ଼ଯନ୍ତ୍ରରୁ ମୁକ୍ତି ପାଇଥିଲେ । ଦାସିଆର ଭକ୍ତିରେ ସନ୍ତୁଷ୍ଟ ହୋଇ ପ୍ରଭୁ ଜଗନ୍ନାଥ ନିଜେ ହାତ ବଢାଇ ତାର ନଡ଼ିଆ ଗ୍ରହଣ କରିଥିଲେ । ଏହିସବୁ ଭକ୍ତମାନେ ନିଜର ଭକ୍ତି, ସାଧନା ଓ କର୍ମ ବଳରେ ନିଜର ପିତାମାତା ତଥା ଦେବାଦେବୀମାନଙ୍କୁ ସନ୍ତୁଷ୍ଟ କରିପାରିଥିଲେ । ଏହିମାନଙ୍କର ଭକ୍ତି, ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
ବୋଲ୍‌ବମ୍ ଯାତ୍ରା ଆମ ସମାଜରେ କେବେଠାରୁ ପ୍ରଚଳିତ ହୋଇଆସୁଛି ତାର ସଠିକ ବିବରଣୀ ନଥିଲେ ମଧ୍ୟ ଶିବଭକ୍ତ ମାନେ ନିଜର ମାନସିକ ପୂରଣ ପାଇଁ ଶ୍ରାବଣମାସର ସୋମବାର ମାନଙ୍କରେ ଶିବଙ୍କ ମସ୍ତକରେ ଜଳାଭିଷେକ ଲାଗି ବୋଲ୍‌ବମ୍ ଯାତ୍ରା କରିଥାନ୍ତି । କାରଣ ଶ୍ରାବଣମାସ ହେଉଛି ଶିବ ଅତି ପ୍ରିୟ ମାସ ଏବଂ ଏହି ମାସର ସୋମବାର ସହିତ ଭଗବାନ ଶିବଙ୍କର ନିବିଡ଼ ସମ୍ପର୍କ ରହିଛି । ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ପୃଥିବୀ ଉପ୍ତ ହୋଇଥାଏ ଏବଂ ଏହି ମାସର ଆଗମନରେ ଶ୍ରାବଣର ଧାରାରେ ପୃଥିବୀ ତୃପ୍ତ ବା ଶାନ୍ତ ହୋଇଥାଏ ଏବଂ ସବୁ ପ୍ରାଣୀଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏହି ମାସରେ ଶିବଭକ୍ତମାନେ ଜ୍ୟୋର୍ତିଲିଙ୍ଗରେ ଜଳାଭିଷେକ କଲେ ଈଶ୍ୱରପ୍ରାପ୍ତି ହୋଇଥାନ୍ତି । ସେହିପରି କଥିତ ଅଛି ଯେ ଭଗବାନ ଶିବଙ୍କୁ ଫଳ, ଫୁଲ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କଲେ ଯେତିକି ପ୍ରସନ୍ନ ହୋଇନଥାନ୍ତି ଜଳାଭିଷେକ ଦ୍ୱାରା ତା’ଠୁ ବେଶୀ ପ୍ରସନ୍ନ ହୋଇଥାନ୍ତି । ପ୍ରତିବର୍ଷ ଶ୍ରାବଣ ମାସର ସୋମବାରମାନଙ୍କରେ ସବୁ ମହାଦେବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମିଯାଏ । କାଉଡ଼ିଆମାନେ ନିଜର ମନସ୍କାମନା ପୂରଣ ପାଇଁ ଶ୍ରାବଣମାସ ସାରା ନିଷ୍ଠାପର ଜୀବନ ଯାପନ କରିବା ସହିତ ନିରାମଷ ଭୋଜନ କରିଥାନ୍ତି ଏବଂ ମାସର ଯେକୌଣସି ଏକ ସୋମବାରରେ ଶିବଙ୍କ ମୁଣ୍ଡରେ ଜାଳଭିଷେକ କରିବା ଲାଗି ସ୍ଥରି କରିଥାନ୍ତି । ଏଥିପାଇଁ ଦିନେ ଦୁଇଦିନ ପୂର୍ବରୁ ପୂଣ୍ୟପ୍ରଦ ନଦୀପଠାରେ ପ୍ରଥମେ ପୂଜାର୍ଚ୍ଚନା କରି ସେଠାରୁ ଜଳ ଉଠାଇ ଫୁଲ ଓ ବେଲପତ୍ରରେ ସୁସଜ୍ଜିତ ବାହୁଙ୍ଗୀ ସାହାଯ୍ୟରେ ଶିବମନ୍ଦିର ଅଭିମୁଖେ ପଦଯାତ୍ରା ଆରମ୍ଭ କରନ୍ତି । ବାଟରେ ଚାଲିବା ବେଳେ କ୍ଲାନ୍ତି ଦୂର କରିବା ପାଇଁ ଅଭିନବ ଉପାୟରେ ବୋଲ୍ ବମ୍‌, ହରହର ବମ୍‌, ଭୋଳା ବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଆଦି ଉଚ୍ଚାରଣ କରିଥାନ୍ତି । ଏମାନଙ୍କ ଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ଓ ଧର୍ମବିଶ୍ୱାସୀ ଲୋକମାନଙ୍କ ତରଫରୁ ବିଭିନ୍ନ ସ୍ଥାନମାନଙ୍କରେ ତିଆରି ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ବିଶ୍ରାମ କରିବା ପାଇଁ ସୁଯୋଗ ଦିଅନ୍ତି ଏବଂ ସେଠାରେ ତିଆରି ହୋଇଥିବା ଭାଡ଼ିରେ ସେମାନଙ୍କ ବାହୁଙ୍ଗୀକୁ ରଖିଥାନ୍ତି । କାରଣ ବାହୁଙ୍ଗୀ ତଳେ ରଖିଲେ କୌଣସି ଜୀବ ଜନ୍ତୁ ଛୁଇଁଦେଲେ ତାହା ଅପବିତ୍ର ହୋଇଯିବ । ଏହି ଅନୁଷ୍ଠାନ ଏବଂ ଧର୍ମବିଶ୍ୱାସୀ ଲୋକମାନେ କାଉଡ଼ିଆମାନଙ୍କୁ ମଧ୍ୟ ଭୋଜନରେ ଆପ୍ୟାୟିତ କରି ଏକ ପ୍ରକାର ପୂଣ୍ୟ ଅର୍ଜନ କରିଥାନ୍ତି ।
ଶ୍ରାବଣ ମାସରେ ଭକ୍ତମାନେ କାହିଁକି ଶିବ ଶଙ୍କରଙ୍କୁ ଜଳଲାଗି କରିବାର ପବିତ୍ର ମାସ ବୋଲି କୁହାଯାଏ, ତାର ପୌରାଣିକ କାରଣ ହେଉଛି, ଶିବ ପୁରାଣରେ ଉଲ୍ଲେଖ ଅଛି ଯେ, ଏକଦା ଜଣେ ବ୍ୟକ୍ତି ଶିବଙ୍କୁ ପ୍ରଶ୍ନ କଲେ କାହିଁକି ଶ୍ରାବଣ ମାସ ଆପଣଙ୍କ ପ୍ରିୟ? ତାଙ୍କ ପ୍ରଶ୍ନର ଉରରେ ଶିବ କହିଲେ, ଦେବତା ଓ ଅସୁର ମିଳିତ ଉଦ୍ୟମରେ ସମୁଦ୍ର ମନ୍ଥନ ହୋଇଥିଲା । ନାଗକୁ ରଜୁ କରି ଗୋଟିଏ ପଟେ ଦେବତା ଗଣ ଓ ଅନ୍ୟପଟେ ଅସୁରମାନେ ରହି ସମୁଦ୍ର ମନ୍ଥନ କରିଥିଲେ । ଶ୍ରାବଣମାସ ଅମାବାସ୍ୟା ଦିନ ସମୁଦ୍ରରୁ ଦେବତା, ଅମୃତ, ଧନରତ୍ନ, ଲକ୍ଷ୍ମୀ ପ୍ରଭୃତି ପ୍ରାପ୍ତ ହେଲା । ଶେଷରେ ଅତ୍ୟଧିକ ସମୁଦ୍ର ମନ୍ଥନ ଯୋଗୁ ସେଠାରେ ବିଷ ଜାତ ହେଲା ଏବଂ ସେହି ବିଷକୁ ଶିବ ପାନ କରିଥିଲେ । ବିଷର ଜ୍ୱାଳାରେ ତାଙ୍କର କଣ୍ଠ ନୀଳକଣ୍ଠ ଧାରଣ କଲା । ତେଣୁ ଶିବ ନୀଳକଣ୍ଠ ନାମରେ ମଧ୍ୟ ପରିଚିତ । ଶିବଙ୍କର ଏହି ବିଷକୁ ଲାଘବ କରିବା ନିମନ୍ତେ ଦେବତାମାନେ ତାଙ୍କ ମସ୍ତକରେ ଜଳ ଢାଳିବାରେ ଲାଗିଲେ, କ୍ଷୀର, ଗଙ୍ଗାଜଳ ଅଭିଶେଷ କଲେ, ବେଲପତ୍ର, ମନ୍ଦାର, କନିଅର ଫୁଲ ଶିବଙ୍କ ଉପରେ ଚଢାଇଲେ । ଏହା ଫଳରେ ଶିବଙ୍କର ବିଷ ଲାଘବ ହୋଇଥିଲା । ଏହି ଘଟଣାକୁ ମନେ ରଖିବା ପାଇଁ ଶ୍ରାବଣ ମାସରେ ଈଶ୍ୱରଙ୍କ ଉପରେ ଜଳ ଢଳାଯାଇ ଉତ୍ସବ ପାଳନ କରାଯାଏ । ସେହିପରି ଭଗବାନ ପର୍ଶୁରାମ ଶିବଙ୍କର ଜଣେ ପରମ ଭକ୍ତ ଥିଲେ । ସେ ଶିବଙ୍କର ଏକ ମନ୍ଦିର ପ୍ରତିଷ୍ଠା କରି ପ୍ରତିଦିନ ନିଜ ବାହୁଙ୍ଗି ସାହାଯ୍ୟରେ ଗଙ୍ଗାନଦୀର ଜଳକୁ ଶିବଙ୍କ ମୁଣ୍ଡରେ ଢାଳୁଥିଲେ । ରାମଚନ୍ଦ୍ର ଓ ରାବଣ ମଧ୍ୟ ଶିବଙ୍କର ପରମ ଭକ୍ତ ଥିଲେ, ସେ ଦୁଇଜଣ ମଧ୍ୟ ବାହୁଙ୍ଗିରେ ଜଳ ଆଣି ଶିବ ଅଭିଷେକ କରୁଥିବାର ଉଲ୍ଲେଖ କରାଯାଇଛି ।
ଏବେ ଶ୍ରାବଣ ମାସ ସୋମବାରମାନଙ୍କରେ ଏବେକାର ଭକ୍ତମାନେ ଶିବଙ୍କ ମୁଣ୍ଡରେ ଜଳଲାଗି କଲେ ମୋକ୍ଷ ପ୍ରାପ୍ତି ହେଉଛି କି ନାହିଁ, ତାହା ଭଗବାନ ଶିବ ହିଁ ଜାଣନ୍ତି । ତଥାପି ଶ୍ରାବଣମାସ ଆସିଗଲେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଶିବ ମନ୍ଦିରରେ କାଉଡ଼ିଆମାନଙ୍କର ଭିଡ଼ ଜମିଯାଏ । ଗାଁ ହେଉ ବା ସହର, ପଞ୍ଝାଏ ପିଲା ଏକାଠି ବସି ଆଲୋଚନା କରନ୍ତି ବୋଲ୍‌ବମ୍ ଯିବା ପାଇଁ । ବାସ୍ ସମସ୍ତେ ଏଥିରେ ଏକମତ ହୋଇ ନିଷ୍ପି ନେଇଥାନ୍ତି । ନିଷ୍ପି ଅନୁସାରେ ଏମାନେ ବିଭିନ୍ନ ରଙ୍ଗ ବେରଙ୍ଗର ଡ୍ରେସ୍ ପିନ୍ଧି ନିଜ ବାହୁଙ୍ଗୀକୁ ଗୁଡ଼ାଏ ପଇସା ଖର୍ଚ୍ଚ କରି ଅତ୍ୟାଧୁନିକ ଶୈଳୀରେ ସଜାଇ ବାହାରିଯାନ୍ତି ବୋଲ୍‌ବମରେ । ବୋଲ୍‌ବମ୍ ଯାତ୍ରା କରିବାରେ ଏମାନଙ୍କ ମାନସିକ ଥାଏ କି ନଥାଏ ବା ସାଙ୍ଗମାନଙ୍କ ବାଧ୍ୟବାଧକତାରେ ଯାଆନ୍ତି, ସେକଥା ସେମାନେ ହିଁ ଜାଣନ୍ତି । ଏହି ବୋଲ୍‌ବମ୍ ଭକ୍ତମାନେ କୌଣସି ଏକ ନଦୀରୁ ପାଣି ଉଠାଇ, ସାଙ୍ଗ ହୋଇ ରାସ୍ତା ଅବରୋଧ କରି ଅତି ତାତ୍ସଲ୍ୟ ଭାବରେ ପାର୍ବତୀ ପତି ପାର୍ କରେଗା, ଗଣେଶ ଫାଦର ପାର୍ କରେଗା ଆଦି ଉଚ୍ଚାରଣ କରି ଦେବ ଦେବ ମହାଦେବ ଶିବଙ୍କୁ ଅପମାନିତ କରୁଛନ୍ତି । ଏହି ଯାତ୍ରା ସମୟରେ ବୋଲ୍‌ବମ୍ ଭକ୍ତ ବା କାଉଡ଼ିଆମାନେ ବିଭିନ୍ନ ପ୍ରକାର ନିଶା ସେବନ କରନ୍ତି ଯାହାକି ବୋଲ୍‌୍‌ବମ ଭକ୍ତମାନଙ୍କ ନୀତି ବିରୁଦ୍ଧ । ଏବେ ଦେଖିବାକୁ ମିଳୁଛି ଯେ, ବୋଲ୍‌ବମ୍ ଯାତ୍ରାକୁ ଅଧିକ ମନୋରଞ୍ଜନ କରିବା ପାଇଁ ସାଙ୍ଗରେ ସୁସଜ୍ଜିତ ଗାଡ଼ିରେ ବିଭିନ୍ନ ରକମର ଆଲୋକ ସହିତ ଡ଼ିଜେ ଗୀତର ତାଳେ ତାଳେ ଏମାନେ ବିଭିନ୍ନ ପ୍ରକାର ନୃତ୍ୟ ପ୍ରଦର୍ଶନ କରି ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତାଙ୍କ ମଧ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହାଫଳରେ ଏମାନେ କେଉଁଠି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି ତ ଆଉ କେଉଁଠି ପାଣି ଉଠାଇଲା ବେଳେ ନଦୀର ସ୍ରୋତରେ ବୁଡ଼ି ମୃତ୍ୟୁବରଣ କରୁଛନ୍ତିି ଯାହା ବିଭିନ୍ନ ଗଣମାମରେ ଦେଖିବାକୁ ମିଳୁଛି । ଆଉ କେହି କେହି ଏହି ବୋଲ୍‌ବମ୍ ଯିବା ନାମରେ ନିଜର ଗାଲ୍‌ଫ୍ରେଣ୍ଡ ବା ବାନ୍ଧବୀଙ୍କୁ ସାଙ୍ଗରେ ନେଇ ବାଟରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଜନସାଧାରଣଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଉଛି । ଏବେ ଏହି ବୋଲ୍‌ବମ୍ ଯାତ୍ରାକୁ ଆଉ ପାଦେ ଆଗକୁ ବଢାଇବାକୁ ଯାଇ ଅବିବାହିତ ଝିଅ ଓ ବିବାହିତା ମହିଳାମାନେ ଗୃହ କାର୍ଯ୍ୟରୁ ମୁକ୍ତି ତଥା ଶାଶୁ, ଶ୍ୱଶୂରଙ୍କ କାର୍ଯ୍ୟ ଗଞ୍ଜଣାରୁ ଏବେ ଏଥିରେ ସାମିଲ୍ ହେଉଛନ୍ତି ଯାହାକି ଅତି ଅଶୋଭନୀୟ ଘଟଣା । ଅବଶ୍ୟ ଏହି ଘଟଣା ସବୁ ଶିବଭକ୍ତଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ନୁହେଁ, ଏବେବି ଅନେକ ଶିବଭକ୍ତ ଅଛନ୍ତି ଯେଉଁମାନେ ନିଜର ମାନସିକ ପୂରଣ ପାଇଁ ପ୍ରଗାଢ ଭକ୍ତି ନିଷ୍ଠାପର ଭାବରେ ବୋଲ୍‌ବମ୍ ଯାତ୍ରାରେ ଯାଉଛନ୍ତି । ସେମାନେ ବାଟରେ କୌଣସି ଅପ୍ରୀତିକର ପରିସ୍ଥିତ ସୃଷ୍ଟି କରନ୍ତି କି କୌଣସି ଅଶ୍ଲିଳ ଭାଷା ପ୍ରୟୋଗ କରିନଥାନ୍ତି । କିନ୍ତୁ ଯେଉଁ କାଉଡ଼ିିଆମାନେ ବୋଲ୍‌ବମ୍ ଯାତ୍ରାକୁ ଏକ ଫେଶନ ଭାବି ଏହି ଯାତ୍ରାରେ ସାମିଲ୍ ହୋଇ ନିଶାଦ୍ରବ୍ୟ ସେବନ କରିବା ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ମହାଦେବ ଶିବଙ୍କୁ ଅପମାନିକ କରୁଛନ୍ତି ତଥା ପ୍ରସିଦ୍ଧ ବୋଲ୍‌ବମ୍ ଯାତ୍ରାକୁ କଳଙ୍କିତ କରୁଛନ୍ତି ବିଶେଷକରି ଏହି କାଉଡ଼ିଆ ଭକ୍ତମାନେ ଶିବଙ୍କ ମୁଣ୍ଡରେ ପାଣି ଢାଳିସାରିବା ପରେ ସେମାନେ ସ।।ଙ୍ଗରେ ନେଇଥିବା ବିଭିନ୍ନ ସାମଗ୍ରୀ ଯଥା : ଫୁଲ, ବାହୁଙ୍ଗୀ, ସାଲୁକନା, ପ୍ଲାଷ୍ଟିକ କଳସ, ପଲିଥିନ୍‌, ଚିକିଟା ମାଟି, ବେଲପତ୍ର ଓ ଅନ୍ୟାନ୍ୟ ସାମଗ୍ରୀସବୁକୁ ବିଭିନ୍ନ ଶୈବପୀଠ ପରିସରରେ ଛାଡ଼ିଦେଇ ସେହି ଅଳର ପରିବେଶକୁ ପ୍ରଦୂଷଣ କରିଥାନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯଦି ଶିବ ଭକ୍ତମାନେ ବୋଲ୍‌ବମ୍ ଯାତ୍ରା ସମୟରେ ମହାଦେବଙ୍କୁ ଅପମାନ କରିବା ଭଳି କୌଣସି କୁଭାଷା ପ୍ରୟୋଗ ନକରି, ବାଟରେ କୌଣସି ନିଶାଦ୍ରବ୍ୟ ସେବନ ନକରି, କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ନରହି ଏବଂ ଜଳାଭିଷେକ ପରେ ସାଙ୍ଗରେ ନେଇଥିବା ସାମଗ୍ରୀକୁ ଶୈବପୀଠ ପରିସରେ ନ ଫୋପାଡ଼ି କୌଣସି ନଦୀରେ ଭସାଇ ଦେଲେ ପରିବେଶ ସୁରକ୍ଷା ସହିତ ବୋଲ୍‌ବମ୍ ଯାତ୍ରାର ମର୍ଯ୍ୟାଦା ବୃଦ୍ଧି ପାଇପାରିବ ।
କି, ବାହାରଣା, ବାଲିକୁଦା, ଜଗତସିଂହପୁର

Leave a Reply

Your email address will not be published. Required fields are marked *