ମାନବିକ ଅଧିକାର ସୁରକ୍ଷାରେ ହିଁ ସାମଗ୍ରିକ ବିକାଶ ସମ୍ଭବ (ହ୍ୟୁମାନ୍ ରାଇଟସ୍ ଫ୍ର ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ)

ମାନବିକ ଅଧିକାର ସୁରକ୍ଷାରେ ହିଁ ସାମଗ୍ରିକ ବିକାଶ ସମ୍ଭବ
(ହ୍ୟୁମାନ୍ ରାଇଟସ୍ ଫ୍ର ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ)
ଭୁବନେଶ୍ୱର, ୯,୧୨ : ମାନବିକ ଅଧିକାର ବା ମାନବିକ ମୂଲ୍ୟବୋଧର ଉପଯୁକ୍ତ ପାଳନ ଦ୍ୱାରା ରାଷ୍ଟ୍ର ଓ ସମାଜର ସାମଗ୍ରିକ ସମୃଦ୍ଧି ସମ୍ଭବ ହୋଇଥାଏ । ହିଂସା, ଉତ୍ପୀଡ଼ନ, ନିର୍ଯ୍ୟାତନା ଓ ଉନ୍ମାଦନା ଦ୍ୱାରା ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ । ଏଣୁ ଏକ ସୁସ୍ଥ ଓ ଶାନ୍ତିପ୍ରିୟ ସମାଜ ଗଠନରେ ମାନବିକ ଅଧିକାରର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଓଡ଼ିଶା ମାନବିକ ଅଧିକାର ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନ୍ୟାୟର୍ମୂୀ ବୀରକିଶୋର ମିଶ୍ର ହ୍ୟୁମାନ ରାଇଟ୍ସ ଫ୍ର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସଭାଗୃହରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳନ ଅବସରରେ କହିଥିଲେ । ନ୍ୟାୟପାଳିକାର ଉକ୍ରର୍ଷ ହେଉଛି ନିରପେକ୍ଷ ଓ ତ୍ୱରିତ ନ୍ୟାୟ । ଏଣୁ ବ୍ୟକ୍ତିର ଅଭିଯୋଗଗୁଡ଼ିକୁ ସମ୍ବେଦନଶୀଳ ହୋଇ ବି·ର କଲେ ଗଣତନ୍ତ୍ର ମଜଭୁତ ହୋଇପାରିବ ବୋଲି ଜଷ୍ଟିସ ମିଶ୍ର ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସମାଜରେ ଦିନକୁ ଦିନ ବଢୁଥିବା ମହିଳାଙ୍କ ପ୍ରତି ହିଂସା ଓ ଦୁଷ୍କର୍ମ ଉପରେ ଚିନ୍ତାପ୍ରକଟ କରି କହିଥିଲେ ଯେ, ଏହା ମାନବିକ ଅଧିକାର ଉଲଂଘନର ନଗ୍ନ ନମୂନା ଓ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଇପାରିଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ । ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ସୁଦୃଢ ଶାସନ ଓ ନ୍ୟାୟ ବ୍ୟବସ୍ଥା ସହ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଗଣମାଧ୍ୟମର ଉରଦାୟିତ୍ୱ ଉପରେ ମଧ୍ୟ ଜୋର ଦେବା ସହ ମାନବିକ ଅଧିକାର କର୍ମୀଙ୍କ କାର୍ଯ୍ୟଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ନିର୍ଯ୍ୟାତନା ବିରୁଦ୍ଧରେ ଦେଶରେ କଠୋର ଆଇନ୍ର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ବିଶିଷ୍ଟ ସ୍ତମ୍ଭକାର ତଥା ଭାରତ ନିିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ମାନବିକ ଅଧିକାରର ବିଭିନ୍ନ ବିଷୟ ଓ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନର ସହ ôବବାର ଅଧିକାର ଅନ୍ୟର ଅଧିକାରକୁ ସମ୍ମାନ ଦେବା ସହ ଜଣେ ସୁନାଗରିକ ହେବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ । ହ୍ୟୁମାନ ରାଇଟସ୍ ଫ୍ରର ଅଧ୍ୟକ୍ଷ ତଥା ଜାତୀୟ ମାନବିକ ଅଧିକାର ଆୟୋଗର କୋର୍ କମିଟି ସଦସ୍ୟ ମନୋଜ ଜେନା ଆଲୋଚନାଚକ୍ରକୁ ସଭାପତିତ୍ୱ କରିବା ସହ ବିଶ୍ୱ ମାନବିକ ଅଧିକାର ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବାଖ୍ୟାନ ରଖିଥିଲେ । ସାର୍ବଜନୀନ ବିଶ୍ୱ ମାନବିକ ଅଧିକାର ଘୋଷଣା ହେବାର ୭୨ବର୍ଷ ପାଳନ କରୁଥିବା ବେଳେ ମାନବିକ ଅଧିକାର ଉଲଂଘନର ମାତ୍ରା ଦିନକୁ ଦିନ ବଢି ·ଲିଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ଏହି ପାଳନ ଅବସରରେ ବିଶିଷ୍ଟ ଅତିଥି ରୂପେ ମହିଳା ଅଧିକାର ଅଭିଯାନର ଉପାଧ୍ୟକ୍ଷ ଡଃ ରୀନା ରାଉତରାୟ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ମାନସ ରଞ୍ଜନ ରାୟ, ବରିଷ୍ଠ ସାମ୍ବାଦିକ ମହେଶ ଶର୍ମା, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମାନବିକ ଅଧିକାର ସୁରକ୍ଷା ପାଇଁ ଉଲ୍ଲେଖନୀୟ ଜୀବନବ୍ୟାପୀ ଅବଦାନ କରିଥିବା ବିଶିଷ୍ଟ ମାନବିକ ଅଧିକାର କର୍ମୀ ଓ ଫୋରମ ଫର୍ ଫାଷ୍ଟ ଜଷ୍ଟିସ୍ ଜାତୀୟ ଆବାହକ ପ୍ରବୀଣ ପଟେଲଙ୍କୁ ଜଷ୍ଟିସ ରଙ୍ଗନାଥ ମିଶ୍ର ମାନବାଧିକାର ସ୍ମାରକୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ହ୍ୟୁମାନ ରାଇଟସ୍ ଫ୍ରର ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସଂଗଠନର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର ମାନବିକ ଅଧିକାର କର୍ମୀମାନେ ଯୋଗ ଦେବା ସହ ଜିଲ୍ଲାରେ ଘଟୁଥିବା ବିଭିନ୍ନ ମାନବିକ ଅଧିକାର ଉଲଂଘନ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫ୍ରର ରାଜ୍ୟ ଯୁଗ୍ମ ଆବାହକ ଦୀପକ କୁମାର ମହାନ୍ତି, ରାଜ୍ୟ ସଂଯୋଜକ ରମେଶ ଭାରତୀ, ସସ୍ମିତା ମିଶ୍ର, ଭାରତୀ ଗୁପ୍ତା, ଅବଦୁଲ ବାରୀ, ରମେଶ ମହାଳିକ, କଳ୍ପତରୁ ଖୁିଆ, ସସ୍ମିତା ପ୍ରଧାନ, ବିକାଶ ସାହୁ, ଜୀବନ ସାହୁ, ଜିତେନ୍ଦ୍ର ସାହୁ ଓ ପ୍ରତ୍ୟୁଷ ବାରିକ ପ୍ରମୁଖ ସଫଳ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *