ଘର ଭିତରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

ଘର ଭିତରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

ଭୁବନେଶ୍ୱର:ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର. ରଞ୍ଜିତା ରାଓ ବୋଲି ଜଣାପଡ଼ିଛି । ସେ ଅବିବାହିତ ଥିଲେ ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର MIG-51 ଭଡ଼ାଘରେ  ବାପା-ମାଆଙ୍କ ସହ ରହୁଥିଲେ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି।ମୃତ ରଞ୍ଜିତା ରାଓ ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଥିଲେ। ହେଲେ ମୃତ୍ୟୁର କାରଣ କଣ ଏଯାଏ ଜଣାପଡିନାହିଁ । ମୃତ୍ୟୁ ପଛରେ କଣ ରହସ୍ୟ ରହିଛି ପୁଲିସ୍‌ ଖୋଳତାଡ଼ ଜାରି ରଖିଛି ।

Leave a Reply

Your email address will not be published. Required fields are marked *