କ୍ରାନ୍ତିକାରୀ ମହିଳା ସଂଗଠନର ୪ ର୍ଥ ଓଡିଶା ରାଜ୍ୟ ସମ୍ମିଳନୀ ସଫଳତାର ସହ ସମ୍ପର୍ଣ୍ଣ

କ୍ରାନ୍ତିକାରୀ ମହିଳା ସଂଗଠନର ୪ ର୍ଥ ଓଡିଶା ରାଜ୍ୟ ସମ୍ମିଳନୀ ସଫଳତାର ସହ ସମ୍ପର୍ଣ୍ଣ

ଭୁବନେଶ୍ୱର, ୧୬.୧୨- ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ (AIRWO)ର ଚତୁର୍ଥ ଓଡିଶା ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ଗଣେଶ କ୍ଲବ ଠାରେ ଅନୁଷ୍ଠିତ ହେଇଯାଇଛି। ମହିଳାଙ୍କ ବିରୁଦ୍ଧରେ ବର୍ଦ୍ଧିତ ହିଂସା ଓ ପୁରୁଷ ପ୍ରାଧାନ୍ୟତା ବିରୁଦ୍ଧରେ ଆଲୋଚନା କରାଯାଇ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ମହିଳା ଆନ୍ଦୋଳନକୁ ତେଜିୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମ୍ମିଳନୀ ଏକ ୨୫ ଜଣିଆ ନୂତନ ରାଜ୍ୟ କମିଟି ନିର୍ବାଚିତ କରିଛି। ଏହାର ସଭାନେତ୍ରୀ ଭାବେ ମିନା ଭୋଇ, ସମ୍ପାଦିକା- ପ୍ରମିଳା, ଉପ ସଭାନେତ୍ରୀ -ରାଧାରାଣୀ ମହାରଣା ଓ ଧୋବି ଜେନା, ଯୁଗ୍ମ ସମ୍ପାଦିକା – ସବିତା ପାଢ଼ୀ, ସଂଗଠନ ସମ୍ପାଦିକା- ପ୍ରତିମା ନାୟକ ଓ ବେବିନା ସାହୁ, ସହ ସମ୍ପାଦିକା ବୀଣା ନାୟକ ଓ ହେନା ବାରିକ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରତ୍ୟାଶା ନାୟକ ନିର୍ବାଚିତ ହେଇଛନ୍ତି ।
ଐରଡ଼ିଓ ର ୪ ର୍ଥ ସର୍ବ ଭାରତୀୟ ସମ୍ମିଳନୀ ଆସନ୍ତା ୨୭.୧୨ ଡିସେମ୍ବର ୨୦୧୯ ରେ କୋଲକତା ଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଓଡିଶାରୁ 30 ଜଣ ପ୍ରତିନିଧି ଯୋଗ ଦେବାକୁ ରାଜ୍ୟ ସମ୍ମିଳନୀ ଦ୍ୱାରା ନିର୍ବାଚିତ ହୋଇଛନ୍ତି। ଏଥିସହ 27 ଡିସେମ୍ବର କୋଲକତା ଠାରେ ଅନୁଷ୍ଠିତ ହେଉଥିବା ମହିଳା ରାଲିରେ ଓଡିଶାରୁ 500 ମହିଳା ଯୋଗଦେବେ ବୋଲି କ୍ରାନ୍ତିକାରୀ ମହିଳା ସଂଗଠନର ନବ ନିର୍ବାଚିତ ସଭାନେତ୍ରୀ ମୀନା ଭୋଇ ଏବଂ ସମ୍ପାଦିକା ପ୍ରମିଳା ଏକ ପ୍ରେସ ବିଂଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *