ଅଗ୍ରଣୀ ସାମାଜିକ ସଂସ୍ଥା ଦ୍ୱାରା ୨୦୧୯ ପାଇଁ ‘ଚରଣ ସ୍ପର୍ଶ ପୁରସ୍କାର’ ପାଇବେ ୪ ଜଣ ପ୍ରତିଭାଧାରୀ ମହିଳା

ଅଗ୍ରଣୀ ସାମାଜିକ ସଂସ୍ଥା ଦ୍ୱାରା ୨୦୧୯ ପାଇଁ ‘ଚରଣ ସ୍ପର୍ଶ ପୁରସ୍କାର’ ପାଇବେ ୪ ଜଣ ପ୍ରତିଭାଧାରୀ ମହିଳା

ଭୁବନେଶ୍ୱର:ଓଡ଼ିଶୀ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ ପଟ୍ଟନାୟକ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀମତୀ ଜୟା ସ୍ୱାମୀ, ପ୍ରଖ୍ୟାତ ଓଡ଼ିଆ ଲେଖିକା ଶ୍ରୀମତୀ ବନଜା ଦେବୀ ପାଇବେ ଦ୍ୱିତୀୟ ‘ଚରଣ ସ୍ପର୍ଶ ପୁରସ୍କାର’
ବଲିଉଡ୍‍ ଅଭିନେତ୍ରୀ ରିମି ସେନ, ସାମାଜିକ କାର୍ଯ୍ୟକର୍ତ୍ତା ସୁମାନି ଝାଡ଼ିଆ, ମୀରା ପରିଡ଼ା ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ
ଭୁବନେଶ୍ୱର: ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ କାମ କରୁଥିବା ଅଗ୍ରଣୀ ସାମାଜିକ ସଂଗଠନ କନ୍ନ୍ୟା ଅନ୍‍ମୋଲ୍‍ ହୈ (କେଏଏଚ୍‍) ପ୍ରେରଣାଦାୟୀ କାମ କରି ପ୍ରତିଷ୍ଠା ଅର୍ଜନ କରିଥିବା ମହିଳାମାନଙ୍କୁ ସମ୍ମାନିତ କରିବାକୁ ଏକ ସୃଜନଶୀଳ କାର୍ଯ୍ୟକ୍ରମ ହାତକୁ ନେଇଛି । ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ପିଢ଼ି ପିଢ଼ି ପରେ ଝିଅ ଏବଂ ମହିଳାମାନଙ୍କୁ ବିଭିନ୍ନ ପେସାରେ ଉକ୍ରର୍ଷ ହାସଲ କରିବା, ସାମାଜିକ ସୁଧାର ଆଣି ବ୍ୟକ୍ତିଗତ ଜୀବନରେ ଅନ୍ୟ ପାଇଁ ଉଦାହରଣ ପାଲଟିବା ଏବଂ କଠୋର ଆହ୍ୱାନ ତଥା ବାଧାକୁ ଅତିକ୍ରମ କରିବାକୁ ଦୃଢ଼ମନା ହେବା ଲାଗି ପ୍ରେରଣା ଯୋଗାଇଥିବା କିମ୍ବନ୍ଦନ୍ତୀ ମହିଳାଙ୍କ ଜୀବନ, କାର୍ଯ୍ୟଧାରା ଓ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ‘ଚରଣ ସ୍ପର୍ଶ’ ନାମରେ ନାମିତ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ରୀମତୀ ଡ. ଶ୍ୟାମାମଣି ଦେବୀ ପଟ୍ଟନାୟକ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠିତ ଅଭିନେତ୍ରୀ ଶ୍ରୀମତୀ ଜୟା ସ୍ୱାମୀ, ପ୍ରଖ୍ୟାତ ଓଡ଼ିଆ ଲେଖିକା ବନଜା ଦେବୀ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉକ୍ରର୍ଷ ପ୍ରତିପାଦନ କରିଥିବାରୁ ବିଚାରକ ମଣ୍ଡଳୀ (ଜୁରୀ) ଦ୍ୱାରା ଏଥିପାଇଁ ମନୋନୀତ ହୋଇଛନ୍ତି ।
ଚନ୍ଦ୍ରଶେଖରପୁର ନିକଟ ହୋଟେଲ୍‍ ପଦ୍ମଜାରରେ ୨୦୧୯ ଡିସେମ୍ବର ୧୫ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ ।
ଆମର ପରବର୍ତ୍ତୀ ପିଢ଼ିର ମହିଳାମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଆମର ବର୍ତ୍ତମାନ ପିଢ଼ିର ମହିଳାମାନଙ୍କ ଜୀବନୀ ଓ କାର୍ଯ୍ୟକୁ ସ୍ୱୀକୃତି ଦେବାର ଦୃଢ଼ ଆବଶ୍ୟକତା ରହିଥିବା ‘କେଏଏଚ୍‍’ର ଜାତୀୟ ଆବାହକ ଶ୍ରୀଯୁକ୍ତ ସରୋଜ ଦାଶ ପ୍ରକାଶ କରିଛନ୍ତି । ପ୍ରତିଷ୍ଠାତା ସସ୍ମିତା ଦାଶ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ସୁଭଦ୍ରା ନାୟକ, ରାଜଲକ୍ଷ୍ମୀ ନନ୍ଦ, ଶୈଳୀ ଗୁପ୍ତା, ସୁଭାଲି ଦାସ ଏହି ଅବସରରେ ଉପସ୍ଥିତ ରହିବେ ।
ଉଲ୍ଲେଖଯୋଗ୍ୟ, ‘କନ୍ୟା’ ଶିଶୁର ସ୍ଥିତିରେ ଉନ୍ନତି ଆଣିବା ଲାଗି ଉପାୟ ଓ ସାଧନ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଷଳଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ନାଗରିକଙ୍କ ପର୍ଯ୍ୟନ୍ତ ସମ ମନୋଭାବାପନ୍ନ ଗ୍ରୁପ୍‍ର ସଦସ୍ୟଙ୍କୁ ନେଇ ଆରମ୍ଭ କରାଯାଇଥିବା ଆନ୍ଦୋଳନ ହେଉଛି ‘କନ୍ୟା ଅନ୍‍ମୋଲ ହୈ’ ।
ସହରରେ କାମ କରୁଥିବା ଏହି ସଂଗଠନ କର୍ମଶାଳା ଆୟୋଜନ, ମେଧା ଅନ୍ୱେଷଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଶିକ୍ଷା ବୃତ୍ତି ପ୍ରଦାନ, ଆର୍ଥିକ ଅନଗ୍ରସରଙ୍କୁ ଆର୍ଥିକ ସହାୟତା, କନ୍ୟା ଶିଶୁର ସୁରକ୍ଷା ଓ ସମୃଦ୍ଧି ଲାଗି ପିତାମାତାଙ୍କୁ ପରାମର୍ଶ ଦେବା, ମହିଳା ଓ ଝିଅ (କନ୍ୟା)ଙ୍କ ସୁବିଧା ପାଇଁ ରହିଥିବା ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା ଆଦି କ୍ଷେତ୍ରରେ ସକ୍ରିୟ ଭାବେ କାମ କରୁଛି ।

Leave a Reply

Your email address will not be published. Required fields are marked *