ମହାନଦୀ ଓ କାଠଯୋଡ଼ି ନଦୀରେ ଜହର ମହାନଦୀ ଓ କାଠଯୋଡ଼ି ନଦୀରେ ଜହର

ମହାନଦୀ ଓ କାଠଯୋଡ଼ି ନଦୀରେ ଜହର ମହାନଦୀ ଓ କାଠଯୋଡ଼ି ନଦୀରେ ଜହର

ଭୁବନେଶ୍ୱର : କଟକର ଦୁଇ ପ୍ରମୁଖ ନଦୀ କାଠଯୋଡ଼ି ଏବଂ ମହାନଦୀ ସହରର ବିଭିନ୍ନ ଆବର୍ଜନା ବର୍ଷ ବର୍ଷ ଧରି ଏହି ଦୁଇ ନଦୀରେ ମିଶି ପାଣିକୁ ଦୂଷିତ କରୁଛି। ଫଳରେ ନଦୀ ଉପରେ ର୍ନିଭର କରି ଚଳୁଥିବା ଲୋକେ ଅନେକ ସମୟରେ ବିଭିନ୍ନ ଚର୍ମ ରୋଗ ସହ ଝାଡାବାନ୍ତିର ଶିକାର ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସିଏମ୍ସି ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ସେପଟେ ଜାଇକା କାମ ଶେଷ ହେବା ପରେ ଏହି ସମସ୍ୟା ଦୂର ହେବ ବୋଲି ସଫେଇ ଦେଇଛି ସିଏମସି।

ଜଳ ନୁହେଁ ସେ ଜହର। କଳା ମଚମଚ ପାଣି ସାଙ୍ଗକୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ନଦୀ ତଟ। କଟକ ଖାନ୍ନଗର ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକକୁ ମିଳିବ। ଯେଉଁ ଠି ସହରର ଆବର୍ଜନା ପାଣି ମିଶୁଛି କାଠଯୋଡ଼ି ନଦୀରେ। ବର୍ଷବର୍ଷ ଧରି ସହରର ନର୍ଦ୍ଦମା ପାଣି ନଦୀରେ ମିଶୁଥିବାରୁ ଧିରେଧିରେ ନଦୀ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଏମିତିକି ଏଠି ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଖାଲି କାଠଯୋଡ଼ି ନୁହେଁ ମହାନଦୀର ଅବସ୍ଥା ମଧ୍ୟ ସମାନ। କଟକ ଯୋବ୍ରା ଅଂଚଳରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସହରରୁ ନିର୍ଗତ ଆବର୍ଜନା ପାଣି ଏଠାରେ ମଧ୍ୟ ମିଶିଥାଏ । ଫଳରେ ଦିନକୁ ଦିନ ମହାନଦୀ ପ୍ରଦୂଷିତ ହେବାରେ ଲାଗିଛି। ଏମିତିକି ନଦୀ ପାଣି ପ୍ରଦୂଷିତ ଯୋଗୁଁ ଲୋକେ ଅନେକ ରୋଗର ମଧ୍ୟ ଶିକାର ହେଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *