ଗଣମାଧ୍ୟମ ମହାକୁମ୍ଭର ଦ୍ୱିତୀୟ ଦିବସ

ଗଣମାଧ୍ୟମ ମହାକୁମ୍ଭର ଦ୍ୱିତୀୟ ଦିବସ
୮୦ଟି ଗବେଷଣାତ୍ମକ ସଂର୍ନ୍ଧଭ ପାଠ ଅନୁଷ୍ଠିତ
ଭୁବନେଶ୍ୱର: ଆଜି ମିଡ଼ିଆ ମହାକୁମ୍ଭର ଦ୍ୱିତୀୟ ଦିବସରେ ୮୦ରୁ ଅଧିକ ଗବେଷଣାତ୍ମକ ସଂର୍ନ୍ଧଭ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ୭ଟି ବୈଷୟିକ ଅଧିବେଶନରେ ଉପସ୍ଥାପନ ହୋଇଯାଇଛି । ତନ୍ମଧ୍ୟରୁ ୬ଟିକୁ ସର୍ବତୋମ ସଂର୍ନ୍ଧଭ ଭାବରେ ଆସନ୍ତା କାଲି ଉଦଯାପନୀ ଉବରେ ପୁରସ୍କୃତ କରାଯିବ ।
ଦିବସର ପ୍ରଥମ ଭାଗରେ ଦୁଇଗୋଟି ପ୍ଲେନାରି ଅଧିବେଶନ ଅନୁଷ୍ଟିତ ହୋଇଯାଇଛି ପ୍ରଥମ ଅଧିବୋନରେ ହାଇଦ୍ରାବାଦ ବିଶ୍ୱବିଦ୍ୟଳୟର ପୂର୍ବତନ କୁଳପତି ପ୍ରଫେସର ବି.ପି. ସଂଜୟ, ଆଇ.ଆଇ.ଏମ.ସିର ପୂର୍ବତନ ନିର୍ଦ୍ଧେଶକ କେ.ଜି. ସୁରେଶ, ସି.ଆଇ.ଏସ.ଆର.ର ପୂର୍ବତନ ଉପ-ନିର୍ଦ୍ଧେଶକ ପ୍ରଦୀପ ଶ୍ରୀବାସ୍ତବ, ସି.ଇ.ସିର ଯୁଗ୍ମନିଶେକ ନାଗେଶ୍ୱର ନାଥ ପ୍ରମୁ୍ଖ ନୂତନ ଯୋଗାଯୋଗ ଜ୍ଞାନକୌଶଳ ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ସେନଚୁରିୟାନ ବିଶ୍ୱବିଦ୍ୟାଳୟର ର୍ନିେଶକ ଡ଼ଃ. ଚନ୍ଦ୍ରଭାନୁ ପଟନାୟକ, ମୟିସୁର ବିଶ୍ୱବିଦ୍ୟାଳୟର ଏନ. ଉସାରାଣି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସିସିର ବାସୁ, ଓସମାନିଆ ବିଶ୍ୱବିଦ୍ୟାଳୟର କେ ନରେନ୍ଦର ଓ ଆର.ଆଇ.ସି.ଇ ଶିକ୍ଷା ଏବଂ ଆଦାମାସ ଗ୍ରୁପର ମୁଖ୍ୟ ପ୍ରଫେସର ମୃତୁଂଜୟ ଚାର୍ଟାଜି ପ୍ରମୁଖ ଦକ୍ଷିଣ ବିହାର କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଡ଼ଃ. ମନୋଜ ଦୟାଲ ପ୍ରମୁଖ ଡ଼ିଜିଟାଲ ଯୁଗରେ ବିକାଶରେ ଯୋଗାଯୋଗ ଶୀର୍ଷକରେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ ।
ବିକାଶକୁ ତ୍ୱରାନ୍ନିତ କରିବା ପାଇଁ ଆଧୁନିକ ଜ୍ଞାନକୌଶଳ ଏବଂ ଯୋଗାଯୋଗ ବ୍ୟବସ୍ଥାର ପ୍ରୟୋଗ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।
ସେହିଭଳି ଶନିବାର ଦିନ ଉଦଯାପନୀ ଉବ ସହ ଦୁଇଗୋଟି ପ୍ଲେନାରି ଅଧିବେଶନ ଅନୁଷ୍ଠିତ ହେବ, ବୋଲି ମିଡ଼ିଆ ମହାକୁମ୍ଭର ଅଧକ୍ଷ୍ୟ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା, ପ୍ରଫେସର ଉଜ୍ଜଳ ଚୌଧୁରୀ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଡଃ ଅମ୍ବିକା ଶଙ୍କର ମିଶ୍ର, ଆବାହକ ମନୋରଞ୍ଜନ ପା ଓ ଡ଼ଃ. ଗାୟତ୍ରୀ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *