ମଦ ବିରୋଧ ଜନ ସଚେତନ ଅଭିଯାନ …!

ମଦ ବିରୋଧ ଜନ ସଚେତନ ଅଭିଯାନ …!

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମାଣିକରା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମରେ ଆଜି ପ୍ରଥମଥର ପାଇଁ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଆନ୍ଦୋଳନରେ ଯୋଗଦେଇଥିଲେ ମାଣିକମରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଅର୍ଜୁନ ପ୍ରଧାନ , ମାଣିକମରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ହେମନ୍ତ ନାୟକ , SHG groupର ସଭାପତି ଶ୍ରୀମତୀ ସାଗରିକା ନୟକ , ଗ୍ରାମ ସଭାପତି ଶ୍ରୀ ଶ୍ଯାମଘନ ସାହୁ , ଗ୍ରାମରେ ଥିବା ପ୍ରତେକ ମହିଳା ସଂଘର ସମସ୍ତ ସଦସ୍ଯ ସହିତ ଗ୍ରାମର ୩୦୦ ମହିଳା , ଗ୍ରାମର ଯୁବପିଢ଼ି ଓ ଗ୍ରାମର ଭଦ୍ର ଗ୍ରାମବାସୀ ବୃନ୍ଦ ଏହି ମହତ୍ବପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହେଇଥିଲେ । ବହୁଳ ମାତ୍ରାରେ ମଦ ବିକ୍ରି ହେଉଥିବାରୁ ଗାଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଯାହା ଫଳରେ ଲୋକଙ୍କ ଭିତରେ ଏକତା ରହୁନାହିଁ । ଅସଭ୍ଯ ଭାଷାରେ ଗାଳିଗୁଲଜ କରିବା ସହିତ ଘରେ ଘରେ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି ବଢିବାରେ ଲାଗିଛି । ଏହି ଗ୍ରାମରେ ବା ଏହି ଅଞ୍ଚଳରେ ଅଧିକ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ବସବାସ କରନ୍ତି ଏହି ଦିନ ମଜୁରିଆ ଶ୍ରେଣୀର ଲୋକ ମାନେ ଯାହା ରୋଜଗାର କରନ୍ତି ରୋଜଗାର ପ୍ରାୟ ୭୦% ଅର୍ଥ ମଦ୍ୟପାନ କରି ମଦଭାଟିରେ ଅର୍ଥକୁ ଦେଇଥାନ୍ତି । ମଦପିଇ କି ଗାଁ ଦାଣ୍ଡରେ ଅସଭ୍ଯ ଭାଷାରେ ଗାଳିଗୁଲଜ କରନ୍ତି ଘରକୁ ଯିବା ପରେ ସ୍ତ୍ରୀ ପୁଅ ଝିଅଙ୍କୁ ବାଡା ବଡି କରୁଛନ୍ତି । ଏହା ଫଳରେ ଗାଁରେ ଅଧିକରୁ ଅଧିକ ବିଶୃଙ୍ଖଳା ବଢୁଥିବାରୁ ତାହା କିପରି ରୋକିବା ପାଇଁ ପାଇଁ ଗାଁରୁ ବା ଏହି ଅଞ୍ଚଳରୁ ସମୁଳେ ନାଶ କରିବା ପାଇଁ ଏହି ଆନ୍ଦୋଳନ କରି ଶପଥ ନେଇଛନ୍ତି ।ସ୍ୱତନ୍ତ୍ର ରିପୋର୍ଟ ସୁବାଷ ପଧାନ !

Leave a Reply

Your email address will not be published. Required fields are marked *