ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ
ଭୁବନେଶ୍ୱର, ୧୦.୭ : ଲାୟନ୍ସ କ୍ଲବ, ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ ୱେବିନାର-ଜୁମ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ସାମାଜିକ ଦୂରତ୍ୱକୁ ବଜାୟ ରଖି ଲାୟନ କଳ୍ପନା ବିଶ୍ୱାଳ, ପୂର୍ବତନ ଗଭର୍ଣ୍ଣର ଜିଲ୍ଲା-୩୨୨ସି୪ଙ୍କ ଦ୍ୱାରା ଲାୟନ ଅଶୋକ ଅଗ୍ରୱାଲା, ସଭାପତି, ଲାୟନ ତପନ ହରିଚନ୍ଦନ, ସମ୍ପାଦକ, ଲାୟନ ଇଂ ଅଶ୍ୱିନୀ ସେନାପତି କୋଷାଧ୍ୟକ୍ଷ ଏବଂ କ୍ଲବର ସମସ୍ତ ନିର୍ଦ୍ଦେଶକମାନଙ୍କୁ ୨୦୨୦-୨୧ ବର୍ଷ ପାଇଁ ଶପଥ ପାଠ କରାଇଥିଲେ । ଲାୟନ ଶ୍ରୀମତୀ ବିଶ୍ୱାଳ ଲାୟନ୍ସମାନଙ୍କ ସମାଜ ପ୍ରତି ଥିବା ଆଭିମୁଖ୍ୟକୁ ଦର୍ଶାଇ ସେମାନଙ୍କର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଲାୟନ ଡଃ ଗୀତାରାଣୀ ପାଢୀ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ୧୧ ଜଣ ନୂତନ ସଦସ୍ୟମାନଙ୍କୁ ଲାୟନ୍ସ ପରିବାରରେ ସାମିଲ୍ କରାଇଥିଲେ । ପୂର୍ବତନ ଲାୟନ୍ସ ଆନ୍ତର୍ଜାତିକ ନିର୍ଦ୍ଦେଶକ ଲାୟନ ଭି.କେ. ଲୁଥ୍ରା ନୂତନ କର୍ମର୍କାମାନଙ୍କର ଶପଥ ଗ୍ରହଣ ଉତ୍ସବକୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କ ସାମାଜିକ ଦାୟିତ୍ୱକୁ କିପରି ପ୍ରତିପାଦିତ କରିପାରିବେ ତାହା ଦର୍ଶାଇଥିଲେ । ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର, ଲାୟନ୍ସ ହରିହର ଦାସ, ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର-୧ ଲାୟନ ପି.ସି. ପାଢୀ, ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର-୨, ଲାୟନ୍ସ ସୁରେଶ ଚନ୍ଦ୍ର ନାୟକ, ରିଜିୟନ ଚେୟାରମ୍ୟାନ ଲାୟନ ରମାକାନ୍ତ ସାହୁ, ଜୋନ୍ ଚେୟାରମ୍ୟାନ ଲାୟନ ଧୀରେନ୍ ଧଳ ଏହି ଉତ୍ସବରେ ଯୋଗଦାନ କରି ନୂତନ କର୍ମର୍କାମାନଙ୍କୁ ଲାୟନ୍ସବାଦର ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲବର ପୂର୍ବତନ ସଭାପତି ଲାୟନ ରାମପ୍ରସାଦ ପାତ୍ର ନୂତନ ସଭାପତି ଭାବେ ଶପଥ ଗ୍ରହଣ କରିଥିବା ସଭାପତି ଲାୟନ ଅଶୋକ ଅଗ୍ରୱାଲାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଶେଷରେ ଲାୟନ ଶରତ କୁମାର ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ଲାୟନ କିଶୋର ଚନ୍ଦ୍ର ସାହୁ, ଲାୟନ ସଞ୍ଜୟ କୁମାର ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *