ଲାୟନ୍ସ ଜିଲ୍ଲା ୩୨୨ସି୪ ତରଫରୁ ଆୟୋଜିତ ‘ଲାୟନ୍ସ ଆଇଡ଼ଲ’

ଲାୟନ୍ସ ଜିଲ୍ଲା ୩୨୨ସି୪ ତରଫରୁ ଆୟୋଜିତ ‘ଲାୟନ୍ସ ଆଇଡ଼ଲ’

ଭୁବନେଶ୍ୱର, ୮.୧୨ : ଲାୟନ୍ସ ଜିଲ୍ଲା ୩୨୨ସି୪ ତରଫରୁ ଏକ ସଙ୍ଗୀତଭିିକ ପ୍ରତିଯୋଗିତା ‘ଲାୟନ୍ସ ଆଇଡ଼ଲ’ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜୁନିଅର ଓ ସିନିଅରସ୍ତରରେ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଉଚ୍ଚକୋଟୀର ପ୍ରତିଯୋଗିତାକୁ ଆୟୋଜନ କରିଥିଲେ କ୍ଲବର ଚେୟାର ପର୍ସନ ସଂଯୁକ୍ତା ପତ୍ରୀ ଏବଂ ସାଳନ କରିଥିଲେ ମଧୁଲିତା ପଟ୍ଟନାୟକ । ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ପ୍ରଦୀପ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ଉପମୁଖ୍ୟ ଗଭର୍ଣ୍ଣର ହରିହର ଦାସ ଓ ପୂର୍ଣ୍ଣଚନ୍ଦ୍ରପାଢୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସିନିଅର ବିଭାଗରେ ‘ଲାୟନ୍ସ ଆଇଡ଼ଲ’, ପ୍ରଥମ ରନର୍ସ ଅପ୍, ଦ୍ୱିତୀୟ ରନର୍ସ ଅପ୍ଙ୍କୁ ଯଥାକ୍ରମେ ୫ ହଜାର ଟଙ୍କା, ୩ ହଜାର ଟଙ୍କା ଏବଂ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଜୁନିଅର ବିଭାଗ ପ୍ରତିଯୋଗିତାରେ ବି·ରକ ମଣ୍ଡଳୀ ମଧ୍ୟରେ ବିଶିଷ୍ଟ ସଙ୍ଗୀତଜ୍ଞ ସଙ୍ଗୀତା ଗୋସାଇଁ, ଅଦ୍ୟାଶା ଦାସ ଓ ବିଷ୍ଣୁ ମୋହନ କବି ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ନାମୀଦାମୀ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ଦେବାଶିଷ ମହାପାତ୍ର, ଗୀତା ଦାସ, ସୁଶାନ୍ତ ଦାସ, ସୂର୍ଯ୍ୟ ଦେଓ, ସୁଜିତ୍ ମହାପାତ୍ର, ମୁନ୍ମୁନ୍ ଚକ୍ରର୍ବୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଓଡ଼ିଶାର ବହୁ ଲାୟନ୍ସ ସଭ୍ୟ ଓ ସାଧାରଣ ଜନତା ଯୋଗ ଦେଇ ସଂଯୁକ୍ତା ପତ୍ରୀଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ କ୍ୟାବିନେଟ ସେକ୍ରେଟାରୀ ସୁରେଶ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *