ଲିଙ୍ଗରାଜ ମନ୍ଦିର ଦୂତୀୟ ଦିନରେ ଉଛେଦ ଜାରି ।

ଲିଙ୍ଗରାଜ ମନ୍ଦିର ଦୂତୀୟ ଦିନରେ ଉଛେଦ ଜାରି ।

ଭୁବନେଶ୍ୱର ୧୧ା୧୨: ଗତକାଲି ବ୍ୟବସାହି ଥାନା ଆଗରେ ଧାରଣା ବସିବା ପରେ ଆଜି ବିଏମ୍ସି ଅଫିସ ରେ ବୈଠକ ବସିବା ପରେ ସ୍ଥଗିତ ହୋଇଛି ଉଛେଦ ।ରାଜଧାନୀ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ନେଇ ଆଜି ବୈଠକ ହୋଇଥିଲା । ଆଜିଠୁ ପୁଣିଥରେ ଉଚ୍ଛେଦ କାମ ଆରମ୍ଭ ହେବ ।ଥଇଥାନ ବ୍ୟବସ୍ଥା କରିବା ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ବ୍ୟବସାୟୀ ସଙ୍ଘ ।
ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବିଏମସି କମିଶନର ଏନେଇ ସୂଚନା ଦେଇଛନ୍ତି । ସେଠାରେ ଥିବା ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାଯିବ । ନିଜ ଜାଗାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।ଗତକାଲି ସ୍ଥାନୀୟ ବ୍ୟବସାୟୀ ସଙ୍ଘ, ମନ୍ଦିର ପୂଜାରୀ, ସେବାୟତ ସଙ୍ଘ ଓ ବ୍ୟବସାୟୀମାନେ ବିରୋଦ କରିବା ପରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *