ଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ ସମୟରେ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରତିବାଦ ଦାବୀ

ଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ ସମୟରେ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରତିବାଦ ଦାବୀ: ପ୍ରଥମେ ଥଇଥାନ ତାପରେ ଉଚ୍ଛେଦ
ଭୁବନେଶ୍ୱର ତା ୯.୧୨ – ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ପରିବେଶ ଓ ଚର୍ତୁପାଶ୍ୱର୍କୁ ସୁନ୍ଦର ଓ ଆକର୍ଷଣୀୟ କରିବାପାଇଁ ରାଜ୍ୟ ସରକାର ଯେଉଁ ଉଚ୍ଛେଦ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ ସ୍ୱାଗତ କରିବା ସହ ସରକାର ଯେଉଁ ତରିକା ବା ଉପାୟରେ ଏହି ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ତାହାକୁ ସେ ପ୍ରତିବାଦ କରିଛନ୍ତି । ଆଜି ଅପରାହ୍ନରେ ଏହି ଉଛେଦ କାର୍ଯ୍ୟ ·ଲିଥିବା ବେଳେ ହଜାର ହଜାର ସ୍ଥାନୀୟ ବାସିନ୍ଦା, ଉଠା ଦୋକାନୀ, ସ୍ଥାୟୀ ଦୋକାନୀ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଦୃଢ଼ ପ୍ରତିବାଦ ଜଣାଇବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ସେଠାରେ ଥିବା ଏକାମ୍ର ପ୍ରକାଶନୀ ଭଜନ ମଣ୍ଡପ ନିକଟରେ ସର୍ବସାଧାରଣଙ୍କ ନିମେନ୍ତ ପାନୀୟ ଜଳ ଯୋଗାଣ ଟାଙ୍କୀକୁ ଭାଙ୍ଗିଦେବା ଫଳରେ ଭଜନ ମଣ୍ଡପର କାନ୍ଥ ମଧ୍ୟ ଭୁଷୁଡ଼ି ପଡ଼ିଥିଲା । ଏଥିପାଇଁ ସମସ୍ତେ ତୀବ୍ର ବିରୋଧ କରିଥିଲେ । ହଜାର ହଜାର ସ୍ଥାୟୀ ବାସିନ୍ଦା ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭଜନମଣ୍ଡପ ପାଖରେ ରୁଣ୍ଡ ହୋଇ ଏହାର ପ୍ରତିବାଦ ଜଣାଇଥିଲେ । ଫଳରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ଲୋକଙ୍କ ଜୀବନ ଜୀବିକା ମାରି ଏକତରଫା ଭାବେ ଉଚ୍ଛେଦ କରାନଯାଉ ବୋଲି ଶ୍ରୀ ରାଉତରାୟ କହିଲେ ।
ସେଠାରେ ପୋଲିସ୍ କମିଶନର, ଡିସିପି, ବିଡ଼ିଏ କମିଶନର, ମ୍ୟୁନିସ୍ପାଲଟି କମିଶନର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟି ଓ ଏଡିଏମ ପଂହଚି ଯେଉଁମାନଙ୍କର ଦୋକାନ ବା ପ୍ରତିଷ୍ଠାନ, ବାସଗୃହ ଭଙ୍ଗାଯାଇଛି ସେମାନଙ୍କର କ୍ଷତିପୂରଣ, ସ୍ଥାୟୀ ବାସଗୃହ ବ୍ୟବସ୍ଥା ଓ ଭାଙ୍ଗିଯାଇଥିବା ମଣ୍ଡପ ଏବଂ ପାଣିଟାଙ୍କିକୁ ପୁନଃନିର୍ମାଣ କରିବାର ଉପଯୁକ୍ତ ବ୍ୟବସ୍ଥା କରିବାପରେ ଉଚ୍ଛେଦ କାର୍ଯ୍ୟ କରିବାକୁ ଶ୍ରୀ ରାଉତରାୟ ଦାବୀ ଜଣାଇଛନ୍ତି । ଆସନ୍ତା କାଲି ସକାଳ ୮ଘଟିକା ସମୟରେ ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ପୁଣି ସମସ୍ତେ ଏକତ୍ରିତ ହୋଇ ଉପରୋକ୍ତ ଦାବି ଜଣାଇବେ । ପ୍ରଥମେ ଥଇଥାନ ବ୍ୟବସ୍ଥା କରି ତାପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସନତ ମିଶ୍ର, କପିଳ ପଣ୍ଡା, କେଦାର ମହାପାତ୍ର, ଶରତ ପଣ୍ଡା, ରମେଶ ମହାପାତ୍ର, ରଞ୍ଜିତ ପାତ୍ର, ବିରଂଚି ବାରିକ, ଜୟକୃଷ୍ଣ ମଲିଆ, ମାନସ ଆଚାର୍ଯ୍ୟ, କୁନା ମୁଦୁଲି, କାଳୁ ପଣ୍ଡା, ପପୁନୁ ଗରାବଡ଼ୁ, ରତି ମହାଶୁଆର, ରାଧା ମହାପାତ୍ର ଓ ଲିଙ୍ଗରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *