୬୩ଟି କୃଷି ରାଜ୍ୟରେ ଫାର୍ମ ରହିଛି: ଅରୁଣ ସାହୁ

୬୩ଟି କୃଷି ରାଜ୍ୟରେ ଫାର୍ମ ରହିଛି: ଅରୁଣ ସାହୁ

ଭୁବନେଶ୍ୱର : ଆଜି ବିଧାନସଭାରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି , ‘ରାଜ୍ୟରେ ୬୩ଟି କୃଷି ଫାର୍ମ ରହିଛି । ସେଥି ମଧ୍ୟରୁ ୪ଟି ଫାର୍ମ ପୁନରୁଦ୍ଧାର ଅବସ୍ଥାରେ ନାହିଁ ।’
ସେହିପରି ୮୫ଟି ଉଦ୍ୟାନ କୃଷି ଫାର୍ମ ରହିଛି । ସେଥି ମଧ୍ୟରୁ ୫ଟି ପୁନରୁଦ୍ଧାର ଅବସ୍ଥାରେ ନାହିଁ । ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ୨୦୧୦-୧୧ରେ ୯ କୋଟି ୯୦ ଲକ୍ଷ ୮୪ ହଜାର ଟଙ୍କା ମିଳିଛି । ୨୦୧୬-୧୮ରେ ୩୧ଟି ଫାର୍ମ ପାଇଁ ୧୬ କୋଟି ୯୬ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ଏଥି ମଧ୍ୟରୁ ୧୨ କୋଟି ୬୨ ଲକ୍ଷ ୪୯ ହଜାର ଟଙ୍କା ବିନିଯୋଗ ହୋଇଛି । ଆଧୁନିକୀକରଣ ପାଇଁ ୧୨ କୋଟି ୬୪ ଲକ୍ଷ ୭୪ ହଜାର ଟଙ୍କା ମିଳିଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *