ସରକାର ୨୦୨୦ ବାର୍ଷିକ ବଜେଟରେ କୃଷି ଓ ଗ୍ରାମ୍ୟ ଅର୍ଥନୀତି ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ପିସିସି କିଷାନ କଂଗ୍ରେସର ଦାବି

ସରକାର ୨୦୨୦ ବାର୍ଷିକ ବଜେଟରେ କୃଷି ଓ ଗ୍ରାମ୍ୟ ଅର୍ଥନୀତି ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ପିସିସି କିଷାନ କଂଗ୍ରେସର ଦାବି
ଭୁବନେଶ୍ୱର – ରାଜ୍ୟରେ କ୍ରମାଗତ ଭାବେ ଯେପରି ଜନସଂଖ୍ୟା ବୃଦ୍ଧି ପାଉଛି ତଦନୁଯାୟୀ ଖାଦ୍ୟ
ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାର ଗ୍ରାମ୍ୟ ଓ କୃଷି ଅର୍ଥନୀତି ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ପ୍ରଦେଶ କଂଗ୍ରେସ କମିଟି
କିଷାନ ସେଲ୍ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କଠାରେ ଦୃଢ ଦାବି କରିବା ସହିତ ୨୦୨୦ ବାର୍ଷିକ
ବଜେଟରେ କେତୋଟି ମୁଖ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଅଧ୍ୟକ୍ଷ ଶ୍ର ପଟ୍ଟନାୟକ ଏକ ପ୍ରେସ
ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ରାଜ୍ୟରେ କୃଷି ଓ କୃଷକର ବିକାଶ ନ ଘଟିଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବା
ଅସମ୍ଭବ । ଘରୋଇ ଉତ୍ପାଦନରେ କୃଷିକୁ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ୍ । କିନ୍ତୁ ବିଗତ ଦୁଇ ଦଶନ୍ଧି ଧରି ସମଗ୍ର
ରାଜ୍ୟରେ ଗ୍ରାମଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବେକାରୀ ସମସ୍ୟା ହୁ ହୁ ହୋଇ ବଢିଚାଲିବା ସହିତ ଗ୍ରାମ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ
ଭୁଷୁଡ଼ି ଯାଇଛି । ଧାନକୁ ଛାଡ଼ିଦେଲେ ଅନ୍ୟାନ୍ୟ ଫସଲ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟରେ ପରିଗଣିତ ।
ଏପରିକି ଅତ୍ୟାବଶ୍ୟକ ଆଳୁ ଓ ପିଆଜ ଉପରେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ଏକ ସଙ୍ଗୀନ
ପରିସ୍ଥିତିରେ ଚାଷ ପ୍ରତି ଚାଷୀକୁଳ ଅନାଗ୍ରହ ଓ ରାଜ୍ୟର ବହୁ ଲୋକ ବେସାହାରା ହୋଇ ବାହାର ରାଜ୍ୟରେ ଦାଦନ
ଖଟୁଛନ୍ତି । ତେଣୁ ରାଜ୍ୟ ସରକାର ଆସନ୍ତା ୨୦୨୦ ବାର୍ଷିକ ବଜେଟରେ ଚାଷୀର ଜମି ମୁଣ୍ଡକୁ ଜଳସେଚନ ସୁବିଧା
ସହିତ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସୁ ବିପଣନ, ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ, କୃଷି ଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ
ଶିଳ୍ପାଗାର ପ୍ରତିଷ୍ଠା ଓ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୨୯୩୦
ଟଙ୍କାକୁ ବୃଦ୍ଧି, ସମସ୍ତ ଚାଷୀ ପରିବାରର ସୁରକ୍ଷା ପାଇଁ ପ୍ରତି ଚାଷୀଙ୍କୁ ମାସିକ ଅତ୍ୟନ୍ତ ପକ୍ଷେ ୩ ହଜାର ଚାଷୀ ଭତ୍ତା ପ୍ରଦାନ
ଓ ଋଣ ଭାରରେ ଥିବା ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼ କରିବା ସହିତ ଭାଗଚାଷୀମାନଙ୍କପାଇଁ ସ୍ୱତନ୍ତ୍ର ଆଇନ ଓ ବିଭିନ୍ନ
କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀତା ଦିଗରେ ଅର୍ଥ ବରାଦ କରିବାକୁ କଂଗ୍ରେସ ଦଳ ତରଫରୁ ଶ୍ରୀ ପଟ୍ଟନାୟକ ରାଜ୍ୟ
ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *