ସମ୍ମିଳିତ କର୍ମର୍ଜୀବୀ ସାମ୍ବାଦିକ ସଂଘର ନକଲି କର୍ମର୍କାଙ୍କ ଜାଲିଆତି କାରବାର-ସଂଘ ତରଫରୁ ଗିରଫ ଦାବି

ସମ୍ମିଳିତ କର୍ମର୍ଜୀବୀ ସାମ୍ବାଦିକ ସଂଘର ନକଲି କର୍ମର୍କାଙ୍କ ଜାଲିଆତି କାରବାର-ସଂଘ ତରଫରୁ ଗିରଫ ଦାବି

ଭୁବନେଶ୍ୱର, ୨୪/୧୧, ଆଜି ଯାନ୍ତ୍ରୀକ ଭବନ ଠାରେ ଆୟୋଜିତ ଏକ ପ୍ରେସ ମିଟରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ଇସ୍ତେହାର ଜାରି କରାଯାଇଛି । ଇସ୍ତେହାରରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘରୁ ତିନି ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ତୋଷାରପାତ କରିବା, ସଂଘ ବିରୋଧି କାର୍ଯ୍ୟରେ ଲିପ୍ତ ହେବା, ସଂଘ ନାମରେ ବିଭିନ୍ନ ସଂସ୍ଥାକୁ ଧମକ ଦେବା ଆଦି କାର୍ଯ୍ୟ କରିଥିବାରୁ ଆରଆଇଟି କଲେଜର ଅଧ୍ୟକ୍ଷ ଓ ପୁର୍ବତନ ସଭାପତି ପୀତବାସ ମିଶ୍ରଙ୍କୁ ସଂଘ ତରଫରୁ ଘୋର ବିରୋଧ କରାଯାଇଛି । ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ପାଜଣ ଅନୁଗତଙ୍କ ମାଧ୍ୟମରେ ସଂଘ ନାମରେ ବିଭିନ୍ନ ବ୍ୟାଙ୍କରେ ଜାଲିଆତି ଆକାଉ ଖୋଲି ସଂଘକୁ ମିଳିବାକୁ ଥିବା ବିଭିନ୍ନ ସଂସ୍ଥାରୁ ବିଜ୍ଞାପନ ଅର୍ଥକୁ ନକଲି କର୍ମର୍କା ସାଜି ହଡପ କରିଛନ୍ତି । ସୂଚନା ଥାଉକି ନିକଟରେ ରାଉରକେଲାଠାରେ ପୀତବାସ ମିଶ୍ରଙ୍କ ପ୍ରତି ହୋଇଥିବା ର୍ଦୁଃବ୍ୟବହାରର ଦାଗ ନ ଲିଭୁଣୁ ଗତକାଲି ଜଳେଶ୍ୱରଠାରେ ଆମ ସଂଘର ବ୍ୟାନର ମାରି ଚାନ୍ଦା ଆଦାୟ କରିବା ମୁଳ ଲକ୍ଷ ରଖି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଖବର ପ୍ରକାଶ ପାଇଛି । ନିଜେ ବହିଷ୍କୃତ ହୋଇ କେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ କେତେବେଳେ ପୁଣି ସଭାପତି ହେବା ଲାଳସା ରଖି ବିଭ୍ରାନ୍ତିକର ଖବର ପ୍ରକାଶ କରି ଚାଲିଛନ୍ତି । ସଂଘକୁ ବ୍ୟକ୍ତିଗତ ସ୍ୱର୍ଥସାଧନ ନିମନ୍ତେ କିଛି ଅନୁଗତ ତଥା ଉକ୍ରଳମେଲ କର୍ମଚାରୀମାନଙ୍କୁ ମନଇଛା ପଦ ପଦବୀ ଦେଇ ଅବାଂଛିତ ଅର୍ଥ ଆଦାୟ ଚାଲିଛି । ଯେଉଁମାନେ ସହଯୋଗୀ ହେଲେ ଯଥା ଯାଜପୁରର ତପନ ମହାରଣ୍ୟ ଶର୍ମା,ଭୁବନେଶ୍ୱର ଉକ୍ରଳମେଲ ଟିଭି ରିପୋର୍ଟର ଗଜେନ୍ଦ୍ର ନାଥ ବେହେରା, ବାଲେଶ୍ୱରର ଅନୁପମ ଭାରତ ଫଟୋଗ୍ରାଫର ସତ୍ୟପ୍ରିୟମହାନ୍ତି, ଆନନ୍ଦପୁରର ଉକ୍ରଳମେଲ୍ ପ୍ରତିନିଧି ଅନୀଲ ସାହୁ ଏ ସମସ୍ତଙ୍କର ସ୍ଥାୟୀ ରୁପେ ସଦସ୍ୟତା ରଦ୍ଦ କରାଗଲା । ପ୍ରେସମିଟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସଂଘର ମୁଳ ଦସ୍ତାବିଜ, ବ୍ୟାଙ୍କରୁ ଜାଲିଆତି କରାଯାଇଥିବା ପାସବୁକ ସବୁ ଦେଖାଯାଇ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ସରୋଜ ରଂଜନ ପଟ୍ଟନାୟକ, ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ, କୋଷାଧ୍ୟକ୍ଷ ନିତ୍ୟ ନିରଂଜନ ପଣ୍ଡା, ନିର୍ବାଚନ ଅଧିକାରୀ ନୃପ କିଶୋର ପଟ୍ଟନାୟକ ବିବୃତି ରଖିଥିଲେ କି ସଂଘ ବିଭାଜନ ହୋଇନାହିଁ କିମ୍ବା ପୀତବାସ ମିଶ୍ର ସଂଘର କୌଣସି ପଦ ପଦବୀରେ ନାହାଁନ୍ତି । ସଂଘର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ସହମତି କ୍ରମେ ଅର୍ଥ ତୋଷାରପାତ କରିଥିବା ଏବଂ ଜାଲିଆତି ବ୍ୟାଙ୍କ ଖାତା ଖୋଲିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗିରଫ କରିବାକୁ ଦାବି ହୋଇଅଛି । ସାମ୍ବାଦିକମାନଙ୍କ ସୁରକ୍ଷା ଦାବିରେ ଆଗାମୀ ଡିସେମ୍ବର ୨୩ ତାରିଖରେ ରାଜଧାନୀରେ ଏକ ସମାବେଶ ହେବ ବୋଲି ସଂଘର ସଭାପତି ସରୋଜରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *