୧୦ ଦଫା ଦାବି ନେଇ ୨୦୨୦, ଜାନୁୟାରୀ ୮ତାରିଖ ସର୍ବଭାରତୀୟ ଜାତୀୟ ଧର୍ମଘଟରେ ରାଜ୍ୟ କର୍ମଚାରୀ ସାମିଲ୍

କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମଚାରୀ ଜନବିରୋଧୀ ନୀତି ବିରୁଦ୍ଧରେ
୧୦ ଦଫା ଦାବି ନେଇ ୨୦୨୦, ଜାନୁୟାରୀ ୮ତାରିଖ
ସର୍ବଭାରତୀୟ ଜାତୀୟ ଧର୍ମଘଟରେ ରାଜ୍ୟ କର୍ମଚାରୀ ସାମିଲ୍

ଭୁବନେଶ୍ୱର,୭.୧: କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମ·ରୀ ଶିକ୍ଷକ ମାରଣ ନୀତିକୁ ବିରୋଧ କରି ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମତି ପକ୍ଷରୁ ସଭାପତି ଲିଙ୍ଗରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ପ୍ରଧାନ, ସାଧାରଣ ସମ୍ପାଦକ ନରୋମ ପାର୍ଥସାରଥୀ, ବରିଷ୍ଠ ଉପସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଅଫିସ୍ ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଧର୍ମଘଟକୁ ସମର୍ଥନ କରିବା ପାଇଁ ଏକ ପ୍ରେସ୍ନୋଟରେ ପ୍ରକାଶ କରିଛନ୍ତି ।
ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘର ଏକ ସହବନ୍ଧିତ ସଂଗଠନ । ମହାସଂଘର ଆହ୍ୱାନକ୍ରମେ ଜାନୁୟାରୀ ୮ ତାରିଖ ନିମ୍ନୋକ୍ତ ୧୦ ଦଫା ଦାବି ଉପରେ ହେଉଥିବା ମିଳିତ ସର୍ବଭାରତୀୟ ଧର୍ମଘଟରେ ସାମିଲ୍ ହେବା ପାଇଁ ନିଷ୍ପି ଗ୍ରହଣ କରିଛି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଖାଲି ସ୍ଥାନରେ ସ୍ଥାୟୀ ନିଯୁକ୍ତି, ସଚିବାଳୟ ଭଳି ରାଜ୍ୟର ସମସ୍ତ ନିଯୁକ୍ତିକୁ ସ୍ଥାୟୀ ଭାବରେ ପ୍ରଦାନ, ବର୍ଦ୍ଧିତ ଦରମାର ଗଚ୍ଛିତ ଅବଶିଷ୍ଟ ୬୦% ଅର୍ଥ ତୁରନ୍ତ ପ୍ରଦାନ କରିବା, ୨୦୧୬ ଜାନୁୟାରୀ ଠାରୁ କେନ୍ଦ୍ର ଅନୁରୂପ ସଂଶୋଧିତ ଘରଭଡ଼ା ଭା ପ୍ରଦାନ, ୨୦୧୯ ଜୁଲାଇରୁ କେନ୍ଦ୍ର ଅନୁରୂପ ୫୦% ମହଙ୍ଗା ଭା ମଞ୍ଜୁର କରିବା, ସ୍ୱଦେୟ ପେନ୍ସନ ବ୍ୟବସ୍ଥା ଅବିଳମ୍ବେ ବାତିଲ୍ କରି ସ୍ଥିରୀକୃତ ପେନ୍ସନ ଦେବା, ଜିଲ୍ଲାସ୍ତରୀୟ ଅମଲାମାନଙ୍କ ସଂଶୋଧିତ ଶିକ୍ଷାଗତ ଯୋଗ୍ୟତା ଓ ପଦବୀ ପରିର୍ବନକୁ ଦୃଷ୍ଟିରେ ରଖି ଦରମା ସଂଶୋଧନ କରିବା, ସର୍ବନିମ୍ନ ଦରମା କେନ୍ଦ୍ର ଅନୁରୂପ ୧୮୦୦୦ ଟଙ୍କା କରିବା ସହ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ କରିବା, କ୍ରାକଚୁଆଲ,ଏନ୍ଏଚ୍ଏମ୍, ଅସ୍ଥାୟୀ ଛଟେଇ ୱାର୍କ·ର୍ଜଡ଼ କର୍ମଚାରୀମାନଙ୍କୁ ବିନା କଟକଣାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଆକାଶ ଛୁଆଁ ଦର ବୃଦ୍ଧି ନିୟନ୍ତ୍ରଣ କରି ଗଣ ବନ ବ୍ୟବସ୍ଥାକୁ ସାର୍ବଜନୀନ କରିବା ଓ ଘରୋଇକରଣ ବନ୍ଦ କରିବା । ଉପରୋକ୍ତ ଦାବିଗୁଡ଼ିକ ଉପରେ ୨୪.୯.୨୦୧୯ରିଖ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କର୍ମଚାରୀ ସମାବେଶରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ମାରକ ପତ୍ର ପ୍ରଦାନ କରାଯାଇ ସମାଧାନ କରିବା ପାଇଁ ନିବେଦନ କରାଯାଇଥିଲା । ବାରମ୍ବାର ସଂଘ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ ନୀରବତା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବ୍ୟଥିତ କରିଛି ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବ ଓ କେନ୍ଦ୍ର ସରକାରଙ୍କ ଲଗାମହୀନ ଘରୋଇକରଣ ପ୍ରକ୍ରିୟା, ଆର୍ଥିକ ମାନ୍ଦା ଅବସ୍ଥା, ଆକାଶଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ହୋଇଥିବା ବିଫଳତା ବିରୁଦ୍ଧରେ ଦେଶର ସମସ୍ତ ଶ୍ରମିକ କର୍ମ·ରୀମାନଙ୍କ ପକ୍ଷରୁ ହେବାକୁ ଯାଉଥିବା ଜାନୁୟାରୀ ୮, ୨୦୨୦ ସାଧାରଣ ଧର୍ମଘଟକୁ ସମର୍ଥନ କରିବା ସହ ଏଥିରେ ସାମିଲ ହେବା ନିମନ୍ତେ ଅଖିଳ ଭାରତ ରାଜ୍ୟ ସରକାରୀ କର୍ମ·ରୀ ମହାସଂଘ ଆହ୍ୱାନ ଦେଇଥିବା ବିଷୟ ଓ ମହାରାଷ୍ଟ୍ରର ପୁନେରେ ଡ଼ିସେମ୍ବର ୨୮ରୁ ୩୦ରେ ହେବାକୁ ଥିବା ଅଖିଳ ଭାରତ ରାଜ୍ୟ ସରକାରୀ କର୍ମ·ରୀ ମହାସଂଘର ନ୍ୟାସନାଲ କାଉନ୍ସିଲ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟ ସରକାରୀ କର୍ମ·ରୀ ସମନ୍ୱୟ ସମିତି ତରଫରୁ ୨୬ଜଣ ପ୍ରତିନିଧି ଯୋଗ ଦେବେ ବୋଲି ଅରୁଣ କୁମାର ବଳିଆର ସିଂହ, ସଦାନନ୍ଦ ବେହେରା, ସୁଜିତ କୁମାର ବେହେରା, ଦେବେନ୍ଦ୍ର ଜଗନ୍ନାଥ ନାୟକ, ମହେଶ ପଟ୍ଟନାୟକ, ବସନ୍ତ ବେହେରା, ବାବୁରାମ ପାତ୍ର, ଆନ୍ନା ସୋରେଙ୍ଗ, ଲଳିତ ଲକ୍ଷ୍ମୀକାନ୍ତ ଦାସ, ବୃନ୍ଦାବନ ଜେନା, ଶ୍ରୀମତୀ ଶେଫାଳି ଦାସ, ବିକାଶ ଚନ୍ଦ୍ର ମହାପାତ୍ର, ସହସ୍ରନାମ ପାଠୀ, ନିରଞ୍ଜନ ପାତ୍ର, ଶିବରାମ ବେହେରା ଓ ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ରାଜ୍ୟ ନେତୃତ୍ୱମାନେ ଉପସ୍ଥିତ ଥିବା ଅଫିସ୍ ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *