କୋରାପୁଟ ଯିବେ ପୋଲିସ ଡିଜି

କୋରାପୁଟ ଯିବେ ପୋଲିସ ଡିଜି

ଭୁବନେଶ୍ୱର:ଜୟପୁର,୧୪ ।୧୨: କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମାଓ ଦମନ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।

ତେବେ କିଛିଦିନ ପୂର୍ବରୁ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର

Leave a Reply

Your email address will not be published. Required fields are marked *