କୋରନାର ଭରପୁର ଲାଭ ଉଟାଉଛନ୍ତି ଠିକାଦାର” ତଥାପି ପ୍ରଶାସନ ନିରବ*

*ସରକାରୀ ନିୟମକୁ ବେଖାତିର: ଜିଲ୍ଲାରେ ବୃଦ୍ଧିପାଉଛି ଶିଶୁଶ୍ରମିକ “କୋରନାର ଭରପୁର ଲାଭ ଉଟାଉଛନ୍ତି ଠିକାଦାର” ତଥାପି ପ୍ରଶାସନ ନିରବ*
ସ୍ଲୋଗ- ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ଆଙ୍କର-ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଶିଶୁ ଶ୍ରମିକ, କରନା ର ଭରପୁର ଲାଭ ଉଠାଉଛନ୍ତି ଠିକାଦାର ମାନେ ।କରନା ସମୟରେ ନା ତାଙ୍କ ସୁରକ୍ଷା ପାଇଁ କଣସି ବ୍ୟବସ୍ଥା କରିଛନ୍ତି ଠିକାଦାର । ସାମାଜିକ ଦୂରତା ତୋ ଦୂରର କଥା ,ସେମାନଙ୍କୁ ମାସ୍କ କି ହେଣ୍ଡଗ୍ଲୋବ ମଧ୍ୟ ଦିଅ ଯାଇନଥିବା ଦେଖିବାକୁ ମିଳିଛି ।ଖାଲି ସେତିକି ନୁହେଁ ନା ସେଠାରେ କାମ ପାଇଁ ଫୋଳକ ଲାଗିଛି ନା ସରକରି ଗାଇଡ଼ ଲାଇନକୁ ଫୋଲ କରାଯାଉଛି । ଏଭଳି ଏକ ଘୋଟଣା ଦେଖିବାକୁ ମିଳିଛି *ଡାବୁଗାଁ ବ୍ଲକ ପାଖ ମାନିଗାଁ ଠାରୁ ମୈଦଳପୁର ଯିବା ରାସ୍ତାରେ ହେଉଥିବା ରାସ୍ତା କାମରେ* ।କାମରେ ଷଷ୍ଠ ଶ୍ରେଣୀ ଏବଂ ସପ୍ତମ ଶ୍ରେଣୀ ପଢ଼ୁଥିବା ଶିଶୁଶ୍ରମିକ ନିଅଜିତ ଥିବା ଜାଣିବା ପରେ ମଧ୍ୟ ବିଭାଗୀୟ ଦାଇତ୍ୱରେ ଥିବା ଅଧିକାରୀ ମାନେ ସବୁଜାଣିକି କିଭଳି ଅଣଦେଖା କରୁଛନ୍ତି ତାହା ଆଶ୍ଚର୍ଯ୍ୟର କଥା ??? ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କେତେ ବେଳେ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲୋକେ ନିଜ ପିଲାଛୁଆଙ୍କୁ କାମ କରାଉଛନ୍ତି ତ କେତେବେଳେ ଠିକାଦାର ମାନେ କମ୍ ଟଙ୍କା ଦେଇ ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିଜ କାର୍ଯ୍ୟ ରେ ନିୟୋଜିତ କରିଥାନ୍ତି। କରନା ସମୟରେ କାମଧନ୍ଦା ନଥିବାରୁ ଏହାର ପାଇଦା ଉଠାଇ କମ ମୂଲ୍ୟରେ ଶିଶୁ ଶ୍ରମିକଙ୍କୁ ନିୟଜିତ କରୁଛନ୍ତି ଠିକାଦାର । ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ମାନଙ୍କ ସଲାସୁତରରେ ଚାଲିଛି ସରକାରୀ କାମ । ମାଲାମାଲ ହେଉଛନ୍ତି ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ମାନେ ।ବଳିପଡୁଛନ୍ତି ଦେଶର ଭବିଷ୍ୟତ ବା ଶିଶୁ ଶ୍ରମିକ ମାନେ । ଦୁଃଖ ର ବିଷୟ ସ୍ବାଧୀନତାର ୭୦ ବର୍ଷପରେ ମଧ୍ୟ ବିଶେଷ କିଛି ବଦଳି ନଇଁ ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରେ ।ଶିଶୁମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସରକାର ନିୟମ କରିଛନ୍ତି। କୌଣସି ବ୍ୟକ୍ତି ଯଦି ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଇ ଥାଆନ୍ତି ତେବେ ତାଙ୍କୁ ୬ ମାସରୁ ୨ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୨୦ ହଜାରରୁ ୫୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ହେଲେ ସରକାରଙ୍କ ନିୟମକୁ ‘ଫୁ’ କରି ନବରଙ୍ଗପୁର ଜିଲ୍ଲାର ମୈଦଲ୍ ପୁର ରୁ ମାନିଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଶିଶୁମାନଙ୍କୁ ଶ୍ରମିକ ଭାବରେ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି।ଏହା ପାଇଁ ଦିୟୀ କିଏ ବିଭାଗୀୟ କର୍ମଚାରୀ ନା ଠିକାଦାର ମାନେ!!! ବିଶେଷକରି ଏହି ଅଞ୍ଚଳ ର ଶିଶୁମାନଙ୍କୁ ଅଳ୍ପ ମଜୁରି ଦେଇ ଶ୍ରମିକ ଭାବରେ ନିୟୋଜିତ କରାଯାଉଛି।ଦେଶର ଅନେକ ଚାଇଲ୍ଡ ହେପ୍ଲ ଲାଇନ ବିଭାଗ ମଧ୍ୟ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ତଥାପି ବନ୍ଦ ହେଉନି ଶିଶୁଶ୍ରମିକଙ୍କ ଦୁଃଖ । ପ୍ରତିବର୍ଷ ଅଧିକରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଉଛି କାରଣ ଠିକାଦାର ଙ୍କ ଲାଭପାଇଁ ହେଉ କିମ୍ବା ସରକାରୀ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ହେଉ ଅଧିକରୁ ଅଧିକ ଶିଶୁଙ୍କୁ ଲୋକେ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।ତେବେ ଜିଲ୍ଲାର ଅନେକ ସ୍ଥାନରେ ଶିଶୁମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ କରାଯାଇଥିଲେ ମଧ୍ୟ ସେହି ଖବର ଚାଇଲ୍ଡ ଲାଇନ ଅବା ଶିଶୁ ମଙ୍ଗଳ କମିଟି ପାଖକୁ ପହଂଚି ପାରୁ ନାହିଁ ଏହାର କରଣ କଣ ।ଠିକାଦାର ଏବଂ ସରକାରୀ ବାବୁମାନଙ୍କ ଆପସ ବୁଝାମଣା ବା ସଲାସୁତରା ଫଳରେ ସେହି କୋମଳମତି ଶିଶୁଙ୍କ ଶୈଶବ ଶ୍ରମରୁ ଆରମ୍ଭ ହୋଇ ଶ୍ରମରେ ଶେଷ ହୋଇଯାଉଛି ଓ ସେମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି। ତେଣୁ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପରିସ୍ଥିତିରେ ପଡି ଶ୍ରମିକ ହେଉଥିବା ଶିଶୁଙ୍କୁ ସହଯୋଗ ପ୍ରଦାନ କରିବା ସହ ସଚୋତନତା ଦ୍ୱାରା ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇ ପାରିବ ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବକଥା ବଲି ବୁଦ୍ଧିଜୀବୀ ମାହଲରେ ଆଲଚନା ହେଉଛି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *