ଇୋନେସିଆ ବାଲିନିଜ୍ ନୃତ୍ୟରେ ରାମାୟଣର ଗାଥା

ଇୋନେସିଆ ବାଲିନିଜ୍ ନୃତ୍ୟରେ ରାମାୟଣର ଗାଥା


(କୋଣାର୍କ ଉତ୍ସବ ର ଦ୍ୱିତୀୟ ସଂଧ୍ୟା)
କୋଣାର୍କ ୦୨.୧୨.୨୦୧୯- ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଇୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ ଆଧାରିତ ସୀତା ହରଣ ପ୍ରସଙ୍ଗକୁ ଶିଳ୍ପୀଗଣ ମଚାଂୟିତ କରିଥିଲେ । ସୁର୍ବ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଙ୍କର ଜ୍ୟେଷ୍ଠ ଭ୍ରାତାଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ ଜଟାୟୁଙ୍କ ପ୍ରତିରୋଧ ସହ ରାବଣଙ୍କ ଦ୍ୱାରା ନିଧନର ପ୍ରତିଟି କଥା ବସ୍ତୁକୁ ଚିତ୍ରିତ କରିଥିଲେ ଇୋନେସିଆ ଶିଳ୍ପୀ । ବାଲିନିଜ୍ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତିରେ ରହିଥିଲା ସମସାମୟିକ ସେଲଟ୍ ସେଗାରା ଯାହା ବାଲିଦ୍ୱିପକୁ ଆସୁଥିବା ଅତିଥିଙ୍କ ସମ୍ମାନରେ ସ୍ୱାଗତ ନୃତ୍ୟ ଭାବେ ପରିବେଶିତ ହୋଇଥାଏ । ଓଡିଶା ସହ ବାଣିଜ୍ୟିକ ସମ୍ପର୍କ ଓ ଭାରତ ସହ ସାଂସ୍କୃତିକ ସମ୍ପର୍କରେ ଅନୁବନ୍ଧିତ ଉୋନେସିଆର ଏହି ନୃତ୍ୟ ଦର୍ଶକଙ୍କୁ ହଜିଲା ଦିନର ଗୈାରବମୟ ଗାଥାକୁ ମନେ ପକେଇ ଦେଇଥିଲା ।
ଦ୍ୱିତୀୟ ଚରଣରେ ଗୁରୁ ଆଲୋକା କାନୁନ୍ଗୋଙ୍କ ସଂରଚନାରେ ସିଂଜନ୍ ନୃତ୍ୟାଳୟ କୋଲକତାର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରଶି ଦେଇଥିଲେ । ସୂର୍ଯ୍ୟ ସ୍ତୃତିରୁ ଆରମ୍ଭ ହୋଇଥିଲା ଓଡିଶୀ ଶିଳ୍ପୀଙ୍କ ପରିବେଷଣ । ବ୍ରହ୍ମା-ବିୁ ଓ ମହେଶ୍ୱରଙ୍କ ସୂରୁପ-ଆଦିତ୍ୟଙ୍କ ଉପସନା ପରେ ପରେ ଶୁଦ୍ଧ ନୃତ୍ୟ ପଲ୍ଲବୀକୁ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ ଯାହା ରାଗ ମାନ ସମାହାର ଆଧାରରେ ସଂରଚିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ଦେବୀ ଆରାଧନା ସମ୍ବଳିତ ଦଶମହାବିଦ୍ୟାକୁ ନୃତ୍ୟାର୍ଯ୍ୟ ଭାବେ ଭେଟି ଦେଇଥିଲେ ସିଂଜନ୍ ନୃତ୍ୟାଳୟର ଶିଳ୍ପୀ ।
ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍ , ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ର ର୍ନେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ର୍ନିେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ର୍ନିେଶକ ସଚିନ ରାମଚନ୍ଦ୍ର ଯାଦବ୍, ଓଡିଶା ପର୍ଯ୍ୟଟନ ଉନ୍ନୟନର ପରିଚାଳନା ର୍ନିେଶକ ହେମକାନ୍ତ ସାଏ ପ୍ରମୁଖ ଅଥିତି ରୁପେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ଡ. ସଂଗୀତା ଗୋସାଇଁ, ଡ. ବିଜୟ କୁମାର ଜେନା, ଉତ୍ପଳ ପତି, ରତିକାନ୍ତ ପନାୟକ, ସରୋଜ ପ୍ରଧାନ, ବିଜୟ ଜେନା ପ୍ରଭୁତି ପରିଚାଳନାରେ ସହାୟତା ଦେଇଥିଲେ । ଆନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ଶିଳ୍ପୀଙ୍କ କଳା ଚାତୁରୀକୁ ଦେଖିନେବା ପାଇଁ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲ ।

Leave a Reply

Your email address will not be published. Required fields are marked *