କୋଣାର୍କଠାରେ ସିପିଆଇର ପ୍ରତିଵାଦ ଵିକ୍ଷୋଭ,ପୋଲିସର ଗିରଫଦାରୀ।

ନାଗରିକତା ସଂଶୋଧନ ଆଇନ ଵିରୋଧରେ କୋଣାର୍କଠାରେ ସିପିଆଇର ପ୍ରତିଵାଦ ଵିକ୍ଷୋଭ,ପୋଲିସର ଗିରଫଦାରୀ।

କୋଣାର୍କ:ତା୧୪/୧୨/୨୦୧୯ରିଖ: ଭାରତର ଧର୍ମନିରପେକ୍ଷତା ଓ ଐକ୍ଯକୁ ଵିପନ୍ନ କରାଇ ମୋଦି -ଶାହାଙ୍କ ହିଟଲରୀ ସରକାର ଯେଉଁ ନାଗରିକ ସଂଶୋଧନ ଆଇନ ପ୍ରଣୟନ କଲେ ତାକୁ ଵିଜୁ ଜନତା ଦଳ ସମର୍ଥନ ଦେଇ ପୁଣି ଵିଜେଡି ଦଳ ସାମ୍ପ୍ରଦାୟିକ ରାସ୍ତା ଆପଣାଇ କନ୍ଧମାଳ ଦଙ୍ଗାର କଳଙ୍କିତ ଅଧ୍ଯାୟକୁ ପୁନର୍ଵାର ପ୍ରୋତ୍ସାହନ ଦେଵା ପ୍ରକ୍ରିୟା ଆରମ୍ଭ କରିଥିଵାରୁ ମୁଖ୍ଯମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ କୋଣାର୍କ ଗସ୍ତ ସମୟରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ କୋଣାର୍କ ଠାରେ ପ୍ରତିଵାଦ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସିପିଆଇର ପୁଳ୍ଵତନ ଜିଲ୍ଲା ସମ୍ପାଦକ ମନୋଜ ପରିଡା,ଅଞ୍ଚଳ ସମ୍ପାଦକ ଵ୍ରଜ ପରିଡା,ପ୍ରଶନ୍ନ ଦାଶ ପ୍ରମୁଖଙ୍କ ନେତୃତ୍ଵରେ କମ୍ଯୁନିଷ୍ଟମାନେ ଵିକ୍ଷୋଭ କରିଥିଵା ଵେଳେ ଵିକ୍ଷୋଭକାରୀଙ୍କର ୧୨ଜଣ ନେତାଙ୍କୁ କୋଣାର୍କ ପୋଲିସ ଗରିଫ କରିଅଛି।ଏହି ଘଟଣାରେ ମୁଖ୍ଯମନ୍ତ୍ରୀ ଶାନ୍ତିକାମୀ ଓଡିଶାକୁ ସମ୍ପ୍ରଦାୟିକ ଵିଜେପି ର କ୍ରୀଡାଭୂମି କରାଇଵାର ଦାୟିତ୍ଵ ନେଵା ଘଟଣାକୁ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *