କିସ୍‍ ପ୍ରଦ୍ୟୁମ୍ନ ବଳଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

କିସ୍‍ ପ୍ରଦ୍ୟୁମ୍ନ ବଳଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବେନେଶ୍ୱର ୨୧ ।୧୨: ବିଶିଷ୍ଟ ରାଜନେତା, ସମାଜସେବୀ ଓ ସାମ୍ବାଦିକ ପ୍ରଦ୍ୟୁମ୍ନ କିଶୋର ବଳଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ଶନିବାର କିସ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ,କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି. କେ.
ରାଉତରାୟ, ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି ଓ କିସ୍‍ର ନିର୍ଦ୍ଦେଶକ ଡ. ପି. କେ. ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବଳଙ୍କ
ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବଳ ଜଣେ ସ୍ପଷ୍ଟବାଦୀ, ନିର୍ଭିକ ତଥା ସାଲିସ୍‍ ବିହୀନ ରାଜନେତା ଓ ସାମ୍ବାଦିକ ଥିଲେ ବୋଲି
ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ । ପ୍ରଦ୍ୟୁମ୍ନ ବଳଙ୍କ ଭଳି ନିର୍ଭିକ, ନୀତିବାନ ଓ ସ୍ପଷ୍ଟବାଦୀ ହେବାକୁ ଅତିଥିମାନେଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଜି ସକାଳେ କିମ୍‍ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କପ୍ରତିମୂର୍ତ୍ତିରେ ପ୍ରତିଷ୍ଠାତାଙ୍କ ସମେତ କିମ୍‍ସର ପଦାଧିକାରୀମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *