କିସ୍ ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ପାଳିତ!

କିସ୍ ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ପାଳିତ!

ଭୁବନେଶ୍ୱର, ।୧୧: ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ
ବଳଙ୍କ ୮୭ତମ ଜୟନ୍ତୀ ଶୁକ୍ରବାର କଳିଙ୍ଗ ଇନ୍ଷ୍ଟିଚ୍ୟୁ ଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ କିଟ୍ ପରିସରରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର.ଏନ୍ ଦାଶ, କିସ୍ର
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି. କେ. ରାଉତରାୟ, ନିର୍ଦ୍ଦେଶକ ଡ. ପି. କେ. ଦାସ ଓ ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ
ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବଳଙ୍କ
ପରି ନିର୍ଭିକ, ସ୍ପଷ୍ଟବାଦୀ ଓ ନୀତିବାନ୍ ହେବାକୁ ଅତିଥିମାନେ ଉପସ୍ଥିତ କିସ୍ର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସ୍ୱର୍ଗତ ବଳଙ୍କ ସ୍ମୃତି ଚାରଣ କରି ଶ୍ରୀ ସାମନ୍ତ କହିଲେ, ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ
ଉନ୍ନତି କଥା ଚିନ୍ତା କରୁଥିଲେ । ଏଥିପାଇଁ ସେ ତାଙ୍କର ଖବରକାଗଜ ପ୍ରଗତିବାଦୀରେ ନିଜର ଲେଖନୀ ଚାଳନା କରୁଥିଲେ ।
କିସ୍‍ ପ୍ରତି ତାଙ୍କର ଆଶୀର୍ବାଦ ସବେୁ ବଳେ ରହିଥାଉ ବୋଲି ଶ୍ରୀ ସାମନ୍ତ କହିଥିଲେ । ଆଜି ସକାଳେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍
ହସ୍‍ପିଟାଲ୍ କିମ୍‍ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କ ପ୍ରତିମୂର୍ତ୍ତରେ ମାଲ୍ୟର୍ପଣ ଓ ପ୍ୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ପ୍ରତିଷ୍ଠାତା ଶ୍ରୀ
ସାମନ୍ତଙ୍କ ସମେତ ହସ୍ପିଟାଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଠୁ ପାଣିଗ୍ରାହୀ, କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ
ମେଜର ଜେନେରାଲ୍ ଡା ପି.କେ. ପଟ୍ଟନାୟକ, ପଞ୍ଚାନନ ପରିଡା, ଦିଲ୍ଲୀପ ପଣ୍ଡା ଓ କେ.ପି. ଦ୍ୱିବେଦୀଙ୍କ ପ୍ରମୁଖ ଶ୍ରଦ୍ଧା ସୁମନ
ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *