ଅସହାୟ ୬ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍

ଅସହାୟ ୬ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍

ଭୁବନେଶ୍ୱର, ୧ ।୧୨: ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‍ ସରସରାବଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସରଗିଡ଼ିହି ଗ୍ରାମର ୬
ଅସହାୟା ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍ । ୫ବର୍ଷ ତଳେ ଗ୍ରାମର ମନବୋଧ କିଷାନଙ୍କ ମୃତ୍ୟୁ
ଘଟିବାରୁ ତାଙ୍କର ୬ ଝିଅ ପିତୃହରାହୋଇପଡିଥ଼ ôଲେ । ବିଧବା ମାଆ ଏହି ଝଅି ମାନଙ୍କୁ ବହୁ କଷ୍ଟରେ ଲାଳନ ପାଳନ କରୁଥିଲେ ।ମାତ୍ର ଗତ ୩ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିବାରୁ ଏହି ପିଲାମାନଙ୍କ ମୁହଁରେ ଦାନା ଦେବାକୁ ସେ ସଂପୂର୍ଣ୍ଣ ଅକ୍ଷମ ହୋଇପଡିଛ଼ ନ୍ତି । ଘରର ପକ୍ଷାଘାତ ରୋଗୀ ମାଆଙ୍କ ସମେତ ଅନ୍ୟ ପାଞ୍ଚ ଭଉଣୀଙ୍କୁ ବଞ୍ଚାଇବା ପାଇଁ ବଡ଼ ଭଉଣୀ ଶୁକମଣୀଶେଷରେ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ । ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତସେମାନଙ୍କୁ ଡକାଇଥିଲେ । ରବିବାର କିସ୍‍ ପ୍ରତିନିଧିଙ୍କ ସହଯୋଗରେ ସ୍ୱର୍ଗତ ମନବୋଧଙ୍କ ଝିଅମାନେ କିସ୍‍ରେ ପହଞ୍ଚିବା ପରେ ଶ୍ରୀ ସାମନ୍ତ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ । ସେମାନଙ୍କ ପରିବାରର କିଭଳି ଥଇଥାନ ହୋଇପାରିବ ସେ ନେଇ ଶ୍ରୀସାମନ୍ତ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗାଁଆରେ ଦୁଃଖ କଷ୍ଟ ଓ ଅଭାବ ଅନଟନରେ ରହି ପାଠ ପଢ଼ି ପାରୁ ନ  ଥିବା୪ଝିଅଙ୍କୁ କିସ୍‍ରେ ନାମ ଲେଖାଇ ସେମାନଙ୍କ ଶିକ୍ଷା ଦାୟିତ୍ୱ କିସ୍‍ ନେବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି ।
ସେମାନଙ୍କ ମଧ୍ୟରୁ ସୁମିତା ୮ମ, ଫୁଲତୁଳୀ ୭ମ, ବେବୀ ୪ର୍ଥ ଏବଂ ଦେବିନୀ ଦ୍ୱିତୀୟ ଶ୍ରେଣୀରେ କିସ୍‍ରେ ପାଠ ପଢ଼ିବେ ।
ବଡ଼ ଝିଅ ମ୍ୟାଟ୍ରିକ୍‍ ପାସ୍‍ କରିଥିଲେ ମଧ୍ୟ ସାବାଳିକା ହୋଇନଥିବାରୁ ତାଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇନଥିବାରୁ ତାଙ୍କ ପରିବାରକୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ସାମନ୍ତ
କହିଛନ୍ତି । କିସ୍‍ରେ ଉପଯୁକ୍ତ ଶିକ୍ଷା ପାଇଲେ ଝିଅମାନଙ୍କ ଭବିଷ୍ୟତ ଅନ୍ତତଃ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ସାମନ୍ତ କହିବା ସହ ସେମାନଙ୍କ ଘର ତିଆରି ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ଅନ୍ୟ କୌଣସି ସହାୟତା ଆବଶ୍ୟକ ହେଲେ ତୁରନ୍ତ ତାହା କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀସାମନ୍ତ ପ୍ରତିଶ୍ରୁତିଦେଇଛନ୍ତି । ଏଣିକି ବଡ଼ ଭଉଣୀ ଶୁକମଣୀଙ୍କୁ ଅନ୍ତତଃ ମୂଲଲାଗିବାକୁ ପଡ଼ିବ ନାହ ଏଥତ୍ପ ।ଇଁ କିସ୍‍ ଓ ପ୍ରତିଷ୍ଠାତାଅଚ୍ୟୁତ ସାମନ୍ତଙ୍କୁ ସ୍ୱର୍ଗତ ମନବୋଧ କିଷାନଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତ

Leave a Reply

Your email address will not be published. Required fields are marked *