କିସ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ୱିମେନ୍‍ ଇନ୍‍ ସିକ୍ୟୁରିଟି, କନ୍‍ଫ୍ଲିକ୍‍ଟ ମ୍ୟାନେଜମେଣ୍ଟ ଆଣ୍ଡ ପିସ୍‍ (ଉଇସ୍‍କମ୍ପ)ଉଦ୍ୟମରେ ‘ଲିଙ୍ଗଗତ ସାମ୍ୟତା ଓ ଅନ୍ତର୍ଭୁକ୍ତି: ଉଚ୍ଚଶିକ୍ଷାରେ ପରବର୍ତ୍ତନକାରୀ ମାର୍ଗ’ ଉପରେ କର୍ମଶାଳା ଉଦ୍‍ଘାଟିତ

କିସ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ୱିମେନ୍‍ ଇନ୍‍ ସିକ୍ୟୁରିଟି, କନ୍‍ଫ୍ଲିକ୍‍ଟ ମ୍ୟାନେଜମେଣ୍ଟ ଆଣ୍ଡ ପିସ୍‍ (ଉଇସ୍‍କମ୍ପ)ଉଦ୍ୟମରେ ‘ଲିଙ୍ଗଗତ ସାମ୍ୟତା ଓ ଅନ୍ତର୍ଭୁକ୍ତି: ଉଚ୍ଚଶିକ୍ଷାରେ ପରବର୍ତ୍ତନକାରୀ ମାର୍ଗ’ ଉପରେ ତନି ି ଦିନିଆ
କର୍ମଶାଳା ଉଦ୍‍ଘାଟିତ

ଭୁବନେଶ୍ୱର : କିସ୍‍ ଓ କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ୱିମେନ୍‍ ଇନ୍‍ ସିକ୍ୟୁରିଟି, କନ୍‍ଫ୍ଲିକ୍‍ଟ ମ୍ୟାନେଜମେଣ୍ଟ ଆଣ୍ଡ ପିସ୍‍ (ଉଇସ୍‍କମ୍ପ)ଉଦ୍ୟମରେ ‘ଲିଙ୍ଗଗତ ସାମ୍ୟତା ଓ ଅନ୍ତର୍ଭୁକ୍ତି: ଉଚ୍ଚଶିକ୍ଷାରେ ପରବର୍ତ୍ତନକାରୀ ମାର୍ଗ’ ଉପରେ ତନି ି ଦିନିଆ
କର୍ମଶାଳା ଉଦ୍‍ଘାଟିତ ହୋଇଯାଇଛି । ଆଜି ଏହି କର୍ମଶାଳାକୁ ଉଦ୍‍ଘାଟନ କରି ଉଇସ୍‍କ୍ୟାମ୍ପର ନିର୍ଦ୍ଦେଶିକା ପଦ୍ମଶ୍ରୀ ଡ. ମୀନକ୍ଷୀ
ଗୋପୀନାଥ କହିଲେ, ଉଚ୍ଚତର ଶିକ୍ଷାନୁଷ୍ଠାନରେ ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତି ନିମନ୍ତେ ମହିଳାଙ୍କ ସମାନ ଭାଗିଦାରୀ ରହିବା
ଉଚିତ । ଦେଶର ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନାଗତ ନିଷ୍ପତ୍ତି ନେଉଥିବା ପଦପଦବୀରେ ମହିଳାଙ୍କ ସମାନ
ଭାଗିଦାରୀ ଓ ଅନ୍ତର୍ଭୁକ୍ତି ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ସେ କହିଥିଲେ । ଆମ ଦେଶରେ ୯ଶହରୁ ଊଦ୍ଧ୍ୱର୍ ଉଚ୍ଚତର
ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ଏହି ସବୁ ଉଚ୍ଚତର ଶିକ୍ଷାନୁଷ୍ଠାନର ମୁଖ୍ୟ ପଦପଦବୀରେ ମାତ୍ର ୩ ପ୍ରତିଶତ ମହିଳା ରହିଛନ୍ତି । ମାତ୍ର
ଏ କ୍ଷେତ୍ରରେ କିଟ୍‍ ଓ କିସ୍‍ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ
ମଧ୍ୟରୁ ୫୦ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ କର୍ମଚାରୀଙ୍କ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ୪୦ ପ୍ରତିଶତ । ସେହିପରି କିସ୍‍ରେ
୬୦ ପ୍ରତିଶତ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଲିଙ୍ଗଗତ ସମାନତା ଓ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅନ୍ତର୍ଭୁକ୍ତିକୁ ଜାତିସଂଘ ତାର
ସ୍ଥାୟୀ ବିକାଶ ଲକ୍ଷ୍ୟରେ ସ୍ଥାନ ଦେଇଥିବା ବେଳେ ଏହାକୁ କିଟ୍‍ ଓ କିସ୍‍ ବହୁ ପୂର୍ବରୁ କାର୍ଯ୍ୟରେ ପରିଣତ କରିପାରିଛନ୍ତି ବୋଲି
ସେ କହିଥିଲେ । ଏହି ଅବସରରେ କିସ୍‍ ଏବଂ ଉଇସ୍‍କମ୍ପ ସହଯୋଗରେ କିସ୍‍ରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ନାମରେ
ଏକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ଡେ. ମୀନାକ୍ଷୀ ଘୋଷଣା କରିଥିଲେ । କିସ୍‍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହାର
ରୂପରେଖ ସ୍ଥିର କରାଯିବ ବୋଲି ସେ ସୂଚନା ଦେଇଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ
କହିଲେ, ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‍ ନୁହନ୍ତି । ସେମାନଙ୍କର ମଧ୍ୟ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାର
ଦକ୍ଷତା ରହିଛି । ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁରୁଷଙ୍କ ସହ ମହିଳାଙ୍କ ସମାନ ଭାଗିଦାରୀ ଉପରେ ସେ ଗୁରୁତ୍ୱାରୋପ
କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ସମ୍ପାଦକ ଆର ଏନ୍‍ ଦାଶ, ଉଇସ୍‍କାମ୍ପର ଉପନିର୍ଦ୍ଦେଶିକା
ସୀମା କକ୍‍ରନ୍‍ ପ୍ରମୁଖ ଉପସ୍ଥିତ ଥିଲେ । ତନି ି ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ବହୁ ପ୍ରତିଷ୍ଠିତ ଶିକ୍ଷାବତି , ଆଇନଜ୍ଞ,
ନାଗରିକ ସମାଜ ପ୍ରତିନିଧି, ନାରୀବାଦୀ ବିଶେଷଜ୍ଞ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନରେ ମହିଳାଙ୍କ
ସମାନ ଭାଗିଦାରୀ, ଲିଙ୍ଗଗତ ସମାନତାର ଅଡ଼ିଟ୍‍ ପାଇଁ ଜେଣ୍ଡର ଅଡିଟ୍‍ ଟୁଲ୍‍କୁ କିପରି ବ୍ୟବହାର କରାଯାଇପାରିବ ତା ଉପରେ
ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *