୨୭ରୁ ସ୍ଥାୟୀ ବର୍ଜ୍ୟ ପରିଚାଳନା ଉପରେ ଆନ୍ତର୍ଜାତିକ ସମ୍ମିଳନୀ

୨୭ରୁ କିଟ୍‍ରେ ସ୍ଥାୟୀ ବର୍ଜ୍ୟ ପରିଚାଳନା ଉପରେ ଆନ୍ତର୍ଜାତିକ ସମ୍ମିଳନୀ
ଭୁବନେଶ୍ୱର, ୨୫ ।୧୧: କିଟ୍‍ରେ ଚକ୍ରୀୟ ଅର୍ଥନୀତି ଦିଗରେ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ୯ମ ଆନ୍ତର୍ଜାତିକ
ସମ୍ମିଳନୀ ନଭେମ୍ବର ୨୭ତାରିଖରୁ ଅନୁଷ୍ଠିତ ହେବ । କିଟ୍‍ ବିଶ୍ୱବିଦ୍ୟାଳୟ ଓ ଇଣ୍ଟରନ୍ୟାସ୍‍ନାଲ୍‍ ସୋସାଇଟି ଅଫ୍‍ ୱେଷ୍ଟ
ମ୍ୟନେଜମେଣ୍ଟ, ବାୟୁ ଓ ଜଳ (ଆଇଏସ୍‍ଡବ୍ଲୁଏମ୍‍ଏଡବ୍ଲୁ) ମିଳିତ ସହଯୋଗରେ ୨୭ରୁ ୩୦ ତାରିଖ ଚାରି ଦିନ ବ୍ୟାପୀ
ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତ ସମେତ ଅଷ୍ଟ୍ରିଆ, ମାଲେସିଆ, ଜର୍ମାନୀ, ଇଟାଲୀ, ଶ୍ରୀଲଙ୍କା, ଆମେରିକା,
ଇଣ୍ଡୋନେସିଆ, ସର୍ବିଆ, ଥାଇଲାଣ୍ଡ, ବାଂଲାଦେଶ, ଜାପାନ ଓ ଇଂଲଣ୍ଡ ଆଦି ୩୦ଟି ଦେଶରୁ ହଜାରେରୁ ଊଦ୍ଧ୍ୱର୍ ପରିବେଶବିତ
ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦କୁ ପୂରଣ କରିବାକୁ ଯାଇ ବିଶ୍ୱରେ
ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ଏବଂ ସମ୍ବଳ ସଂରକ୍ଷଣ ହେଉଛି ଜାତିସଂଘର ମୌଳିକ ଲକ୍ଷ୍ୟ । ଏହାକୁ ଦୃଷ୍ଟିରେ ରଖି
ଏହି ଆନ୍ତର୍ଜାତିକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ସୂଚନାଯୋଗ୍ୟ, ବର୍ଜ୍ୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଉପରେ
ସଚେତନତା ସୃଷ୍ଟି ଏବଂ ଗୋଟିଏ ଛତା ତଳେ ଏଥିପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବା ନିମନ୍ତେ
୨୦୦୯ ମସିହାରୁ କଠିନ ବର୍ଜ୍ୟ ପରିଚାଳନା ଉପରେ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜନ କରାଯାଇଆସୁଛି । ଆନ୍ତର୍ଜାତିକ
କଠିନ ବର୍ଜ୍ୟ ପରିଚାଳନା ଉପେର ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀ ହେଉଛି ଭାରତରେ ଏ କ୍ଷେତ୍ରରେ ଜ୍ଞାନ
ବିନିମୟ, ସଚେତନତା ସୃଷ୍ଟି ଏବଂ ଅର୍ବାନ୍‍ ଲୋକାଲ୍‍ ବଡିଜ୍‍ (ୟୁଏନ୍‍ବି), ସରକାରୀ ବିଭାଗ, ଗବେଷକ, ଶିଳ୍ପ ପ୍ରତିଷ୍ଠାନ,
ଏନ୍‍ଜିଓ, ସାଧାରଣଲୋକ ଏବଂ ଅନ୍ୟ ଅଂଶଦାରମାନଙ୍କୁ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିବାରେ ଏକ ବଡ଼ ପ୍ରୟାସ । ଏହି
ଆନ୍ତର୍ଜାତିକ ସମ୍ମିଳନୀରେ ଯେଉଁ ନିଷ୍ପର୍ସ ବାହାରିବ ତାହା ବର୍ଜ୍ୟ ପରିଚାଳନାରେ ଅର୍ବାନ୍‍ ଲୋକାଲ୍‍ ବଡିଜ୍‍, ଶିଳ୍ପ ପ୍ରତିଷ୍ଠାନ,
ଏନ୍‍ଜିଓ ଏବଂ ସାଧାରଣଲୋକଙ୍କୁ ସହାୟକ ହେବ । ଏଥିରେ କଠିନ ଓ ତରଳ ବର୍ଜ୍ୟ ପୃଥକୀକରଣ, ସଂଗ୍ରହ, ପରିବହନ,
ଜୈବିକ ଓ ଯାନ୍ତ୍ରିକ ପ୍ରକ୍ରିୟାକରଣ ଆଦି ଉପରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଜର୍ମାନୀର
ରୋସ୍ତକ ବିଶ୍ୱବିଦ୍ୟାଳୟର ଏମ୍‍ ନେଲ୍‍ସ, ଇଟାଲୀର ପେରୁଗିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଫ୍ରାନ୍‍ସିସ୍‍କୋ ଡି ମାରିଆ,
ଶ୍ରୀଲଙ୍କା ଏଇସିଇପିର ଡ. ଆବାସ ବସିଦ୍‍, ସିଏସ୍‍ଆଇଆରର ଡ. ଅଶୋକ ପାଣ୍ଡେ, ଆଇଆଇଏସ୍‍ସିର ପ୍ରଫେସର ଏସ୍‍ ଏନ୍‍
ଚାଣକ୍ୟ, କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ସସ୍ମିତା ସାମନ୍ତ, ଏପିପିସିବିର ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଏସ୍‍ଏସ୍‍ ପ୍ରସାଦଙ୍କ ସମେତ
ଦେଶ ବିଦେଶର ବହୁ ଖ୍ୟାତି ସଂପନ୍ନ ଗବେଷକ, ପରିବେଶବିତ ଓ ପ୍ରତନି ିଧିଯୋଗଦେଉଛନ୍ତି । ଏହି ସମ୍ମିଳନୀରେ ଶଳ୍ପି ପ୍ରତଷ୍ଠି ।ନ
ୟୁଏଲ୍‍ବି ଏବଂ ଏନ୍‍ଜିଓ ପାଇଁ ଉକ୍ରର୍ଷତା ପୁରସ୍କାର, ସର୍ବୋକ୍ରୃଷ୍ଟ ଗବେଷଣାତ୍ମକ ସନ୍ଦର୍ଭ ପାଇଁ ସ୍ପ୍ରିଙ୍ଗର ଉକ୍ରର୍ଷତା ପୁରସ୍କାର, ଯୁବ
ବୈଜ୍ଞାନିକ ପୁରସ୍କାର, ବିଶିଷ୍ଟ ବ୍ୟକ୍ତିତ୍ୱ ପୁରସ୍କାର ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *