କିଟ ରେ ନନ୍ଦିତା ମିଶ୍ରଙ୍କ ଏକକ ଚିତ୍ର ପ୍ରଦର୍ଶନୀ

କିଟ ରେ ନନ୍ଦିତା ମିଶ୍ରଙ୍କ ଏକକ ଚିତ୍ର ପ୍ରଦର୍ଶନୀ


ଭୁବନେଶ୍ୱର, ୩୧ ।୧୨: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଇଣ୍ଟରନ୍ୟାସ୍‍ନାଲ୍‍ କରିକୁଲମ୍‍ ମୁଖ୍ୟ
ନନ୍ଦିତା ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏକକ କଳା ପ୍ରଦର୍ଶନୀ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର
୨୯ ଓ ୩୦ ତାରିଖ ଦୁଇଦିନ ଧରି ଏହି ଚିତ୍ରକଳା ପ୍ରଦର୍ଶନୀ ଚାଲିଥିଲା । ଶ୍ରୀମତୀ ମିଶ୍ରଙ୍କ ପ୍ରଥମ ସ୍ୱାଧୀନ ପ୍ରଦର୍ଶନୀ ଥିଲା
ଟ୍ରାଙ୍କଉଇଲ୍‍ । ପୂର୍ବରୁ ତାଙ୍କର ଚିତ୍ରାଙ୍କନରେ ଯଥେଷ୍ଟ ଦକ୍ଷତା ଥିଲେ ମଧ୍ୟ ତିନିବର୍ଷ ତଳେ ସେ ଚିତ୍ର ଆଙ୍କିବା ପ୍ରତି ଧ୍ୟାନ
ଦେଇଥିଲେ । ଏହି ତିନିବର୍ଷ ମଧ୍ୟରେ ସେ ଅନେକ ଉନ୍ନତ ଚିତ୍ର ଆଙ୍କିପାରିଛନ୍ତି । ତାଙ୍କର ପେଣ୍ଟିଂଗୁଡ଼ିକ ଜୀବନ୍ତ ଓ ସ୍ୱତନ୍ତ୍ରତା
ଦୃଷ୍ଟିରୁ ବାରି ହୋଇପଡ଼ିଥାଏ । ତାଙ୍କର ସମସ୍ତ ପେଣ୍ଟିଂ ନାରୀ ଉପରେ ପର୍ଯ୍ୟବେସିତ । କାରଣ ସେ ଜଣେ ନାରୀ ହୋଇଥିବାରୁ
ନାରୀକୁ ନେଇ ପେଣ୍ଟିଂ ସୃଷ୍ଟି କରିବା ତାଙ୍କ ପକ୍ଷେ ସହଜ ସାଧ୍ୟ ହୋଇଥାଏ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ଏହା ଛଡ଼ା ସେ
ପ୍ରକୃତି, ପକ୍ଷୀ ଏବଂ ବୁଦ୍ଧଙ୍କୁ ନେଇ ଅନେକ ଚିତ୍ର ଆଙ୍କିଛନ୍ତି । ପ୍ରକୃତି ସହ ଦୈନନ୍ଦୀନ ଜୀବନ ସଂପର୍କରେ ସେ ତାଙ୍କର ପେଣ୍ଟିଂ
ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଏହି ଏକକ ଚିତ୍ର ପ୍ରଦର୍ଶନୀକୁ କିଟ୍‍ ଓ କିସ୍‍ର ସଭାପତି ଶାଶ୍ୱତୀ ବଳ ଏବଂ କିଟ୍‍
ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ଉଦ୍‍ଘାଟନ କରିଥିଲେ । ଶ୍ରୀମତୀ ମିଶ୍ରଙ୍କ ଏଭଳି ପ୍ରୟାସ କିଟ୍‍
ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରଦର୍ଶନୀକୁ ପୂର୍ବତନ ମୁଖ୍ୟ
ଶାସନ ସଚିବ ତଥା ବିଶିଷ୍ଟ ଲେଖକ ତୁରଣକାନ୍ତି ମିଶ୍ର, ଅଡ଼ିଟର ଜେନେରାଲ୍‍ ବିଭୂଦତ୍ତ ବାସନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି
ପରିଦର୍ଶନ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *