କିଟ୍‍ ରଗ୍‍ବୀ ଦଳକୁ ୩ ଚାମ୍ପିଅନ୍‍ ଟ୍ରଫି

କିଟ୍‍ ରଗ୍‍ବୀ ଦଳକୁ ୩ ଚାମ୍ପିଅନ୍‍ ଟ୍ରଫି

ଭୁବନେଶ୍ୱର, ୩୦ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟ ରଗ୍‍ବୀ ଦଳ (ପୁରୁଷ ଓ ମହିଳା) ତିନୋଟି ଚାମ୍ପିଅନ୍‍ ଟ୍ରଫି ହାସଲ୍‍
କରିଛି । ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବ ଭାରତୀୟ ଆନ୍ତଃ
ବିଶ୍ୱବିଦ୍ୟାଳୟ ରଗ୍‍ବୀ (ମହିଳା ଓ ପୁରୁଷ) ଚାମ୍ପିଅନ୍‍ସିପ୍‍ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟର ଉଭୟ ବାଳକ ଓ ବାଳିକାଦଳ ଚାମ୍ପିଅନ୍‍ ଟ୍ରଫି ହାସଲ୍‍ କରିଛନ୍ତି । ଚାମ୍ପିଅନ୍‍ସିପ୍‍ର ୭ଏସ୍‍ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ଚାମ୍ପିଅନ୍‍ ହୋଇଥିବାବେଳେ ୧୫ଏସ୍‍ ବର୍ଗରେ କେବଳ ମହିଳା ଦଳ ଚାମ୍ପିଅନ୍‍ ହୋଇଛନ୍ତି । ୩୦ ତାରିଖରେ ଖେଳାଯାଇଥିବା ୭ଏସ୍‍ ରଗ୍‍ବୀଫାଇନାଲ୍‍ ମ୍ୟାଚ୍‍ରେ କିଟ୍‍ ପୁରୁଷ ରଗ୍‍ବୀ ଦଳ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ୧୦-୭ ପଏଣ୍ଟରେ ହରାଇ ଚାମ୍ପିଅନ୍‍ ହୋଇଥିବାବେଳେ କିଟ୍‍ ମହିଳା ରଗ୍‍ବୀ ଦଳ ପାଟଳୀପୁତ୍ର ବିଶ୍ୱବିଦ୍ୟାଳୟକୁ ୧୯-୫ ପଏଣ୍ଟରେ ହରାଇ ଚାମ୍ପିଅନ୍‍ ହୋଇଛି । ସେହିପରି୧୫ ଏସ୍‍ ମହିଳା ବର୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ପଟିଆଲା ବିଶ୍ୱବିଦ୍ୟାଳୟକୁ ୨୪-୬ ପଏଣ୍ଟରେ ହରାଇ ଚାମ୍ପିଅନ୍‍ ହେବାରଗୌରବ ଅର୍ଜନ କରିଛି । ଏହା ସହିତ ଉଭୟ ଦଳ ୨୦୨୦ ଫେବୃଆରୀ କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବାପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତସାମନ୍ତ ଉଭୟ ଦଳର ସମସ୍ତ ଖେଳାଳି, କୋଚ୍‍ ଏବଂ ଅଫିସିଆଲ୍‍ଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଅନୁଷ୍ଠିତ ହେବାକୁ ଥିବାଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସଫଳତା ହାସଲ୍‍ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *