ଜାତୀୟ ବଧିର ମହିଳା ସାଂସ୍କୃତିକ ମହୋତ୍ସବ ଉଦ୍‍ଯାପିତ

କିଟ୍‍ରେ ଜାତୀୟ ବଧିର ମହିଳା ସାଂସ୍କୃତିକ ମହୋତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର, ୩୦ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ୩ଦିନ ଧରି ଚାଲିଥିବା ୫ମ ଜାତୀୟ ବଧିର ମହିଳାସାଂସ୍କୃତିକ ମହୋତ୍ସବ ସୋମବାର ଉଦ୍‍ଯାପିତ ହୋଇଯାଇଛି । ସର୍ବଭାରତୀୟ ବଧିର ମହିଳା ଫାଉଣ୍ଡେସନ୍‍ ଏବଂ ଓଡ଼ିଶାବଧିର ମହିଳା ଫାଉଣ୍ଡେସନ୍‍ ମିଳିତ ସହଯୋଗରେ ଆୟୋଜିତ ଏହି ସାଂସ୍କୃତିକ ମହୋତ୍ସବରେ ଦେଶର ୧୩ଟି ରାଜ୍ୟରୁ ୫ଶହରୁ ଊଦ୍ଧ୍ୱର୍ ବଧିର ମହିଳା ଭାଗ ନେଇଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ବଧିର ମହିଳାମାନଙ୍କ ମଧ୍ୟରେ ଚିତ୍ରକଳା,ହସ୍ତକଳା, ଟେରାକୋଟା, ସୂଚୀକାର୍ଯ୍ୟ, ନୃତ୍ୟ ଓ ନାଟକ ଆଦିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷ ଦିବସରେ ବିଭିନ୍ନ ରାଜ୍ୟର ଆସିଥିବା ବଧିର ମହିଳାମାନଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜିଅନୁ୍‍ଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ସର୍ବଭାରତୀୟ ବଧିର ମହିଳା ଫାଉଣ୍ଡେସନ୍‍ର ଚେୟରାପର୍ସନ ରାଜ୍ୟଲକ୍ଷ୍ମୀ ରାଓ ଏବଂଓଡିଶ଼ । ବଧôର ମହଳି ଫାଉଣ୍ଡେସନର୍‍ ଚେୟରାପସର୍ନ ବନମିତ୍ରା ଦାସ ପ୍ରମଖୁ ଅତଥି ô ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସର୍ବଭାରତୀୟ ବଧିର ମହିଳା ଫାଉଣ୍ଡେସନ୍‍ ଏବଂ ଓଡ଼ିଶା ବଧିର ମହିଳା ଫାଉଣ୍ଡେସନ୍‍ ବଧିର ମହିଳାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଦକ୍ଷତା ବିକାଶ ତାଲିମ୍‍ ପ୍ରଦାନକରିଆସୁଛି । ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଅତିଥି ଭାବେ  ଯୋଗଦେଇସର୍ବଭାରତୀୟ ଓ ଓଡ଼ିଶା ବଧିର ମହିଳା ଫାଉଣ୍ଡେସନ୍‍ର ଏଭଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କମଧ୍ୟରେ ଓଡ଼ିଶା ଦିବ୍ୟାଙ୍ଗ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *