କିଟ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ବାର୍ଷିକ ଉତ୍ସବ

କିଟ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୨୩ ।୧୨: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ତ୍ରୟୋଦଶ ବାର୍ଷିକ ଉତ୍ସବ ‘ଇନ୍‍କ୍ରେଡିବଲ୍‍-୨୦୧୯’
ସୋମବାର ସ୍କୁଲ୍‍ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ପ୍ରତ୍ୟେକ
ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ଉତ୍ସବ ଏକ ଗୁରୁତ୍ୱ ବହନ କରିଥାଏ ବୋଲି କହିବା ସହ ପିଲାମାନେ ଭଲ ମଣିଷ ହେବା ପାଇଁ
ପରାମର୍ଶ ଦେଇଥିଲେ । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଉଦ୍‍ବୋଧନ ଦେଇ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍
ସ୍କୁଲ୍‍ ସର୍ବଦା ଛାତ୍ର ପ୍ରିୟ ଓ ଶିକ୍ଷଣ ପ୍ରିୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଆସିଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ୍‍ର
ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲ୍‍ର ବାର୍ଷିକ ବିବରଣୀ
ପାଠ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ସହ ବ୍ଲୁମିଂ ବଡ୍ସ, ଆଞ୍ଜେଲିକ୍ ସ୍ପେଲଣ୍ଡର, ବ୍ରେଭ୍
ଗାର୍ଡିଆନ୍ସ, ଫ୍ଲେଭର ଅଫ୍ ଇଣ୍ଡିଆ, ହୋ ହୋ ହୋକ୍ରିସ୍ମାସି, ଆଡୋରେସନ୍ ଅଫ୍ ଦି ଡେଇଟି, ଫିଏସ୍ତା, ଏନ୍ ମାସେ, କଲର୍
ଅଫ୍ ଦି ବ୍ଲଡ୍, ହୁଫ୍ ଇଟ୍ ଉଇଥ ଯୋଗ, ୟୁଫୋନିକ ଜେଷ୍ଟ, ଇନ୍କାର୍ନେସନ୍ ଅଫ୍ ଅଲ୍ମାଇଟି, ମ୍ୟୁଜିକ୍ ଇନ୍ ଆକର୍ଡ, କ୍ଲାସ୍
ଅଫ୍ ସ୍ୱର୍ଡ୍ସ, ଦି ସାଗା ଅଫ୍ ଇଣ୍ଡଅି ।ନ୍ ଇଣ୍ଡିପେଣ୍ଡେନ୍ସ ଭଳି ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥôଲ । ।
ଅତିଥିମାନଙ୍କ ଦ୍ୱାରା ସ୍କୁଲ୍‍ର ସ୍ମରଣିକା କାରିନେ ଉନ୍ମୋଚିତ ହୋଇଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ
କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *