କିଟ୍‍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉକ୍ରଳ ବାଣିଜ୍ୟ ସଂଘ ପକ୍ଷରୁ ୪୦ତମ ନିଖିଳ ଉକ୍ରଳ ବାଣିଜ୍ୟ ସମ୍ମିଳନୀ

କିଟ୍‍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉକ୍ରଳ ବାଣିଜ୍ୟ ସଂଘ ପକ୍ଷରୁ ୪୦ତମ ନିଖିଳ ଉକ୍ରଳ ବାଣିଜ୍ୟ ସମ୍ମିଳନୀ

ଭୁବନେଶ୍ୱର, ୨୦ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ନିଖିଳ ଉକ୍ରଳ ବାଣିଜ୍ୟ ସଂଘ ପକ୍ଷରୁ ୪୦ତମ ନିଖିଳ ଉକ୍ରଳ
ବାଣିଜ୍ୟ ସମ୍ମିଳନୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦ୍‍ଘାଟନ
କରି ରାଜ୍ୟପାଳ କହିଲେ, ବାଣିଜ୍ୟ ଓ ବ୍ୟବସାୟ ଦୃଷ୍ଟିକୋଣରୁ ପରିଚାଳନା, ସଂପର୍କ, ରୂପାନ୍ତରଣ ପ୍ରକ୍ରିୟା ଏବଂ ନେତୃତ୍ୱ
ଦକ୍ଷତାର ବିକାଶ ହେଉଛି ବାଣିଜ୍ୟ ଶିକ୍ଷାର ଚାରୋଟି ଉପାଦାନ । ବିଶ୍ୱର ୯୦ ପ୍ରତିଶତ ବାଣିଜ୍ୟ ଓ ବ୍ୟବାସାୟ ଏହି ୪ଟି
ଉପାଦାନ ଉପରେ ପର୍ଯ୍ୟବେସିତ । ମହାତ୍ମା ଗାନ୍ଧୀଙ୍କ ୭ଟି ସାମାଜିକ ବିଲକ୍ଷଣ ଉପରେ ଆଲୋକପାତ କରି ସେ କହିଲେ,
ନୀତି ବିହୀନ ରାଜନୀତି, କାର୍ଯ୍ୟ ବିହୀନ ସମ୍ପତ୍ତି, ବିବେକ ହୀନ ସୁଖ, ମାନବିକତା ବିହୀନ ବିଜ୍ଞାନ, ଚରିତ୍ର ବିହୀନ ଜ୍ଞାନ,
ତ୍ୟାଗ ବିହୀନ ଧର୍ମ ଏବଂ ନୀତି ବିହୀନ ବ୍ୟବସାୟୀ ମୂଲ୍ୟହୀନ । ମାନବସମ୍ବଳ ପରିଚାଳନା ଏବଂ ଭାବପୂର୍ଣ୍ଣ ପରଚାଳନାର
ଗୁରୁତ୍ୱ ଉପରେ ଆଲୋକପାତ କରି ଏହା ଦାୟିତ୍ୱବୋଧ ସୃଷ୍ଟି କରିଥାଏ ବୋଲି କହିଥିଲେ । ଲୋକଙ୍କ ମଙ୍ଗଳ ପାଇଁ ଆମର
କ୍ଷମତା ଓ ପ୍ରଦର୍ଶନକୁ ଏକାଠି କରିବା ଆବଶ୍ୟକ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର
ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଲେ, ଏବେ ବାଣିଜ୍ୟ ଅନ୍ୟ ସମସ୍ତ ବିଷୟଗୁଡ଼ିକ ମଧ୍ୟରେ ବାନ୍ଧି ରଖିବାର ଶକ୍ତି
ଭାବେ ଉଭା ହୋଇଛି । କାରଣ ଏବେ ସମଗ୍ର ବିଶ୍ୱ ଅଧିକ ସଂଖ୍ୟାରେ ଜୀବିକା ସୃଷ୍ଟି ହେଉ ବୋଲି ଚାହୁଁଛି । ଜୀବିକା କହିଲେ
ରୋଜଗାର ଏବଂ ମୂଲ୍ୟଭିତ୍ତିକ ବ୍ୟବସ୍ଥାକୁ ବୁଝାଏ । ତେଣୁ ଶିକ୍ଷା ବ୍ୟବସ୍ଥାରେ ଜୀବିକା ସୃଷ୍ଟି କରିବା ସାମ୍‍ନାକୁ ଆସିଲା ।
ବାଣିଜ୍ୟ ଶିକ୍ଷାରୁ ପ୍ରଥମେ ଏହି ଧାରା ଆରମ୍ଭ ହୋଇଥିଲା । ରାଜ୍ୟର ସହରାଞ୍ଚଳ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ
ମଧ୍ୟରେ ବାଣିଜ୍ୟ ଶିକ୍ଷା ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଗ୍ରାମାଞ୍ଚଳ ମହାବିଦ୍ୟାଳୟଗୁଡ଼ିକରେ ବାଣିଜ୍ୟ ଶିକ୍ଷା ପ୍ରତି ଅନାଗ୍ରହ
ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ମହାବିଦ୍ୟାଳୟଗୁଡ଼ିକରେ ଅଧିକରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣିଜ୍ୟ ଶିକ୍ଷା
ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ବାଣିଜ୍ୟ ଶିକ୍ଷାରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକାମାନେ ଚେଷ୍ଟା କରିବା ଉଚିତ । ସେମାନେ
ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରାମର୍ଶ ଓ ଉତ୍ସାହିତ କରିବା ଉଚିତ ବୋଲି ପ୍ରଫେସର ଦାସ କହିଥିଲେ । ୪୦ତମ
ଓଡ଼ିଶା ବାଣିଜ୍ୟ ସମ୍ମିଳନୀର ସମ୍ପାଦିକା ତଥା କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ,
ଜ୍ଞାନ ଆହରଣ, ଦକ୍ଷତା ଏବଂ ପ୍ରତିଭା ପାଇଁ ବାଣିଜ୍ୟ ହେଉଛି ଏକ ବ୍ୟବସ୍ଥା । ଆମର ସାମାଜିକ ବ୍ୟବସ୍ଥା ଯେତେ ମଜଭୂତ
ହେବ ସମାଜରେ ସାଧାରଣ ଲୋକ ଏହାର ସୁଫଳ ସେତେ ଅଧିକ ପାଇବେ ବୋଲି ସେ କହିଥିଲେ । ଶିକ୍ଷାର ସମସ୍ତ କ୍ଷେତ୍ର
ବାଣିଜ୍ୟ ସହ ଯୋଡ଼ି ହୋଇ ରହିଛନ୍ତି ବୋଲି ପ୍ରଫେସର ସାମନ୍ତ କହିଥିଲେ । ସମ୍ମିଳନୀରେ ଅଧ୍ୟକ୍ଷତା କରି ନିଖିଳ ଉକ୍ରଳ
ବାଣିଜ୍ୟ ସଂଘର ସଭାପତି ତଥା ଉକ୍ରଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା
ବିଦ୍ୟାଳୟ ପାଠ୍ୟକ୍ରମରେ ବାଣିଜ୍ୟକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଂଘର ସଂପାଦକ ତଥା ଯାଜପୁର ଭି ଏନ୍‍
କଲେଜର ଅଧ୍ୟକ୍ଷ ମେଜର ଡ. ଏସ୍‍ ଏ ତାହିର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାଣିଜ୍ୟ ଶିକ୍ଷାରେ
ଉଲେଖ୍ଲ ନୀୟ ଯୋଗଦାନ ଥôବ । ପ୍ରଫେସରମାନଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ୍‍ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟ କମ୍ର ରେ ଅନ୍ୟମାନଙ୍କ
ମଧ୍ୟରେ ସମ୍ମିଳନୀ ଆୟୋଜନ କମିଟି ସମ୍ପାଦକ ପ୍ରଫେସର ଜୟନ୍ତ ପରିଡ଼ା, ଓଡ଼ିଶା ବାଣିଜ୍ୟ ଜର୍ଣ୍ଣାଲର ପରିଚାଳନା ସମ୍ପାଦକ
ପ୍ରଫେସର ମଳୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *